HMPV ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ|ଲୋକସେବା ଭବନରେ ଗରୁତ୍ବପୂର୍ଣ୍ଣ ବୈଠକ ।

HMPV ଭାଇରସକୁ ନେଇ ଆଲର୍ଟରେ ରାଜ୍ୟ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି। HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ । ଭୟଭୀତ ନ ହେବା ପାଇଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ହେଉଛି ଆଲୋଚନା । ଏହି ଭାଇରସକୁ ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା । […]

ରାଜ୍ୟରେ ଜାରି ରହିଛି ଶୀତ ଲହରୀ।

ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଗାମୀ ତିନି ଦିନି ଦିନରେ ୩ ରୁ ୫ ଡିଗ୍ରୀ ଖସିବ। ଆଜି ରାତିରେ ଫୁଲବାଣୀ ଓ କୋରାପୁଟ ରେ ପାରଦ ସବୁଠୁ କମ୍ ବା ୧୧ ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲାରେ ୧୨ ଡିଗ୍ରୀ ରହିପାରେ। ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି।ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ […]

ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଆଳୁ ଯୋଗାଣ ବନ୍ଦ କଲେ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଓଡିଶାକୁ ଦେଇଛନ୍ତି ଆଳୁ ଝଟକା। ପୁଣି ମମତା ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ୪ଦିନ ହେଲା ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥିବାରୁ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନାହିଁ। ଉତ୍ତର ପ୍ରଦେଶରୁ ଆଳୁ ଆସୁଥିଲେ ମଧ୍ୟ ସେଠାରୁ ଆଳୁ ପହଞ୍ଚିବାରେ ବିଳମ୍ବ ହେବା ସହ ପରିବହନ ଖର୍ଚ୍ଚ ଅଧିକ […]

ଓଡ଼ିଶାରେ ଜମିଲାଣି ଏନ୍‌ଆର୍‌ଆଇଙ୍କ ଭିଡ଼

କମ୍ପିବ ପରିବେଶ। ରଙ୍ଗୀନ ହେବ ସନ୍ଧ୍ୟା। ବିଭିନ୍ନ କୋଣରୁ ଶୁଭିବ ସଙ୍ଗୀତର ଝଙ୍କାର। ନୃତ୍ୟରେ ନାଚିବ ସହର । ବିଶ୍ୱ ଦେଖିବ ଓଡିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟ। ସେଥିଲାଗି ପୂରା ପ୍ରସ୍ତୁତ ରାଜଧାନୀ ଭୁବନେଶ୍ୱର।ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ। ଏନେଇ ଚଳଚଞ୍ଚଳ ହୋଇପଡିଛି ରାଜଧାନୀ। ଏପରିକି ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ, କୋଣାର୍କ, ଚିଲିକାରେ ବୁଲିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କିଛି […]

ଆଜି ଶୁଳିଆ ଯାତ୍ରା, ରକ୍ତରଞ୍ଜିତ ହେଲା ପୀଠ

ବଲାଙ୍ଗିରର ପ୍ରସିଦ୍ଧ ଶୁଳିଆ ଯାତ୍ରା। ପୁଣି ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ । ବଲାଙ୍ଗିର ଦେଓଗାଁ ବ୍ଲକ ଖଇରଗୁଡା ଗାଁ ର ବଡ଼ଖଳା ଓ ସାନ ଖଳାରେ ହଜାର ହଜାର ପଶୁପକ୍ଷୀ ବଳି ପଡିଛି।ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ପାଳନ ହୁଏ ଶୁଳିଆ ଯାତ୍ରା। ଏହା କନ୍ଧ ଆଦିବାସୀ ମାନଙ୍କ ଆଦି ପରମ୍ପରା ଓ ପୂଜା। ଏଥିରେ ପ୍ରକୃତିକୁ ପୂଜା କରାଯାଇଥାଏ । ଗତ କିଛି ବର୍ଷ ହେବ ବଳି ପ୍ରଥାକୁ ନେଇ […]

ମହାଠକ ହଂସିତାଙ୍କ ଘରେ ପଶିଲା ଆୟକର ଟିମ୍‌

ନର୍ଲାରୁ ଦିଲ୍ଲୀ ଓ ପରେ ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଥିଲା ମହାଠକେଇର ମାୟାଜାଲ । ଅତି ଚତୁରତାର ସହ କୋଟି କୋଟି ଟଙ୍କାର ଚୁନା ଲଗାଉଥିଲେ । ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ସାଂଘାତିକ ରାକେଟ୍ ଓ ଠୁଳ କରିଥିଲେ କୋଟି କୋଟି ଟଙ୍କା। ତେବେ ଆଜି ବଣ୍ଟି ବିବଲି ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସାଙ୍କ ଘରେ ଆୟକର ବିଭାଗ । ୧୨ଟି ସ୍ଥାନରେ ଏକକାଳୀନ ରେଡ ମାରୁଛି ଆଇଟି । ଘର, […]

ଜୟପୁରରେ ହେବ OPSC ପରୀକ୍ଷା ଜୋନ୍‌

ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। କୋରାପୁଟ ଜିଲ୍ଲାର ଜୟପୁରଠାରେ ଏଣିକି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇପାରିବେ। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଜାନୁଆରି ୧ ତାରିଖ ଦିନ ରାଜ୍ୟର ନିଯୁକ୍ତି କମିଶନ ମାନଙ୍କ ସହିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ପାଇଁ ଓଡ଼ିଶା ଲୋକ ସେବା ଆୟୋଗକୁ ପରାମର୍ଶ ଦେଇଥିଲେ।ଏହାଫଳରେ ଏଣିକି […]

ଗତବର୍ଷ ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି

ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଯାଉଛି ।ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡ଼ିସେମ୍ବର ମାସ ୩୦ ତାରିଖ ସୁ ଦ୍ଧା ୧୫ ହଜାର ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି । ୨୦୨୪ରେ ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ ସମ୍ପୂର୍ଣ୍ଣ […]

ମନ୍ଦିରରେ ଚୋରି କରିବା ପୂର୍ବରୁ ଭଗବାନଙ୍କୁ ମୁଣ୍ଡିଆ ମାରିଲା ଚୋର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଥିବା ସିରିଡି-ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣାର ଏକ ସିସିଟିଭି ଫୁଟେଜ ଆଗକୁ ଆସିଛି । କଥାରେ ଅଛି….”ଅତି ଭକ୍ତି ଚୋରର ଲକ୍ଷଣ” । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି, ଭଂଜନଗର ସିରିଡ଼ି ସାଇ ମନ୍ଦିରରୁ ହୋଇଥିବା ଚୋରି ଘଟଣା ।ମନ୍ଦିର ଭିତରେ ପଶିଥିବା ଚୋରଟିଏ, ସାଇବାବାଙ୍କ ଆସ୍ଥାନ ଉପରେ ଚଢ଼ିବା ପୂର୍ବରୁ, ସେହି ସ୍ଥାନକୁ କିଭଳି ଭାବେ ମୁଣ୍ଡରେ ଲଗାଇ, ଉପରକୁ ଚଢୁଛି । ତାହା ସିସିଟିଭି ଫୁଟେଜ୍ […]

ରାୟଗଡ ରେଳ ମଣ୍ଡଳର ଶିଳାସ୍ଥାପନ କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି .ରାୟଗଡ ତା ୬/୧/ ଯୁବ

ଯୁବ ବିକାଶ ପରିଷଦ ରାୟଗଡ ର ଦୀର୍ଘ ବର୍ଷର ଲଢେଇ ପରେ ରାୟଗଡ କୁ ରେଳ ମଣ୍ଡଳ ଘୋଷଣା କରାଯାଇଥିଲା . ଆଜି ସୋମବାର ରେ ଭିସି ମାଧ୍ୟମ ରେ ତାହାର ଭିତି ପ୍ରସ୍ତର ଦେଇଛନ୍ତି ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯକ୍ତ ନରେନ୍ଦ୍ର ମୋଦି .ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୋମବାର ଦିନ ବହୁ ପ୍ରତିକ୍ଷିତ ରାୟଗଡ ରେଳ ମଣ୍ଡଳର ଶିଳାନ୍ୟାସ ଆଭାସି ମାଧ୍ୟମରେ କରିଛନ୍ତି । ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର […]

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି

ଅବିବାହିତ ଦମ୍ପତିଙ୍କ ପାଇଁ ଆସିଲା ନୂଆ ନିୟମ । ଏବେ ଆଉ ସହଜରେ ମିଳିବନି ହୋଟେଲରେ ଚେକ୍ ଇନ୍ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ଖାସ ପସନ୍ଦ ଥିବା ହୋଟେଲ ଓୟୋ ନୂଆ ବର୍ଷରେ ଆଣିଛି ନୂଆ ନିୟମ । ଯେଉଁମାନେ ବିବାହ କରି ନଥିବେ ତାଙ୍କୁ ଓୟୋ ହୋଟେଲରେ ମିଳିବନି ପ୍ରବେଶ ପାଇଁ ଅନୁମତି । ପ୍ରେମୀ ଯୁଗଳଙ୍କ ପାଇଁ ଏହି ନିୟମ ଏବେ ଚିନ୍ତାର କାରଣ ହୋଇଛି ।ଚେକ୍‌ ଇନ୍‌ ସମୟରେ ସମସ୍ତ ଦମ୍ପତିଙ୍କଠାରୁ […]

ପୁଣି ଫେରିଲା ବାର୍ଡ ଫ୍ଲୁ ଭୟ

କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ସନ୍ଦେହ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅନେକ କୁକୁଡା ଫାର୍ମରେ କୁକୁଡା ମଡକ ଦେଖାଯାଇଛି । ଏହାସହିତ କେତେକ ସ୍ଥାନରେ କାଉ ମଧ୍ୟ ମରି ପଡିଥିବା ଦେଖାଯାଇଛି ।ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି ଚାଷୀ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି । ମୃତ କୁକୁଡାର ରକ୍ତ, ନାଳ, ମୂତ୍ର ପରୀକ୍ଷା ପାଇଁ ପଠାଯାଇଛି । ଏତେ ସଂଖ୍ୟାରେ କୁକୁଡା କାହିଁକି […]