ଆଜି ପବିତ୍ର ଶୀତଳଷଷ୍ଠୀ । ଦେବଦେବ ମହାଦେବଙ୍କ ବିବାହ ଉତ୍ସବ । ମହାଦେବ ସାଜିବେ ବର । ମାତା ପାର୍ବତୀ ସାଜିବେ କନିଆ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଅନୁଷ୍ଠିତ ହେବ ବିବାହ । ତେବେ ସମ୍ବଲପୁର ଶୀତଳ ଷଷ୍ଠୀ ପର୍ବରେ ଶେଷ ହୋଇଛି ଦେବ ନିମନ୍ତ୍ରଣ । ମହାଦେବଙ୍କ ବିବାହରେ ସାମିଲ ହେବା ପାଇଁ ଗୁଆ ଅରୁଆ ଚାଉଳ ଦେଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦେବୀ ପାର୍ବତୀଙ୍କ ପାଣିଗ୍ରହଣ ପାଇଁ ବରଯାତ୍ରୀଙ୍କୁ ନେଇ ବାହାରିବେ […]
୧ ଜୁନ୍ ୨୦୨୫ ରୁ କିଛି ବଡ଼ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଏବଂ ଜୀବନ ଉପରେ ପଡ଼ିବ। ଏବେ ପିଏଫରୁ ଟଙ୍କା ଉଠାଇବା ସହଜ ହେବ। EPFOର ନୂତନ ସଂସ୍କରଣ ୩.୦ ଜୁନ୍ ମାସରୁ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ କାରଣ ଏବେ ପିଏଫ୍ ସମ୍ବନ୍ଧୀୟ ସୁବିଧା ବ୍ୟବହାର ପୂର୍ବ ଅପେକ୍ଷା ସହଜ ହେବ। ଟଙ୍କା ଉଠାଇବା, ତଥ୍ୟ ଅପଡେଟ୍ କରିବା କିମ୍ବା ଦାବି କରିବା, […]
ଆଉ ଜଣେ ବାବୁଙ୍କ ଘରେ ଭିଜିଲାନ୍ସ । ବ୍ରହ୍ମପୁରର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ।ବ୍ରହ୍ମପୁର ଧର୍ମନଗରରେ ରହିଛି 2 BHK ଫ୍ଲାଟ ଏବଂ ମୟୂର ବିହାର ଗୋଟେ ଡବଲ ଷ୍ଟୋରେଡ ବିଲଡିଂ ରହିଛି । ଏହା ସହ ଭୁବନେଶ୍ବର ସହିଦ ନଗରରେ 3 BHK ଫ୍ଲାଟ ଉପରେ […]
ଉତ୍ତରପ୍ରଦେଶର ବିସାଲପୁର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍), ବାରଖେଡ଼ା ନଗର ପଞ୍ଚାୟତ ଅଧ୍ୟକ୍ଷ ଏବଂ ଜଣେ ଠିକାଦାରଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଜଣେ ସ୍ଥାନୀୟ ଖବରଦାତା ଓ ତାଙ୍କ ସ୍ତ୍ରୀ କ୍ୟାମେରା ସମ୍ମୁଖରେ ବିଷ ପିଇଛନ୍ତି। ଏହି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ପିଲିଭିତ ପ୍ରାଶାସନିକ ଅଧିକାରୀଙ୍କ ନାଁରେ । ଖବର କାଗଜ ସାମ୍ବାଦିକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିଲା ପ୍ରଶାସନ, ଏ ନେଇ ଲାଇଭ୍ ଭିଡିଓରେ କହିଛନ୍ତି ଇସରାର । ସାମ୍ବାଦିକ ଇସରାର ହୁସେନ୍ ଓ ତାଙ୍କ ପତ୍ନୀ […]
ଆଜି ବିଶ୍ବ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ଉଦ୍ଦେଶ୍ୟ ହେଉଛି, ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିବା ଏବଂ ପ୍ରଭାବୀ ନୀତି ଓ ଆଇନକୁ ପ୍ରୋତ୍ସାହିତ କରି ତମାଖୁ ବ୍ୟବହାରକୁ ହ୍ରାସ କରିବା। ବାଲୁକା କଳାରେ ସଚେତନତା ବାର୍ତ୍ତା ଦେଲେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠତମ କବି। ଉପମା, ଅଳଙ୍କାର,ଶ୍ଳେଷ, ଶବ୍ଦ, ଅର୍ଥ,ସାଙ୍ଗୀତିକତାର ପ୍ରୟୋଗାତ୍ମକ ଶୈଳୀରେ ସେ ଥିଲେ କାଳଜୟୀ, ଅନତିକ୍ରମଣୀୟ ମୂର୍ଦ୍ଧନ୍ୟ ସାରସ୍ବତ ସ୍ରଷ୍ଟା ବୋଲି କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଭଞ୍ଜଜୟନ୍ତୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ଣ୍ଣନା କରିଛନ୍ତି ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ! ମଇ ୩୦ ସନ୍ଧ୍ୟାରେ ମାଳିସାହି ଗତୀଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ […]
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମେ ଦୁର୍ବଳ ହୋଇ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଉତ୍ତରପୂର୍ବ ରାଜ୍ୟଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେବେ ଓଡ଼ିଶାର କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବା ସହ ଗୁଳୁଗୁଳି ଅନୁଭୂତ ହୋଇଛି।ଶନିବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, କୋରାପୁଟ, […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭, ୩୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୨୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭, ୩୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୯ ହଜାର ୨୦୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୭,୩୧୦ ଟଙ୍କା ଓ ୨୨ […]
ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ। ରେଗୁଲାର ବସ ସହ ଅନ୍ୟ ବସ ଗୁଡିକୁ ସ୍ୱତନ୍ତ୍ର ପରମିଟ ଦିଆଯିବ । ଏହିପରି ପୁରୀକୁ ସାରା ରାଜ୍ୟରୁ ଗଡିବ ବସ। ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା । ୧୦୦୦ ବସ୍ ନିୟୋଜିତ ହେବେ । ହେଲେ ବଢ଼ିବ ନାହିଁ ବସ୍ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି । ଏଥିସହିତ ପୁରୀକୁ ଯାତ୍ରା […]
ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁଙ୍କ ନାଁରେ ପୁଣି ସଂଗୀନ ଅଭିଯୋଗ । ତୁଳସୀ ଗଣନାଥ୍ୟର ପୂର୍ବତନ ଅଭିନେତ୍ରୀ ପୂଜା ଆଣିଛନ୍ତି ସାଂଘାତିକ ଅଭିଯୋଗ । ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ସେ କହିଛନ୍ତି ଯେ, ୨୦୨୪-୨୫ ପାଇଁ ତାଙ୍କୁ ଯାତ୍ରା ଅଶୋକ ସମ୍ରାଟରେ କାମ କରିବା ପାଇଁ କୁହାଯାଇଥିଲା । ସେଥିପାଇଁ ୪ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା । ହେଲେ ସେ ଆଖଡ଼ାଶାଳରେ ଅଭିନୟ […]
ବଡ଼ବାପାର ନାରକୀୟ କାଣ୍ଡ। ନିଜ ପୁଅ ପରି ପୁତୁରାକୁ ଅନ୍ଧବିଶ୍ୱାସ ନାଁରେ ବଳି ଚଢ଼ାଇଦେଲା। ତାହା ପୁଣି ଏହି ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଜ ପୁତୁରାର ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରିଦେଲା।ଏହି ମାମଲାରେ ନୂଆପଡ଼ ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଚିନ୍ତାମଣି ମାଝୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାମୁତାବକ ୨୦୧୯ ଅଗଷ୍ଟ ୮ରେ କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚିନ୍ତାମଣି ନିଜ ନାବାଳକ […]
ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ସାରା ଦେଶରେ ସ୍ଥିର ହୋଇଥିବା ବିଭିନ୍ନ କେନ୍ଦ୍ରରେ ଗୋଟିଏ ସିଫ୍ଟରେ ହିଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଆଜି ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ଶୁଣାଣି କରି ଏପରି ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପରୀକ୍ଷା ଜୁନ ୧୫ ରେ CBT ମୋଡରେ କରାଯିବ । ପୂର୍ବରୁ, ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ଏକ ସୂଚୀ ପ୍ରକାଶ କରାଯାଇଥିଲା । […]
