ବାଙ୍କୋ ଅଞ୍ଚଳରୁ ୪ ଟନ୍ ବିସ୍ଫୋରକ ଲୁଟ ଘଟଣା । ମିଳିଲା ଲୁଟ ହୋଇଥିବା ବିସ୍ଫୋରକ । ଲୁଟ୍ ବିସ୍ଫୋରକରୁ ୭୦ % ଅଧିକ ମିଳିଛି । ଝାଡ଼ଖଣ୍ଡ ସୀମାନ୍ତ ସିଂହଭୂମ ତିରିଲପୋଷରୁ ମିଳିଲା ବିସ୍ଫୋରକ ।ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଆସୁଥିବା ବେଳେ ଗତ ୨୭ ତାରିଖ ଦିନ ଲୁଟ୍ ହୋଇଥିଲା। ଗାଡ଼ି ସହ ଲୁଟ୍ ହୋଇଥିବା ପ୍ରାୟ ୪ ଟନ୍ ବିସ୍ଫୋରକର ମୂଲ୍ୟ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ […]
ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ ଆରମ୍ଭ ହୋଇଛି। ଆଜି ଝାରସୁଗୁଡ଼ାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ ଆରମ୍ଭ କରିଛି । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପଚରାଉଚରା ଆରମ୍ଭ କରିଛି।ରାଜପୁର ପଞ୍ଚାୟତ ସରପଞ୍ଚ ସରସ୍ଵତୀ ନାୟକଙ୍କ ସ୍ବାମୀ ଗଣେଶ ବାଗ ଓ ଗୋପାଳଙ୍କ ମୋବାଇଲରୁ ଶେଷ କଲ୍ ଯାଇଥିବା ରାଜପୁରର ପ୍ରବୀଣ ଦେଓଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ। କାହିଁକି […]
ଆଜି ହେଉଛି ଅନ୍ତର୍ଜାତୀୟ ଆଳୁ ଦିବସ । ଓଡ଼ିଶାରେ ଆଳୁ ମଧ୍ୟ ବହୁତ ଲୋକପ୍ରିୟ । ଏହି ଦିବସର ଲକ୍ଷ୍ୟ ଆଳୁର ପୁଷ୍ଟିକର, ଆର୍ଥିକ, ଏବଂ ସାଂସ୍କୃତିକ ମୂଲ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା। ଓଡ଼ିଶାରେ ଆଳୁ ଚାଷ ଏବଂ ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ରାଜ୍ୟରେ ଆଳୁର ଚାହିଦା ନିରନ୍ତର ବୃଦ୍ଧି ପାଉଛି । ରାଜ୍ୟରେ ଏବେ ବାର୍ଷିକ ୧୩ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଆଳୁ ଆବଶ୍ୟକ ହେଉଛି। ହେଲେ ରାଜ୍ୟରେ ବାର୍ଷିକ ପ୍ରାୟ ୩ […]
ଘରେ ପ୍ରି-ପେଡ୍ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ। ବିଦ୍ୟୁତ୍ ଉପଭୋକ୍ତାମାନେ ନିଜ ସୁବିଧା ଅନୁଯାୟୀ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ମିଟର୍ ନିଜ ଘରେ ଲଗାଇପାରିବେ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗ୍ରାହକଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନଙ୍କ ଘରେ ସ୍ମାର୍ଟ ମିଟର୍ ଲଗାଇବା ପାଇଁ ଡିସକମ୍ କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଯଦି ଗୋଟିଏ ଷ୍ଟ୍ୟାଟିକ୍ ମିଟର୍ ଗ୍ରାହକଙ୍କ ଘରେ ଲାଗିଛି ଏବଂ ଏହି ମିଟର୍ ସଠିକ୍ ଭାବେ କାର୍ଯ୍ୟ କରୁଛି, ତେବେ ସେହି […]
ବିଚ୍ ବଜାରରେ ସ୍ତ୍ରୀକୁ ଛୁରି ଭୁସିଲା ସଇତାନ ସ୍ୱାମୀ ।ବାରିପଦା ସହର ଏମ୍ କେ ସି ହାଇସ୍କୁଲ ସମ୍ମୁଖ ରାସ୍ତାରେ କରିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସ୍ତ୍ରୀ କବିତା ଦିଗରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହରୁ ଛୁରା ମାଡ଼ ହୋଇଥିବା ଜଣା ପଡିଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ ବାରିପଦା ଚିପଟ ଅସ୍ତିଆ ଅଞ୍ଚଳ ରବୀନ୍ଦ୍ର ଦିଗରକୁ ଅଟକ ରଖିଛି ପୋଲିସ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ। ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ସିବିଆଇ।ଗତକାଲି ଜଣେ ଖଣି ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ ମାଡ଼ି ବସିଥିଲା ସିବିଆଇ। ଧରିବା ପରେ ତାଙ୍କୁ ରାତି ତମାମ ଜେରା କରିଥିଲା କେନ୍ଦ୍ରୀୟ ତଦନ୍ତ […]
ସିକିମରେ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ନିଖୋଜ । ଇତିଶ୍ରୀ ସମେତ ତାଙ୍କ ପରିବାରର ୪ ଜଣ ନିଖୋଜ ଅଛନ୍ତି । ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ପରିବାର ସହ ସିକ୍କିମ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶୀକାର ହୋଇ ନିଖୋଜ ଅଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଓଡ଼ିଶାର ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଯିବାକୁ ନିର୍ଦେଶ ଦେଇଛନ୍ତି […]
କଟକରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୋଇଥିବା ଟେଷ୍ଟରୁ ଜଣା ପଡିଛି । ସେ ଗତ କିଛି ଦିନ ଧରି ଥଣ୍ଡାଜ୍ୱରରେ ପୀଡ଼ିତ ଥିଲେ । କୋଭିଡ ଟେଷ୍ଟ୍ କରାଇବାରୁ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେଜେଏନ୍ ଡଟ୍ ୱାନ୍ ହେଉଛି ଓମିକ୍ରନର ଉପପ୍ରଜାତି । ଯାହାର ଲକ୍ଷଣ କରୋନାର ଅନ୍ୟ ପ୍ରଜାତି […]
ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ ଆରମ୍ଭ ହୋଇଛି ||| ଏହା ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ।ଉତ୍ତରଖାତା ପାଇବାକୁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ଜୁନ୍ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଖାତା ପ୍ରଦାନ କରାଯିବ । ଜୁନ୍ ମାସରୁ ଯୁକ୍ତ ୨ ଖାତା ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ପାଇଁ ପରିଷଦ ପକ୍ଷରୁ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହେଉଛି । ଜୁଲାଇ ୧୫ […]
ବଙ୍ଗୋପସାଗରରେ ସକ୍ରିୟ ଅବପାତ ଗୁରୁବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇଥିବାବେଳେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଆଜି ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, […]
କିଛି ଲୋକଙ୍କୁ ଆଙ୍ଗୁଠି ଫୁଟାଇବାକୁ ଭଲ ଲାଗିଥାଏ। କିନ୍ତୁ ଧୀରେ ଧୀରେ ଏହା ଏକ ଖରାପ ଅଭ୍ୟାସରେ ପରିବର୍ତ୍ତନ ହୋଇଯାଇଥାଏ। କିନ୍ତୁ ଏହି ଅଭ୍ୟାସ ଆପଣଙ୍କ ଶରୀର ପାଇଁ ହୋଇପାରେ ହାନିକାରକ। ଯେମିତି ଆଙ୍ଗୁଠି ଫୁଟାଇବା ଦ୍ୱାରା ଗଣ୍ଠି ଫୁଲା ରୋଗର ସମ୍ଭାବନା ଥାଏ। ଆଙ୍ଗୁଠି ଫୁଟାଇବା ସମୟରେ ଏହାର ଗଣ୍ଠଉପରେ ପ୍ରଭାବ ପକାଇବା ସହ ଗଣ୍ଠିର ହାଡ ମଧ୍ୟରେ ଥିବା ଦୂରତାକୁ ବଢ଼ାଇବାରେ ଲାଗିଥାଏ। ଶରୀରର ହାଡ଼ ଲିଗାମେଣ୍ଟ ସହ ଯୋଡ଼ି ହୋଇରହିଥାଏ ଯାହାକୁ ଗଣ୍ଠି […]
ଦୁଇ ଦିନ ପରେ ନେଇଥାନ୍ତେ ଅବସର । ସରିଥିଲା ରିଟାୟରମେଣ୍ଟ ପ୍ଲାନିଂ । ହେଲେ ଠିକ୍ ପୂର୍ବରୁ ମାଡିବସିଲା ଭିଜିଲାନ୍ସ । ଆୟରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ବାବୁଙ୍କ ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କର ଉଡ଼ିଯାଇଛି ହୋସ୍ ।। ତାଙ୍କ ବିରୁଦ୍ଧରେ ତାଙ୍କର ଜଣାଶୁଣା ଆୟ ଅପେକ୍ଷା ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
