ଲକ୍ଷପତି ଦିଦିକୁ ନେଇ ବିଜେଡିର ପ୍ରଶ୍ନବାଣ। ମିଛ କହିବାରେ ବିଜେପି ପାର୍ଟି ଓ ବିଜେପି ସରକାର ଅଭ୍ୟସ୍ତ। କ୍ଷମତାକୁ ଆସିବା ପରଠାରୁ, ବିଜେପି ସରକାର କେବଳ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିଆସୁଥିବା ବେଳେ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ସେହି ପ୍ରକ୍ରିୟାରେ ଆଉ ଏକ ନମୁନା ବୋଲି ବିଜେଡି କହିଛି । ବିଜେଡି ସରକାର ଯାହା କରିଛନ୍ତି ସେଥିରେ ପାରି ହେବାକୁ ବିଜେପି ଚେଷ୍ଟା କରୁଛି। ବିଜେପି ସରକାର ମହିଳା ସଶକ୍ତିକରଣ […]
ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ବାସଗୃହଠାରେ ବିଭାଗୀୟ ଶାସନ ସଚିବ ଅଶ୍ୱତୀ. ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ପ୍ରସ୍ତୁତିର ସେ ସମୀକ୍ଷା କରି ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ସଘନ କରିବା ସହ ଆଶାକର୍ମୀ […]
ଗଜପତିରେ ହୋମଗାର୍ଡ ପରୀକ୍ଷାରେ ଆଉ ଏକ ଅଘଟଣ ଖବର ଆସିଛି । ଗୁରୁବାର ଦିନ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତକ ହେଲେ ଦୀପକ ପାଡ଼ାଲ ।ଆଜି ପ୍ରାୟ ୧୨୦୦ ରୁ ଉର୍ଦ୍ଧ ଆବେଦନକାରୀ ଉପସ୍ଥିତଥିଲେ । ଏଥିରେ ଆବେଦନକାରୀ ମାନଙ୍କୁ ଦୁଇ କିମି […]
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁବାର ଘୋଷଣା କରିଛନ୍ତି ଯେ ଦୁଇରୁ ତିନି ମାସ ମଧ୍ୟରେ ମଲ୍, ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ଭଳି ସାର୍ବଜନୀନ ସ୍ଥାନରେ ଡେଡିକେଟେଡ୍ ବ୍ରେଷ୍ଟଫିଡ଼ିଂ ରୁମ୍ ସ୍ଥାପନ କରାଯିବ।ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଯାତ୍ରା ସମୟରେ ଆରାମଦାୟକ ଭାବରେ ସ୍ତନ୍ୟପାନ କରାଇବା ସୁବିଧା ପ୍ରଦାନ। “ଆମେ ଦୁଇ କିମ୍ବା ତିନି ମାସ ମଧ୍ୟରେ ସାର୍ବଜନୀନ ସ୍ଥାନରେ ସ୍ତନ୍ୟପାନ କୋଠରୀ ସ୍ଥାପନ କରିବାକୁ ଯୋଜନା କରୁଛୁ, ଯାହା ଦ୍ୱାରା ମହିଳାମାନେ […]
ଆଜି ଭୁବନେଶ୍ବର ଲୋକସେବା ଭବନର ସମ୍ମିଳନୀ କକ୍ଷରେରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ଟି ରାଜ୍ୟରୁ ଆସିଥିବା ଲକ୍ଷପତି ଦିଦିଙ୍କୁ ସ୍ବାଗତ କରି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ।ଲୋକସେବା ଭବନ କନଭେନସନ ସେଣ୍ଟର […]
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ୨ କର୍ମଚାରୀ । ୨ ଜଣ ହେଲେ କ୍ୟାସିଅର ନରେଶ ପଟ୍ଟନାୟକ, ଆକାଉଣ୍ଟାଣ୍ଟ ସୁରଜ ପ୍ରସାଦ ଜୟସ୍ବାଲ । ଉଭୟ ଜଣେ ଠିକାଦାରଙ୍କ ୪ଟି କାମର ବିଲ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଫୋନ୍ ପେ’ ଜରିଆରେ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ ଯାହା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବର୍ତ୍ତମାନ ଭିଜିଲାନ୍ସ ଉଭୟଙ୍କୁ ପଚରା ଉଚରା କରିବା […]
କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି ।କେନ୍ଦ୍ରମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧିନ ସିଂ ଦେବ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ୨୩ ଶହ ଟଙ୍କା ଧାନକୁ ୩୧ ଶହ ଟଙ୍କାରେ କିଣିଛନ୍ତି। ଏବେ ଓଡ଼ିଶାର କୋରାପୁଟର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି ଏବଂ ସଙ୍ଗୀତଧାରା ମିଳିତ ଆନୁକୂଲ୍ୟରେ ଚଳିତ ଜୁନ ୧୧ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡିଆରେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରଥ ଚକ ସ୍ଥାପନ କମିଟି ସଭାପତି ସମାଜସେବୀ ପ୍ରମୋଦ […]
ଦେଶରେ ଏବେ ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି। ଏହା ଯୋଗୁଁ ୧୨ ଜଣଙ୍କର ଜୀବନ ମଧ୍ୟ ଯାଇଛି। ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି । କେରଳରେ ସର୍ବାଧିକ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ କୋଭିଡର ୮୬ଟି ନୂତନ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟକୁ କୋଭିଡ୍ ବ୍ୟାପି ଚାଲିଛି। ଏ ସମ୍ପର୍କରେ, ରାଜ୍ୟ ସରକାର ଗୁଡ଼ିକ ହସ୍ପିଟାଲ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛନ୍ତି।JN.1 […]
ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ ଓ ପ୍ରଚାର ପ୍ରସାର ପାଇଁ ଅନୁଦାନ କରିଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଶୀତଳ ଷଷ୍ଠୀ ଭବ୍ୟ କରିବାକୁ ସରକାର ଯୋଜନା ରଖିଛନ୍ତି । ଚଳିତ ବର୍ଷ ଶୀତଳ ଷଷ୍ଠୀ ଜୁନ୍ ୧ ତାରିଖରେ ପଡ଼ୁଛି । ସାରା ରାଜ୍ୟରେ ଶୀତଳ ଷଷ୍ଠୀ ଧୁମଧାମରେ […]
ଧରାପଡ଼ିଲା ହାର୍ଡକୋର ମାଓବାଦୀ କୁଞ୍ଜମ ହିହମା । ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜାମକୁ ଧରିଛି ପୋଲିସ ।କୁଞ୍ଜମ ପାଖରୁ ଏକେ-୪୭ ସମେତ ୩୫ ରାଉଣ୍ଡ ଗୁଳି, ୨୭ଟି ଇଲେକ୍ଟ୍ରିକ୍ ଡିଟୋନେଟର୍, ୯୦ଟି ନନ୍-ଇଲେକ୍ଟ୍ରିକ୍ ଡିଟୋନେଟର୍, ୨ କେଜି ଗନ ପାଉଡର ଜବତ କରାଯାଇଛି । ଜବତ କରିଛି ପୋଲିସ ।କୁଞ୍ଜମ ହିଡ୍ମା ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି। ତାକୁ ଧରିବା ପାଇଁ ୪ଲକ୍ଷ […]
ରାଜ୍ୟ କ୍ୟାବିନେଟରେ ଏଆଇ ନୀତି ୨୦୨୫କୁ ମିଳିଛି ଅନୁମୋଦନ । ଏହି ନୀତି ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଚଳିତ ଆର୍ଥିକ ବର୍ଷ ବଜେଟରେ AI ନୀତି ପାଇଁ ବି ୨୦ କୋଟି ପ୍ରବଧାନ ରହିଛି । ଆବଶ୍ୟକ ପଡିଲେ ସପ୍ଲିମେଣ୍ଟାରୀ ବଜେଟରେ ଅର୍ଥ ବଢିବ । କୃତ୍ରିମ ବୁଦ୍ଧିମତାକୁ ଆଧାର କରି ତଥ୍ୟ ସଂଗ୍ରହ, ନବସୃଜନକୁ ପ୍ରୋତ୍ସାହନ, ତଥ୍ୟ-ପରିଚାଳିତ ନିଷ୍ପତ୍ତି ସହ ରାଜ୍ୟର ସାମାଜିକ-ଆର୍ଥିକ ଉନ୍ନତି ସମ୍ଭବ ହୋଇପାରିବ । AI ନୀତିରେ ନିଆଯିବାକୁ […]
