ଜୁନ ମାସ ରେ ବିଜେପି ସରକାର ଗଠନ ହେଲା.ସାତ ମାସ ହୋଇଗଲା .ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ .କିନ୍ତୁ କାମ ଘର ଶୂନ.. ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ action କିଛି ନାହିଁ . ଏ ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି.କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାର ର ସମ୍ପର୍କ ଥିବା ପରି ଜଣା ପଡ଼ୁ ନାହିଁ ଡାଲି କୁହନ୍ତୁ. ତେଲ କୁହନ୍ତୁ. […]
ଛତିଶଗଡ଼ ବିଜାପୁରର କୁଟ୍ରୁ ରାସ୍ତାରେ IED ବିସ୍ଫୋରଣରେ ଉଡ଼ିଗଲା ଯବାନ ଯାଉଥିବା ଗାଡ଼ି। ଏହି ଆକ୍ରମଣେ ୮ ଯବାନଙ୍କ ସହିତ ଜଣେ ଡ୍ରାଇଭର ମଧ୍ୟ ସହିଦ ହେଇଛନ୍ତି ।। ସମସ୍ତ ସହିଦ ଯବାନ ଦାନ୍ତେୱାଡା ଡିଆରଜି କ୍ୟାମ୍ପର। ଦାନ୍ତେୱାଡା, ନାରାୟଣପୁର ଜଙ୍ଗଲରେ ମାଓ ଅପରେସନ୍ ସାରି ଫେରୁଥିଲେ ସମସ୍ତ ଯବାନ। ଗତକାଲି ଦାନ୍ତେୱାଡା ଜଙ୍ଗଲରେ କୁମ୍ବିଂ ଅପରେସନ୍ରେ ଯାଇଥିଲେ ଏ ସମସ୍ତ ଯବାନ। ଗତକାଲି ମାଓ ଅପରେସନ୍ବେଳେ ୪ ନକ୍ସଲ ନିପାତ ହୋଇଥିଲେ। ନକ୍ସଲଙ୍କ ସହ ଗୁଳିବିନିମୟରେ […]
ସିଂହଦ୍ବାର ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭକ୍ତ ଓ ପର୍ଯ୍ୟଟକଙ୍କୁ ବିକ୍ରି ପାଇଁ ରଖାଯାଇଥିବା ଖଜାକୁ ଏକ ବୁଲା କୁକୁର ଖାଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବଡ଼ ଓ ଆଶ୍ଚର୍ଯ୍ୟକର କଥା ହେଉଛି , ଖଜା ବିକ୍ରି ହେଉଥିବା ସ୍ଥାନରେ ଜଣେ ମହିଳା ବି ବସି ବ୍ୟବସାୟ କରୁଛନ୍ତି। ଆଉ ଆଖପାଖରେ ଲୋକେ ବି ଯାଆସ କରୁଛନ୍ତି। କିନ୍ତୁ କେହି ବି କୁକୁରଟିକୁ ଘଉଡାଉନଥିବା ଦେଖିବାକୁ ମିଳିଛି। […]
ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବାର୍ଡ ମ୍ୟୁଜିୟମ ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ସେ ନେଇ ବିଚାର କରୁଛି ବିଭାଗ। ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର୍ଯ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି। ଚଳିତଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡ଼ର । ଚିଲିକା ବିହଙ୍ଗ ମହୋତ୍ସବ […]
କମିବ ଦିନ ତାପମାତ୍ରା । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାତି ତାପମାତ୍ରା । ଏହାଦ୍ବାରା ଶୀତର ପ୍ରକୋପ ସମାନ୍ୟ କମିପାରେ। ତେବେ ଏହି ସମୟରେ ଅନୁଗୁଳ,ଢେଙ୍କାନାଳ, ଯାଜପୁର, କଟକ , ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟାରେ ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ର ୫ […]
ବଜାରରେ ପୁଣି ବଢିଛି ଆଳୁ ଦର। ମଝିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଆଳୁ ଅଟକାଇ ଦେଇଥିବାରୁ ଆଳୁ ଦର ୫୦ ଟଙ୍କା ଯାଏ ବଢିଥିଲା। ହେଲେ ଗତକାଲି ଠାରୁ ହଠାତ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହୋଇଛି। ପ୍ୟାକେଟ ପିଛା ୪ଶହ ଟଙ୍କା ବଢିବା ଦ୍ବାରା ବର୍ତ୍ତମାନ ପରିବ ବ୍ୟବସାୟୀ ଏବଂ ଖୁଚୁରା ବେପାରୀ ଆଳୁ କେଜି ୪୦ ଓ ୪୫ ଟଙ୍କାରେ ବିକ୍ରି କରୁଛନ୍ତି। ସାଧାରଣ ନିର୍ବାଚନ […]
ଆଜିଠାରୁ ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହେଉଛି କୁମ୍ଭୀର ଗଣନା । ଏଥିପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ |ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି । ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି […]
ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କର୍ମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାକୁ ନେଇ ଗୁରୁତର ୨ ବିଜେପି କର୍ମୀଙ୍କ ବୟାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏହି ମାମଲାରେ ବୁର୍ଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ହାଇୱା ସହ ଡ୍ରାଇଭରକୁ ଅଟକ […]
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ । ତେଣୁ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି ଦଳ। ଏହି ସମାବେଶରେ ପ୍ରାୟ ୫୦ ହଜାର କର୍ମୀ ଯୋଗ ଦେବେ ବୋଲି ସୂଚନା ମିଳିଛି ।ତେବେ ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ […]
ଜାନୁଆରୀ ୩୧ ଯାଏଁ ବଢ଼ିଲା ରାସନ କାର୍ଡ ଇ-କେଓ୍ବାଇସି ଅପଡେଟ ଅବଧି। ଅବଶିଷ୍ଟ ହିତାଧିକାରୀ କରିବେ ଇ-କେଓ୍ବାଇ ଅପଡେଟ। ପୂର୍ବରୁ ଜାନୁଆରୀ ୧୫ ତାରିଖ ସୁଦ୍ଧା ଇ-କେଓ୍ୱାଇସି ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ।ପୂର୍ବରୁ ସରକାର ସୂଚନା ଦେଇଥିଲେ ଯେ, ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ। ଗୋଆରେ ଯାଇ ଇ-କେୱାଇସି କରାଯାଇଛି। ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି। ବତ୍ତମାନ […]
ଅନୁଗୁଳ,(ଓଡିଶା ଦର୍ପଣ): ଅପରାଧୀଙ୍କ ପାଇଁ ଦୁସ୍ଵପ୍ନ ପାଲଟିଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ। ଦୁଇଦିନ ଭିତରେ ଧରାପଡିଲା ଗୁଳିକାଣ୍ଡ କରିଥିବା ହତ୍ୟାକାରୀ ।ପୂର୍ବ ଶତ୍ରୁତା ପାଇଁ ନିଶାସକ୍ତ ଅବସ୍ଥାରେ ବାପାଙ୍କ ବଦଳରେ ଭୁଲରେ ଭାଇ ଓ ଭଉଣୀକୁ କରିଥିଲା ଗୁଳି। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୁଲିସ ଧରିବାକୁ ସକ୍ଷମ ହୋଇଛି । ଭାଇ […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ସେମି ଫାଇନାଲ ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ ୫୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ପୁରୁଣା ସହରସ୍ଥିତ ବୁଦ୍ଧ ମଣ୍ଡପରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର […]
