ଓଡିଶା ରାଜନୀତିର ଏକ ଚର୍ଚ୍ଚିତ ଚେହେରା ଭି.କେ.ପାଣ୍ଡିଆନ ରାଜନୀତିରୁ ଅବସର ନେଇଥିଲେ ମଧ୍ୟ ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଲାଗିରହିଥାଏ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭି.କେ. ପାଣ୍ଡିଆନଙ୍କ ଆକାଉଣ୍ଟ ନାହିଁ । ଇନଷ୍ଟାଗ୍ରାମ ଷ୍ଟୋରୀରେ ପାଣ୍ଡିଆନ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ଏକ୍ସ’ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯାଇଛି । ତାଙ୍କ ଫଟୋକୁ ବ୍ୟବହାର କରି ଫେକ୍ ଆକାଉଣ୍ଟ ଖୋଲାଯାଇଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଫେକ୍ […]
କ୍ୟାଲେଣ୍ଡର ବର୍ଷ-୨୦୨୪ ସରିବାକୁ ଯାଉଥିବା ବେଳେ ନୂଆବର୍ଷ-୨୦୨୫ ଚାରିଦିନ ପରେ ଆସିବ। ନୂଆବର୍ଷକୁ ନେଇ ଯୁବପିଢ଼ି ବେଶ ଉତ୍ସାହିତ ଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି। ତେବେ ନୂଆବର୍ଷ ଶାନ୍ତିର ସହିତ ଅତିକ୍ରମ କରୁ ବୋଲି ପୁଲିସ ବିଭାଗ ଆଶା କରୁଛି। ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆବର୍ଷ ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରିଛି। ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ଵ ଦିଆଯିବ । ସେଳିବ୍ରେଶନ ବେଳେ […]
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଲେ ବଡ଼ ସୂଚନା। ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ।ପ୍ରତି ଜିଲାରେ ଲକ୍ଷେରୁ ଦେଢ଼ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ଜାରି ଥିବା ମନ୍ତ୍ରୀ କହିଥିବା ବେଳେ ଭୂତ ରାସନକାର୍ଡଧାରୀଙ୍କ ଭଳି ଭୂତ ଚାଷୀଙ୍କୁ ଧରାଯିବ ବୋଲି ମଧ୍ୟ କହିଛନ୍ତି। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ । ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ […]
ଆସୁଛି ନୂଆବର୍ଷ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ମଧ୍ୟ ଚାହିଁ ବସିଛନ୍ତି ଲୋକ । ସେଥିପାଇଁ ବିଭିନ୍ନ ହୋଟେଲ, ସଂସ୍ଥା ପକ୍ଷରୁ ଏହି ଜିରୋ ନାଇଟ୍ ଆୟୋଜନ କରାଯାଇଥାଏ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ତେବେ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଥିବା […]
ଆସନ୍ତା କାଲି ଓଡିଶା ଆସିବାର ଥିଲା ଗୃହମନ୍ତ୍ରୀ ଅମିତ୍ ଶାହା । ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ଅମିତଶାହା୨୮ ତାରିଖ ସାରେ ଭୁବନେଶ୍ବର ଆସିବେ ବୋଲି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଥିଲେ । ଏହା ସହ ସେ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ନାହିଁ ବୋଲି କହିଥିଲେ। କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଶାହ ବୋଲି ସେ କହିଥିଲେ।ସୂଚନା ମୁତାବକ ପୂର୍ବତନ ମନମୋହନ […]
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ହୋଇଥିଲେ ଓ ବୀମା ସହାୟତା ପାଇବାକୁ ଚାହୁଁଥିଲେ ‘କୃଷି ରକ୍ଷକ’ ହେଲପଲାଇନ ନମ୍ବରକୁ ଫୋନ୍ କରି ଜଣାଅ । ରାଜ୍ୟ ସରକାର ଆଜି ଚାଷୀମାନଙ୍କୁ ଆଜି ଏଭଳି ପରାମର୍ଶ ଦେଇଛନ୍ତି । ବୀମା ସହାୟତା ପାଇଁ କ୍ଷୟକ୍ଷତିର ୭୨ଘଣ୍ଟା ମଧ୍ୟରେ ‘କୃଷିରକ୍ଷକ’ […]
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢାଇଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆସନ୍ତା ୩୧ରେ ସରୁଥିଲା।ଜାନୁଆରୀ ମାସରେ ରାଜ୍ୟରେ ରହିଛି ଦୁଇ ବଡ଼ ଇଭେଣ୍ଟ । ଜାନୁଆରୀ ୮ରୁ ୧୦ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଓ ୨୮-୨୯ତାରିଖରେ ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ । ଏହାର ଆୟୋଜନ ଠାରୁ ପରିଚାଳନାରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ବପୂର୍ଣ୍ଣ […]
ସାରା ଦେଶରେ ଶୋକର ଛାୟା । ଆଉ ନାହାନ୍ତି ଉଦାରୀକରଣ ଅର୍ଥନୀତିର ସ୍ଥପତି। ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମନମୋହନ ସିଂହଙ୍କ ବିୟୋଗକୁ ଦେଶବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ବିଭାଜନ ପରେ ଦୀର୍ଘ ସାଢ଼େ ୬ ଦଶନ୍ଧି ଧରି ଦେଶର ଆର୍ଥତ୍କ ସ୍ଥିତିକୁ ପରଖିବା ସହ ଅର୍ଥନୀତି […]
ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସଆଇ ରେଣୁ ପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୂଚନାମୁତାବକ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା ଏବଂ ତାଙ୍କ ଫୋନ୍ କେହି ଉଠାଉ ନ ଥିବାରୁ ତେନ୍ତୁଳିଖୁଣ୍ଟି […]
ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀ ନିଯୁକ୍ତ। କେଉଁ ଜିଲ୍ଲାକୁ କାହାଙ୍କ ଦାୟିତ୍ୱ ମିଳିଛି, ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୧୩ଜଣ ମନ୍ତ୍ରୀଙ୍କୁ ମୋଟ ୩୦ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ […]
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ବିଶେଷ କରି ବର୍ଷା ଉତ୍ତର-ପଶ୍ଚିମ ଓଡ଼ିଶା ହେବା ନେଇ ଆକଳନ ହୋଇଛି । ପଶ୍ଚିମାଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ଅଦିନିଆ ବର୍ଷାକୁ ନେଇ ଚାଷୀକୂଳ ପୁଣି ଥରେ ଛାନିଆ ହୋଇପଡ଼ିଛି । ବଡ଼ […]
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଛି । ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ମନମୋହନ ସିଂହଙ୍କ ପରଲୋକ ହୋଇଯାଇଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର […]
