ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା। ଆଜି ପାଟଣାଗଡ ଏଡିଜେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ଥିଲା । ତେବେ ଏହି ମାମଲାରେ ସାକ୍ଷୀ ଦେଇଛନ୍ତି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ବଲାଙ୍ଗୀର ଜେଲ୍ରେ ରଖାଯାଇଛିl ପୂର୍ବରୁ ୫୯ ଜଣ ସାକ୍ଷୀଙ୍କ ସାଖ୍ୟ ଗ୍ରହଣ ସରିଯାଇଥିବା ବେଳେ ଗତ ସେପ୍ଟେମ୍ବର ୩ ତାରିଖରେ ପାଟଣାଗଡ଼ କୋର୍ଟରେ ସାଖ୍ୟ ପ୍ରଦାନ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। […]
କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜ ନିର୍ମାଣ ହେବ। ତ୍ରିଶୁଳିଆ ଛକରୁ ବାଲିକୁଦା ଛକ ୪ ଲେନ୍ ରାସ୍ତା ହେବ। ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଜୁଡ଼ିସିଆଲ ଏକାଡେମୀ ରାସ୍ତା ଠାରୁ ଯୋବ୍ରା ଯାଏଁ ୬ ଲେନ ରାସ୍ତା ହେବ। ତେବେ ଏସସିବି ଦ୍ବିତୀୟ କ୍ୟାମ୍ପସ ୨୦୨୫ ସୁଦ୍ଧା ନସରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ନିର୍ମାଣ ଦାୟିତ୍ବରେ ରହିଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ […]
ଥେରୁବାଳୀ, ୨୧ ଡିସେମ୍ବର ୨୦୨୪-ପ୍ରାକୃତିକ ବା ମନୁଷ୍ୟକୃତ ବିପଦ କିମ୍ବା କୌଣସି ଦୁର୍ଘଟଣା ର ପ୍ରତିରୋଧ ର ବିଭିର୍ଣ୍ଣ ପ୍ରଣାଳୀ ଉପରେ , ଆଜି IMFA, ଥେରୁବାଳୀରେ ଏକ ସଫଳ ଆପତ୍କାଳୀନ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ କରାଯାଇଛି, ଯାହାକି ଶ୍ରୀ ଅଶୀଷ କୁମାର ରାୟ, ଉପସଭାପତି ଓ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ପରାମର୍ଶରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା କାରଖାନା ପରିସର ଭିତରେ ଓ ବାହାରେ ଥିବା ସମ୍ଭାବିତ ବିପଦରେ ଜନସାଧାରଣ ଏବଂ ଫ୍ୟାକ୍ଟୋରୀ […]
ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି । ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା […]
ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ପାସ୍ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ପକ୍ଷରୁ ଫେଲ ଘୋଷଣା କରାଯାଇ ପାରିବ।ତେବେ ଯେଉଁ ଛାତ୍ରୀଛାତ୍ରମାନେ ପଞ୍ଚମ ଓ ଅଷ୍ଟମରେ ଫେଲ୍ ହେବେ ସେମାନଙ୍କୁ ୨ ମାସରେ ରିଟେଷ୍ଟ ସୁଯୋଗ ମିଳିବ। ଯେଉଁମାନେ ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ […]
ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଅଭିଯୁକ୍ତ ନକଲି ଡାକ୍ତର ଗିରଫ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ନକଲି ଡାକ୍ତରଙ୍କ ଚିକିତ୍ସାରେ ଜଣେ ରୋଗୀର ମୃତ୍ୟୁ ହୋଇଛି । ରୋଗୀ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ଏହି ଘଟଣାରେ ପୋଲିସ ଉକ୍ତ ନକଲି ଡାକ୍ତରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ତେବେ ନକଲି ଡାକ୍ତରଙ୍କ ଠାରୁ ବିଭିନ୍ନ ପ୍ରକାର ଔଷଧ ଏବଂ ସାଲାଇନ ଜବତ କରାଯାଇଛି । ମୃତକ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ନୟାଗଡ଼ ସହର ମଧ୍ୟରେ ଦୈନିକ ଖବର ବାଣ୍ଟୁଥିବା ସମସ୍ତ ବିତରକ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା […]
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଇଣ୍ଟରନାଲ୍ ଆସେସ୍ମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି । ଡିସେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଆସେସ୍ମେଣ୍ଟ ୧୦ କିମ୍ବା ୨୦ ମାର୍କ ବିଶିଷ୍ଟ ରହିବ।ଏନେଇ କଲେଜମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।ଆସନ୍ତା ବର୍ଷ ସାରା ରାଜ୍ୟରେ ମୋଟ ୧୨୭୬ଟା ସେଣ୍ଟରରେ ଯୁକ୍ତ ଦୁଇ […]
ରାଜ୍ୟରେ ୩ଟି ନୂଆ ଡପଲାର ରାଡାର୍ ବସାଯିବ। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ଏହାକୁ ବସାଯିବ। ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୃତ୍ରିମ ବନ୍ୟା ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦୀପ ଏବଂ ଗୋପାଳପୁରରେ ୨ଟି ଡପଲର ରାଡାର ରହିଛି। ବର୍ତ୍ତମାନ ଆଉ ୩ଟି ସ୍ଥାନରେ ଏହି ରାଡାର ଲାଗିବ। ଦେଶରେ ୨୦୨୬ […]
ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ । ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି । ଦଳ ତରଫରୁ official statement ରଖିଛନ୍ତି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ ବାନାର୍ଜୀ ।ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି।ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା। ଆଣ୍ଟି ବିଜେଡି ଓ ନବୀନ […]
ମହିଳା ଯୋଜନାର ହିତାଧିକାରୀ ଅଭିନେତ୍ରୀ ସନ୍ନି ଲିଓନି। ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ। କେବଳ ସେତିକି ନୁହେଁ ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଛି ୧୦୦୦ ଟଙ୍କା। କଥାଟା ଶୁଣି ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ସୂଚନା ଅନୁଯାୟୀ, ବସ୍ତର ଜିଲ୍ଲାର ମହିଳା ଏବଂ ଶିଶୁ ବିକାଶ ଅଧିକାରୀ କହିଛନ୍ତି, ମହତାରୀ ବନ୍ଧନ ଯୋଜନାରେ ଅର୍ଥ ହଡ଼ପ ହେଇଥିବା ଅଭିଯୋଗ ଆସିଛି । ଏହି ଯୋଜନାରେ ଅଭିନେତ୍ରୀ ସନ୍ନି ଲିଓନ […]
ପାଖେଇ ଆସୁଛି ନୂଆ ବର୍ଷ। ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ରାସନ ମିଳିବାରେ ଆଉ ହେବନି ଅନିୟମିତତା। ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ହିତାଧିକାରୀଙ୍କ ପାଖରେ ପ୍ରତି ମାସରେ ରାସନ ଚାଉଳ ପହଞ୍ଚାଇ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଜାନୁଆରୀ ମାସରୁ ଲାଗୁ ହେବ ଏହି ନୂଆ ନିୟମ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ […]
