ଭରତପୁର ଥାନାରେ ଦୁର୍ବ୍ୟବହାର ମାମଲାରେ ଆଜି ପୁଣି ଜେରା ହେବେ କ୍ୟାପଟେନଙ୍କ ବାନ୍ଧବୀ । ଅପରାହ୍ଣରେ ଜେରା ହେବେ। ବାନ୍ଧବୀଙ୍କ ପରେ କ୍ୟାପଟେନଙ୍କୁ ଜେରା କରାଯିବ । ଏହା ସହ ସେମାନେ ଦେଇଥିବା ସାକ୍ଷୀଙ୍କର ମଧ୍ୟ ଜେରା ହେବ ।ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ଗତକାଲି କ୍ୟପଟେନଙ୍କ ବାନ୍ଧବୀଙ୍କୁ ପ୍ରାୟ ୫ ଘଣ୍ଟା ଜେରା ହୋଇଥିଲା । କ୍ୟାପଟେନଙ୍କ ବାନ୍ଧବୀଙ୍କୁ ପୋଲିସ ପକ୍ଷ ଓକିଲ ଜେରା କରିଛନ୍ତି […]
ଅଭିନେତ୍ରୀ ମନୋରମା ଦାଶଙ୍କଠାରୁ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ଆଉ ନ ଫେରାଇବା ମାମଲାରେ ଗିରଫ ହୋଇଛନ୍ତି ‘ଓମ୍ ଶିବଶକ୍ତି’ ଯାତ୍ରାପାର୍ଟିର ମାଲିକ ଅମରେଶ ଚନ୍ଦ୍ର ସାହୁ। ଭୁବନେଶ୍ୱରର ଲିଙ୍ଗରାଜ ଥାନା ପୁଲିସ ତାଙ୍କୁ ଗିରଫ କରିଛି।ଅଭିଯୋଗ ଅନୁସାରେ, ମନୋରମାଙ୍କୁ ମାସିକ ୮୦ ହଜାର ଟଙ୍କା ଦେବାକୁ ଯାତ୍ରା ପାର୍ଟି ମାଲିକ ଅମରେଶ କହିଥିଲେ। ତେଣୁ ସେ ଅନ୍ୟ ଯାତ୍ରାପାର୍ଟି ଛାଡ଼ି ଅମରେଶଙ୍କ ଯାତ୍ରା ପାର୍ଟିରେ କାମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅମରେଶ […]
ଶିମିଳିପାଳରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ।ଉଭୟ ଯମୁନା ଓ ଜିନ୍ନତ ସୁସ୍ଥ ଅଛନ୍ତି ।ଯମୁନା ଏବେବି ଶିମିଳିପାଳ ଲ୍ୟାଣ୍ଡସ୍କେପ୍ ଅର୍ଥାତ କୂଳଡିହା ଓ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରୁଥିବା ବେଳେ ଜୀନ୍ନତ୍ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଜଙ୍ଗଳରେ ରହିଛି । ତେଣୁ ଜିନ୍ନତ୍ ଉପରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ବନ ବିଭାଗ କଡ଼ା ନଜର ରଖିଛନ୍ତି । ତାକୁ ଟ୍ରାଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ପ୍ରୟାସ […]
ଆସନ୍ତା ୨୪ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ପାଇଁ ବର୍ଷା ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପରେ ଏକ ପୂର୍ବଳୀ ନିମ୍ନଚାପ ରେଖା ସୃଷ୍ଟି ସମ୍ଭାବନା ହେତୁ ଦକ୍ଷିଣ-ପୂର୍ବ ଦିଗରୁ ଜଳୀୟ ବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ସହ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶାରେ ମେଘୁଆ […]
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମ ରେ ୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ମା ବାଗଦେବୀ କ୍ରିକେଟ୍ କ୍ଲବ୍ , ଖାଲମଡା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଡିସେମ୍ବର ୨୫ ତାରିଖ ବୁଧବାର ଦିନ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ଗଣିଆ,କୁମ୍ଭାରପଡ଼ା, ମଧ୍ୟଖଣ୍ଡ,ଦଶପଲ୍ଲା ଗଡ ରାଜେଶ୍ଵରି, ପାଟପୁର ପାଟଣା,ଜଗନ୍ନାଥ ପ୍ରସାଦ, ସିକ୍ରିଡା,ନୂଆଗାଁ, ମହିପୁର ପାଟୁଳିସାହି, ଡି ସି ସି, […]
ରାୟଗଡ ରାୟଗଡ ଜ଼ିଲ୍ଲା ରେ ପ୍ରେସ ୟୁନିଅନ ରାୟଗଡ ର ଆଗାମୀ ଦୁଇ ବର୍ଷ ନିମନ୍ତେ ବିଭିନ୍ନ ପଦ ପଦବୀ ନିମନ୍ତେ ନାମ ଚୟନ ହୋଇଯାଇଛି . ୟୁନିଅନ ର ଉପଦେଷ୍ଟା ଶ୍ରୀ ସୁରେଶ ଦାଶ ଙ୍କ ତତ୍ୱାବଧନରେ କର୍ମ କର୍ତା ଚୟନ ହୋଇଥିଲା . ୟୁନିଅନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଅମୁଲ୍ୟ ରତ୍ନ ସାହୁ, ଉପ ସଭାପତି ଏଙ୍କିଟି ପାଢ଼ୀ , ଶିବାଜୀ ଦାଶ ସାଧାରଣ ସମ୍ପାଦକ, ମୃତ୍ୟୁଞ୍ଜୟ ନନ୍ଦ ସହ ସମ୍ପାଦକ ଓ […]
ରାୟଗଡ:-ତା.୨୨/୧୨- ଆଜି ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ କରିଛନ୍ତି ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ lଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ଶୁଭାରମ୍ଭ କରି ଜିଲ୍ଲାପାଳ କହିଲେ ଯେ ସପ୍ତାହ ବ୍ୟାପି ଏହି ରଥ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଜନସାଧାରଣ ଓ ଚାଷୀ ମାନଙ୍କ କଣ କର୍ତ୍ତବ୍ୟ ହେବା ଉଚିତ ସେ ଉପରେ ଜନ ସଚେତନତା କରିବ l ଆଜି ସ୍ଥାନୀୟ ଶିଳତିଗୁଡ଼l, ଜଙ୍ଗିଦି, ଚମ୍ପିକୋଟ, […]
ନୟାଗଡ଼,(ଓଡିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ,ଦଶପଲ୍ଲାଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ଦଶପଲ୍ଲା ବ୍ଲକ ଶିକ୍ଷାଧିକାରୀ ଭକ୍ତ ବିନୋଦ ସଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ସଭାପତି ଲକ୍ଷ୍ମୀଧର ମହାପାତ୍ର, ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ […]
କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସଟିରଭିତର ପାଖ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ବାହାର ର ମଧ୍ୟ ଅଧିକାଂଶ ଭାଗ ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଦୀର୍ଘ ୪ମାସ ହେବ ଘରୋଇ ଯାତ୍ରୀ ବାହୀ […]
ବିଜେପି ରାଷ୍ଟ୍ରୀୟ ନେତୃତ୍ୱଙ୍କ ଫୋକସରେ ଏବେ ଓଡ଼ିଶା । ମାସକ ମଧ୍ୟରେ ପୁଣି ଦ୍ୱିତୀୟଥର ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।ସମଲେଶ୍ବରୀ ମନ୍ଦିର ଦର୍ଶନ ପରେ ଜିଏମ କଲେଜ ଅଡିଟୋରିୟମରେ ବୈଠକ । ବୁର୍ଲା ସୁପରସ୍ପେଶାଲିଟ ବିଲ୍ଡିଂର ଉଦଘାଟନ କରିବା ସାଙ୍ଗକୁ ଅନ୍ୟ ପ୍ରକଳ୍ପ କରିବେ ଉଦଘାଟନ । ଅମିତ ଶାହାଙ୍କ ଗସ୍ତକୁ ନେଇ ବିଜେପି କ୍ୟାମ୍ପରେ ଉତ୍ସାହ ଭରିଯାଇଛି । ୨୮ତାରିଖ […]
ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ନୂଆ ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ।ପୂର୍ବରୁ ଏକାସାଙ୍ଗରେ ୩ ମାସର ରାସନ ଡିଲରଙ୍କ ପାଖରେ ମହଜୁଦ ରହୁଥିଲା। ଏହାର ଅପବ୍ୟବହାର କରାଯାଉଥିଲା। ଏପରିକି ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଣୁ ସରକାର ପ୍ରତି ମାସରେ ରାସନ ଦେବାକୁ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି। ତେବେ ଜାନୁଆରୀରୁ ମିଳିବ […]
ଡିସେମ୍ବର ୨୧ ଶନିବାର ଅର୍ଥାତ ଆଜି ପ୍ରଥମ ଥର ପାଇଁ ବିଶ୍ୱ ଧ୍ୟାନ ଦିବସ ପାଳନ ହେଉଛି । ବିଶ୍ୱରେ ଦେଶରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ସୁସ୍ଥ ଶରୀର ପାଇଁ ଦୈନନ୍ଦିନ ଜୀବନ ସହିତ ଧ୍ୟାନକୁ ଯୋଡ଼ିଦେଲେ ମଣିଷ ୧୦୦ ବର୍ଷ ଯାଏଁ ବିନା ଔଷଧରେ ମଧ୍ୟ ବଞ୍ଚିପାରିବ।ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ । ଚଳିତ ମାସ ପ୍ରାରମ୍ଭରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତି […]
