ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ତତ୍ ପରବର୍ତ୍ତୀ ଅବପାତ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆସନ୍ତାକାଲି ବର୍ଷାର ପରିମାଣ ବହୁ ମାତ୍ରାରେ କମିଯିବାର ସମ୍ଭାବନା ରହିଛି। ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।ବର୍ଷା କମିବା ପରେ ଆକ୍ତାମାକ୍ତା କରିବ ଘନ କୁହୁଡି । ୨୩ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ […]
ସରକାର କହୁଛନ୍ତି ଲୋକଙ୍କୁ ଋଣ ସୁବିଧା ଦିଆଯାଉଛି। କିନ୍ତୁ ଲୋକଙ୍କୁ ଋଣ ପାଇବା ପାଇଁ ବହୁ ହଇରାଣ ହେବାକୁ ପଡୁଛି। ଋଣ କରାଇଦେବାକୁ କହି ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ହେଲେ ବିପିନ ଦେହୁରୀ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ପିଏମଇଜିପି ଋଣ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ । ଲାଞ୍ଚ ଟଙ୍କା ଜବତ […]
ନୂଆ ସରକାର କ୍ଷମତାକୁ ଆସିବା ପରେ ଜାଲ୍ ରାସନକାର୍ଡ଼ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଇ-କେୱାଇସି ଯାଞ୍ଚ ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୪ମାସ ମଧ୍ୟରେ ୧,୭୭,୦୬୮ଜଣ ଭୂତ ରେସନ୍କାର୍ଡଧାରୀ ଚିହ୍ନଟ ହେଲେଣି।ଏହି ପ୍ରକ୍ରିୟା ଜାରି ରହିଥିବାରୁ ଭୂତ ରାସନକାର୍ଡ଼ଧାରୀଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଭୂତ ରାସନକାର୍ଡ଼ଧାରୀଙ୍କ ବଦଳରେ ପ୍ରାୟ ୧,୭୭,୦୬୮ଜଣ ପ୍ରବାସୀ ଓଡ଼ିଆଙ୍କୁ ରାସନକାର୍ଡ଼ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର […]
ମହଙ୍ଗା ହୋଇପାରେ ବିଜୁଳି । ବିଜୁଳି ବିଲ୍ ବାବଦରେ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଅଧିକ ଟଙ୍କା । ୨୦୨୫-୨୬ରେ ବିଦ୍ୟୁତ୍ ପାଇକାରୀ ମୂଲ୍ୟ ୟୁନିଟ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି ।ଗ୍ରିଡକୋ ଦର୍ଶାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ୍ ବିକ୍ରି କରିବାକୁ ଯୋଜନା ରହିଛି। ପୂରା ବିଦ୍ୟୁତ୍ କିଣାବିକା ଓ ନିଜର ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ପାଖାପାଖି ୧୫ […]
ସ୍ତ୍ରୀର ତଣ୍ଟି କାଟିଲା ସୈତାନ ସ୍ବାମୀ । ପାରିବାରିକ କଳହରୁ ନିର୍ମମ ହତ୍ୟା ଅଭିଯୋଗ । ବରଗଡ଼ ଗାଇସିଲଟ ଥାନା ଅନ୍ତର୍ଗତ ଜନକେଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ଚନ୍ଦ୍ରକାନ୍ତି ସାହୁ ।ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଜେନକେଡା ଗାଁର କଲୋନୀପଡାରେ ସ୍ତ୍ରୀର ଗଳାକାଟି ହତ୍ୟା କରିଛି ସ୍ବାମୀ । ସ୍ତ୍ରୀ ଚନ୍ଦ୍ରକାନ୍ତି ସାହୁ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କଲେ ସ୍ବାମୀ ରାମ ସାହୁ । ରାତିରେ […]
ନୂଆବର୍ଷରେ ମିଳିପାରେ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନୂଆବର୍ଷରେ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏନେଇ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତଙ୍କୁ ସୁଯୋଗ ଦିଆଯିବ। ଭେରିଫିକେସନରେ ଡେରି ହେଉଛି। ଆମେ ଡିସେମ୍ବର ୩୦ ତାରିଖ ଟାର୍ଗେଟ ରଖିଛୁ । ସବୁ ଭେରିଫିକେସନ୍ ଯଦି ସରିଲା ତେବେ […]
ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ବେହାଲ ହେଲାଣି ସ୍ଥିତି । ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ । ଧାନ ବିଲରେ ପଡିଛି ଧାନ ।ଆଉ ଅନେକ ସ୍ଥାନରୁ ଆସୁଛି ଫସଲ ନଷ୍ଟର ଖବର । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି । […]
କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ରାଜେନ୍ଦ୍ର ନାରାୟଣପୁର ଗାଁ ବାଇଶିଘେରି ଚାଷ ଜମିରୁ ଏକ ୧୯ ଫୁଟର ବିଶାଳ ଅଜଗର ଉଦ୍ଧାର ହୋଇଛି।ତା ମୁଣ୍ଡରେ ସାମାନ୍ୟ କ୍ଷତ ଥିବାରୁ ଭିତରକନିକା ମଧ୍ୟରେ ଥିବା ଏନ୍ କ୍ଲୋଜରରେ ଅଜଗରକୁ ରଖାଯାଇ ଚିକିତ୍ସା ଜାରି ରହିଛି ।ସାପ ଟି ସମ୍ପୂର୍ଣ ସୁସ୍ଥ ହୋଇଗଲେ ଏହାକୁ ଭିତରକନିକା ଜଙ୍ଗଲ ରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ ବର୍ତମାନ ଭିତରକନିକା ରେ ପର୍ଯ୍ୟଟକମାନେ ଏହି ବିରାଟକାୟ ସାପକୁ […]
ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏହି ଫାର୍ମର ରେଜିଷ୍ଟ୍ରି(ଚାଷୀ ପଞ୍ଜିକା) ପ୍ରସ୍ତୁତ ନିମନ୍ତେ ଜାନୁୟାରୀ ପହିଲାରୁ ପ୍ରତି ପଂଚାୟତରେ କ୍ୟାମ୍ପ(ଶିବିର) ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ଟିକିିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ । ଯାହାମାଧ୍ୟମରେ ଚାଷୀଙ୍କ ଚିହ୍ନଟ ହେବା ସହ ତାଙ୍କୁ ସିଧାସଳଖ ସରକାରଙ୍କ ସବୁ ସୁବିଧା ଓ ଯୋଜନାର ଲାଭ ମିଳିପାରିବ । […]
ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଯାହାଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉପକୂଳ ସହ ଅଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । କୋହଲା ପାଗ ସହ ଝିପି ଝିପ ବର୍ଷା ଜାରି ରହିଛି । ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ। କେଉଁଠି ପାଚିଲା ଧାନ କଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ ଭିଜୁଛି । ବର୍ଷାରେ ବିଲରେ ପାଣି ଜମି ରହିଛି । […]
ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାର ନବୀକରଣ କରାଯିବ। ତେବେ ସରକାର ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରିଛନ୍ତି। ଏଣିକି ଏହା ‘ପଂଚସଖା ଶିକ୍ଷା ସେତୁ’ ନାମରେ ନାମିତ ହେବା ସହ ଏହାର ଅଧ୍ୟକ୍ଷ ଓ ଏକ୍ସ ଅଫିସୋ ଚେୟାରମ୍ୟାନ ଭାବେ ମୁଖ୍ୟ ସଚିବ ରହିବେ। ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନର ସମସ୍ତ ସମ୍ପତ୍ତି, କର୍ମଚାରୀ ଓ ପାଣ୍ଠିକୁ ‘ପଂଚସଖା ଶିକ୍ଷା ସେତୁ ସଂଗଠନ’କୁ ସ୍ଥାନାନ୍ତର ହେବ। ଏହି ଯୋଜନାର ଅନ୍ୟ ସବୁ ସର୍ତ୍ତାବଳୀ ପ୍ରାୟତଃ […]
ଆଜି ଭୁବନେଶ୍ବର ପାଇଁ ବିଶ୍ବର ସବୁଠାରୁ ଛୋଟ ଦିନ । ଆଜି ଭୁବନେଶ୍ବରରେ ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ । ସେହିପରି ରାତି ସମୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ ବୋଲି ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ସାଧାରଣତଃ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୧୨ଦିନ ଧରି ଭୁବନେଶ୍ୱରରେ ଦିନର ଅବଧି ପ୍ରାୟ ୧୦ ଘଣ୍ଟା ୫୫ ମିନିଟ୍ ଓ ରାତି […]
