ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ କେବେ ଆସିବେ ସେନେଇ ସ୍ପଷ୍ଟ କରି କହିନାହାନ୍ତି । ୨୮, ୨୯ ଏବଂ ୩୦ ଭିତରୁ କେଉଁ ଦୁଇ ଦିନରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଚୂଡ଼ାନ୍ତ ପରେ ସୂଚନା ଦିଆଯିବ |ତେବେ ଭୁବନେଶ୍ବରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ […]
ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ। ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ପାଢ଼ୀ କହିଛନ୍ତି। ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ନେଇ ଖୁବଶୀଘ୍ର ସେବାୟତଙ୍କ ସହ ଆଲୋଚନା କରାଯିବ।ଅନ୍ୟପଟେ ଆନନ୍ଦ ବଜାରରେ ଶୃଙ୍ଖଳାକୁ ଆହୁରି କଡ଼ାକଡ଼ି କରାଯିବ। ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଏକ ଅନୁଧ୍ୟାନ କମିଟି […]
ଇଣ୍ଡିଆ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜେ (ଇମ୍ଫା) ଲିମିଟେଡ୍ ଏବଂ ଜେଏସ୍ଡବ୍ଲ୍ୟୁ ଗ୍ରୀନ୍ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଇମ୍ପାର ସ୍ମେଲଟର ୟୁନିଟ୍ ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍ଡବ୍ଲ୍ୟୁ ଏନର୍ଜି ସହ କମ୍ପାନୀ ଏକ ଯୌଥ ଉଦ୍ୟୋଗ ସମ୍ପର୍କରେ ଘୋଷଣା କରିଛି। ଏହା ୫୦ ମେଗାୱାଟ୍ର ସୋଲାର ଓ ୧୦୦ ମେଗାୱାଟ୍ର ପବନ ଶକ୍ତି , ମୋଟ ଚୁକ୍ତି ଅଧାରିକ କ୍ଷମତା ୭୦ ମେଗାୱାଟ୍ ପ୍ରକଳ୍ପରେ ୮୩.୨୬ […]
ଜାନୁଆରୀ ୧୮ରେ ପକ୍ଷୀ ଗଣନା । ୧୬ରୁ ଆରମ୍ଭ ହେବ ପକ୍ଷୀ ଗଣନା ପ୍ରକ୍ରିୟା । ଚଳିତ ବର୍ଷ ସାରା ରାଜ୍ୟରେ ଗୋଟିଏ ଦିନରେ ହିଁ ପକ୍ଷୀ ଗଣନା କରାଯିବ । ଏଥର ଗଣନାରେ ଫ୍ଲେମିଙ୍ଗୋର ଟ୍ରାକିଂ କରାଯିବ । ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି,ତାହା ସହଜରେ ଅନୁଧ୍ୟାନ କରିହେବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା । ଚିଲିକା ହ୍ରଦକୁ […]
ପ୍ରେମ ପାଇଁ ପୁରା ପରିବାର ଏବେ ରାସ୍ତାରେ । ଆଖିରୁ ବୋହି ପଡୁଛି ଲୁହ । ପାଉଁଶ ହୋଇଯାଇଛି ପୁରା ଘର । ଏଭଳି ଘଟଣା ଦେଖିବାକୁ ମିଳିଛି ଧାମନଗର ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଗୋପାଳ ସାହିରେ । ଏନେଇ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ପ୍ରେମିକା ଅପରାଜିତା ଦାସ ।ବିଦ୍ୟାଧରପୁର ଗାଁର ରମେଶ ଦାସଙ୍କ ପୁଅ ଜ୍ୟୋତିରଞ୍ଜନ ଗୋପାଳ ସାହିର ଅପରାଜିତାଙ୍କୁ ଭଲ ପାଉଥିଲେ । କିଛି ଦିନ ଧରି ସେମାନଙ୍କ ଦେଖା ହୋଇନଥିବାରୁ […]
ଉପଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ଚାଷୀ। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ଗାଡ଼ି ଆଗରେ ରାଜକନିକା ଅଞ୍ଚଳର ଜଣେ ଚାଷୀ ଶୋଇପଡ଼ିଥିଲେ। ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଚାଷୀମାନଙ୍କର ଅଭିଯେୋଗ ମୁତାବକ, କଲଭଟ ନିର୍ମାଣ ପାଇଁ ଆର୍.ଡି. ବିଭାଗ ନାଳ ଉପରେ ବନ୍ଧ ବାନ୍ଧିବାରୁ ସେମାନଙ୍କ ଚାଷ ଜମିକୁ ପାଣି ଯାଉନି । ଯାହାଫଳରେ ପାଣି ଅଭାବରୁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର […]
ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରତାପ ଷଢଙ୍ଗୀ ଆହତ । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଫୋପାଡିଦେଇଥିବା ଅଭିଯୋଗ କଲେ ସାଂସଦ । ସାଂସଦଙ୍କ କହିବା କଥା ମୁଁ ପାହାଚ ଉପରେ ଛିଡା ହୋଇଥିଲି । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି।ଗୁରୁବାର ସଂସଦ ଭିତରେ ପ୍ରତାପ […]
ସରକାରଙ୍କୁ ଶିମିଳିପାଳ ଚିନ୍ତା। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ।ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ। ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ। ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ | ଶିମିଳିପାଳ ବାଘ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଶୀକାର ବଢୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ […]
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଦ୍ବିତୀୟ ଦିନ। ଗୁରୁବାର ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯିବ। ପ୍ଲାଷ୍ଟର ଛଡାଯିବା କାର୍ଯ୍ୟ ଶେଷ ହେବା ପରେ ନଷ୍ଟ ହୋଇଯାଇଥିବା ଲୁହା ବିମ୍ ଓ ପଥର ବଦଳାଯିବ। ବଦଳରେ ନୂଆ ଲୁହା ବିମ୍ ଓ ପଥର ଲଗାଯିବ। ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ଶେଷ ପରେ ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ ଦିଆଯାଇଛି । ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେଲେ ବାହାର […]
କଟକ ରୁ ଆସିଛି ଏହିଭଳି ଏକ ଘଟଣା | ମୁଁ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ। ମୁଁ ବଡ଼ ବଡ଼ କମ୍ପାନୀର ଚାକିରି କରାଇ ଦେବି। ଏଥିପାଇଁ କିଛି ଟଙ୍କା ଦେବାକୁ ପଡ଼ିବ।” ଏପରି କହି ଆଶାୟୀଙ୍କୁ ଚୁନ ମାରୁଥିଲେ ମହିଳା। ଏପରି କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ବାନ୍ଧିଛି ପୁଲିସ। କିନ୍ତୁ ଏହି ଘଟଣାର ମାଷ୍ଟରମାଇଣ୍ଡ ସଂପୃକ୍ତ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି। ଆଇଏଏସ୍ ଅଫିସର ପରିଚୟ ଦେଉଥିବା ପ୍ରିୟଙ୍କା ପ୍ରିୟଦର୍ଶନୀ ତ୍ରିପାଠୀ […]
ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍ । ଦ୍ବିତୀୟ ଦିନରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡ୍ । ଏନଜିଓ ‘ବିଶ୍ବ’ ଅଫିସ ସମ୍ପାଦକଙ୍କ ଘର ସମେତ ମୋଦିପଡ଼ା, ଧନୁପାଲି ଅଞ୍ଚଳରେ ରେଡ୍ ଜାରି ରହିଛି। ‘ବିଶ୍ବ’ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ।ସୂଚନା ଅନୁସାରେ, ଗତକାଲି ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ କରିଥିଲା ଇଡି […]
କଟକ ଜିଲ୍ଲାପାଳଙ୍କ ଦସ୍ତଖତର ହୋଇଥିଲା ଜାଲିଆତି। ପ୍ରାୟ ୫ ବର୍ଷ ପରେ ସ୍ପଷ୍ଟ ହୋଇଛି ଏହି ଘଟଣା। ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସିଷ୍ଟାଷ୍ଟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଇଛନ୍ତି କଟକ ଜିଲ୍ଲାପାଳ।୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶ ଛୁଟି ପାଇଁ ଆବେଦନ କରିଥିଲେ। ନିର୍ବାଚନ ପାଇଁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜୟଲକ୍ଷ୍ମୀଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି […]
