ବିଷାକ୍ତ ସାପ ଧରି ମେଡ଼ିକାଲ୍‌ରେ ପହଞ୍ଚିଲେ ଚାଷୀ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଞ୍ଚଳରେ ବିଲରେ ଚାଷ କାମ କରୁଥିବା ବେଳେ କାମୁଡ଼ିଲା ସାପ। ତେଣୁ କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲ୍‌ରେ ପହଁଚିଲେ ଚାଷୀ। ବିଲରେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା। ସେ ସଙ୍ଗେ ସଙ୍ଗେ ପାଖ ବିଲରେ କାମ କରୁଥିବା ଚାଷୀଙ୍କୁ ଡାକିଥିଲେ। ସାପଟି ଦଂଶିବା ପରେ ପଳାଇ ଯାଉଥିଲା। ଚାଷୀମାନେ କାଇଦା କରି ସାପକୁ ଧରି ପକାଇଥିଲେ। ପରେ ସାପକୁ ବ୍ୟାଗରେ ପୂରାଇ ଦେଇ ମୁହଁ […]

ହସ୍ପିଟାଲରୁ ସ୍ବାମୀଙ୍କୁ ଗିରଫ ଦାବି କଲେ କନଷ୍ଟେବଳ ସ୍ତ୍ରୀ

ଯାହା ହାତ ଧରି ସାତ ଜନ୍ମର ସାଥୀ ହୋଇଥିଲେ, ସେ ହିଁ ହତ୍ୟା ପାଇଁ କରିଛି ଉଦ୍ୟମ । ସ୍ବାମୀ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ନ୍ୟାୟ ଭିକ୍ଷା କରୁଛି ସ୍ତ୍ରୀ ।ଆକ୍ରମଣ କରିଥିବା ତାଙ୍କ ସ୍ବାମୀ ଜ୍ୟୋତି ପ୍ରଧାନ ମଧ୍ୟ ଜଣେ କନଷ୍ଟେବଲ। ଗତ ସୋମବାର ରାସ୍ତାରେ ଯାଉଥିବା ବେଳେ ସ୍ତ୍ରୀଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଫେରାର ହୋଇ ଯାଇଥିଲେ ଜ୍ୟୋତି ପ୍ରଧାନ।ଗୁରୁତର ଅବସ୍ଥାରେ ମହିଳା କନେଷ୍ଟବଳ ନୁପୁର ବଲାଙ୍ଗୀରର ଏକ ଘରୋଇ […]

ମାଞ୍ଜା ସୂତା ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ

କଟକରେ ଚାଇନିଜ ମାଞ୍ଜା ସୂତା ଧରପଗଡ ଆରମ୍ଭ କରିବ କଟକ କମିସନରେଟ ପୋଲିସ । ଲୁଚା ଛପାରେ ବେଆଇନ ଭାବେ ବିକ୍ରୀ କରାଯାଉଥିବା ମାଞ୍ଜା ସୂତା ଧରିବା ପାଇଁ ସହରର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ।ଏପରିକି ମାଞ୍ଜା ସୂତା ବ୍ୟାନ ସହ ବିକ୍ରି ଉପରେ ହାଇକୋର୍ଟ ମଧ୍ୟ କଟକଣା ଲଗାଇଛନ୍ତି। ମାଞ୍ଜା ସୂତା ବିକ୍ରି କଲେ ବ୍ୟବସାୟୀଙ୍କୁ ଧରିବାକୁ କଟକ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଚାଇନିଜ ମାଞ୍ଜା ସୂତା […]

ଏନଆରଟିଏସ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ

ଏନଆରଟିଏସ ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା ଏହି ପରୀକ୍ଷା। ବୋର୍ଡର ୱେବସାଇଟ www.bseodisha.ac.in ରେରେଜଲ୍ଟ ଉପଲବ୍ଧ। ନଭେମ୍ବର ୫ ରେ ୩୩୪ ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା ଏହି ପରୀକ୍ଷା। ରାଜ୍ୟର ୫୧୯୨୪ ଜଣ ଛାତ୍ରଛାତ୍ରୀ ଦେଇଥିଲେ ଏହି ପରୀକ୍ଷା। ତେବେ ଅକ୍ଟୋବର ୨୩ରେ ଏନଆରଟିଏସ୍ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ମାତ୍ର ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସରକାରୀ […]

ନୟାଗଡ ଜିଲ୍ଲା ଚତୁର୍ଥ  ରାଷ୍ଟ୍ରୀୟ ଲୋକ ଅଦାଲତ:  ୪୫୪୭ ଟି ମାମଲା ଫଏସଲା

ନୟାଗଡ଼, (ଲକ୍ଷ୍ମୀଧର ସାହୁ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ  ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ  ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ […]

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, ୧୭ରୁ ବର୍ଷିବ

୧୭ ତାରିଖରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 17 ତାରିଖରେ ଗଜପତି, ଗଂଜାମ ପୁରୀ ,ରାୟଗଡା ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୮ ତାରିଖରେ ଗଜପତି, ଗଂଜାମ, ପୁରୀ, ରାୟଗଡା, ଖୋର୍ଦ୍ଧା, ନୟାଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ […]

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀଅନୁଷ୍ଠିତ, ବିଜ୍ଞାନ ବିନାଶକାରୀ ନହେଉ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ବଜେନ୍ଦ୍ର ଉଚ୍ଚ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ  ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ।ଜିଲ୍ଲା […]

ବାଂଲାଦେଶୀ ଜାହାଜକୁ ସ୍ବଦେଶ ଫେରାଇବାକୁ ବିରୋଧ

ବାଂଲାଦେଶୀ ମତ୍ସ୍ୟଜୀବୀ ଓ ଜାହାଜକୁ ଛାଡିବା ପୂର୍ବରୁ ବାଂଲାଦେଶ ଜେଲରେ ସଜା କାଟୁଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକୁଳାଇବାକୁ ଦାବି । ଗତ ୬ ତାରିଖରେ ଭାରତୀୟ ଜଳସୀମାରେ ବାଂଲାଦେଶର ଦୁଇଟି ଛୋଟ ଜାହାଜ ଲେଇଲା-୨ ଓ ଏଫ ଭି ମେଘା ବେଆଇନ ଭାବରେ ପଶି ମାଛ ମାରୁଥିବା ବେଳେ ଭାରତୀୟ ତଟରଖି ବାହିନୀ ଦ୍ୱାରା ଧରାପଡିବା ପରେ ସେମାନଙ୍କୁ କୋଷ୍ଟ ଗାର୍ଡ ପକ୍ଷରୁ ପାରାଦ୍ୱୀପ ଅଣା ଯାଇଥିଲା । ସେଠାରେ ସେମାନଙ୍କୁ ରଖାଯିବା ସହିତ ସେମାନେ କିଭଳି […]

ମାଲକାନଗିରିରେ ହେବ ୪ ହଜାର କୋଟି ଟଙ୍କାର ପୁଂଜିନିବେଶ ।

ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଭେଟି ଦେଇଛନ୍ତି। ଏଠାରେ ୪ ହଜାର କୋଟି ବ୍ୟୟରେ ସିମେଣ୍ଟ କାରଖାନା ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ୨ ହଜାର ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ। ଜିଲ୍ଲାର ମୋଟୁ ଠାରୁ ମୟୂରଭଞ୍ଜ ତିରିଂ ଯାଏଁ ୬ ଲେନ୍ ସଡକ ନିର୍ମାଣ ହେବ । ଖୁବ ଶୀଘ୍ର ରେଳ ଜମି ଅଧିଗ୍ରହଣ କରାଯିବ ।ଏହା […]

ଜେରା ପରେ ବିଷ୍ଣୁପଦଙ୍କ ଡ୍ରାଇଭର କହିଲେ ସତ କଥା

ରାଜଧାନୀ ଭୁବନେଶ୍ୱରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ସିବିଆଇ ସମନ ପଠାଇଛି। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ ହୋଇଛି। ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧ ତାରିଖରେ ଭୁବନେଶ୍ବର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଏହି ଅନୁଯାୟୀ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସିବିଆଇ ଜେରା କରିଥିଲା।ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଡ୍ରାଇଭର ନୃସିଂହ କହିଛନ୍ତି, ସାର୍‌ଙ୍କ ବାବଦରେ […]

ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ୩ ଭାରତୀୟ

ବିଶ୍ବର ପ୍ରଭାବଶାଳୀ ମହିଳାଙ୍କ ଭିତରେ ଭାରତର ଦବଦବା । ୩ ମହିଳା ଲେଖିଲେ ସ୍ବର୍ଣ୍ଣିମ ଅକ୍ଷରରେ ନାଁ । ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ନୀତି ନିର୍ମାତାଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ଏମାନେ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇଟି କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦର ମାଲହୋତ୍ରା ଏବଂ […]

ଥମୁନି ପୋଲାଭରମ ପ୍ରସଙ୍ଗ ।ନବୀନଙ୍କୁ ରିପୋର୍ଟ ଦେଲେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଥମୁନି ପୋଲାଭରମ ପ୍ରସଙ୍ଗ । ପୋଲାଭରମ ପ୍ରସଙ୍ଗକୁ ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ଜାନୁଆରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ମାଲକାନଗିରି ମୋଟୁରୁ ରାଜଧାନୀ ଏବଂ ରାଜଧାନୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବ ବିଜେଡି। ଜାନୁଆରୀରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ । ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି।ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ […]