ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କଲେ ଉଜବେକିସ୍ତାନରେ ଫସିଥିବା ଓଡ଼ିଆ

ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ । ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ରହିଛନ୍ତି । ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି । ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି ।ଅକ୍ଟୋବର ମାସରୁ ଦରମା ମିଳିନି। ଏପରିକି କମ୍ପାନି ଖାଇବା ପିଇବା ମଧ୍ୟ ଦେଉ ନାହିଁ। ବହୁତ ହଇରାଣରେ ସେମାନେ ଅଛନ୍ତି ବୋଲି ଭିଡିଓରେ ଦର୍ଶାଇଛନ୍ତି । ଏହା ସହିତ ଉଦ୍ଧାର ପାଇଁ ଉଭୟ […]

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ । ତେବେ କାଲିଠାରୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ । ଏନେଇ ସୂଚନା ଦେଲେ ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ଏନେଇ ସୂଚନା ଦେଇଛନ୍ତି ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ । ସୂଚନା ଦେଇ ସେ କହିଛନ୍ତି ଯେ ଯୋଗାଣ ନିଗମ, ଯୋଗାଣ ବିଭାଗ ଓ ମନ୍ତ୍ରୀଙ୍କୁ ଧନ୍ୟବାଦ । ୪ଟି ଦାବିରୁ ଗୋଟିଏ ଦାବି ମାନିଥିବାରୁ […]

୧୦ ଝିଅ ପରେ, ପୁଅକୁ ଜନ୍ମ ଦେଲେ ମହିଳା, ବାପା ଭୁଲିଗଲେ ଝିଅମାନଙ୍କ ନାଁ 

ହରିୟାଣାର ଜିନ୍ଦ ଜିଲ୍ଲାରୁ ଏକ ଖବର ଆସିଛି ଯାହା ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଅ ପାଇଁ ଆଗ୍ରହୀ ଜଣେ ମହିଳା ୧୧ତମ ଥର ପାଇଁ ମାତୃତ୍ୱ ଲାଭ କରିଛନ୍ତି ଏବଂ ଏଥର ତାଙ୍କର ଇଚ୍ଛା ପୂରଣ ହେଲା । ଦଶଟି ଝିଅ ପରେ ପୁଅ ଜନ୍ମ ହେବା ପରିବାରରେ ଏତେ ଖୁସିର ମାହୋଲ ଥିଲା ଯେ ପୁରା ହସ୍ପିଟାଲକୁ ବେଲୁନରେ ସଜାଯାଇଥିଲା ଏବଂ ଏକ ଉତ୍ସବ ପରି ପାଳନ କରାଯାଇଥିଲା । ତେବେ […]

କଟକ ଏସସିବିରେ ବଡ଼ ଅଘଟଣ, ରୋଗୀ ଉପରେ ଖସିଲା ସିଲିଂ

କଟକ ଏସସିବିରେ ବଡ଼ ଅଘଟଣ । ମେଡିକାଲରେ ରୋଗୀ ଉପରେ ଖସିଲା ସିଲିଂ । ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ । ତାହା ପୁଣି ରୋଗୀଙ୍କ ମୁଣ୍ଡ ଉପରେ ।ଯାହାକୁ ନେଇ କଟକ ବଡ଼ ମେଡିକାଲ୍ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଲାଣି । ସୂଚନା ଅନୁସାରେ, ଏସ୍‌ସିବିର ପୁରୁଣା ମେଡିସିନ୍ ୱାର୍ଡରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ରୋଗୀଙ୍କ ଠାରେ ଭେଣ୍ଟିଲେଟର ମଧ୍ୟ ଲାଗିଥିଲା । ଅର୍ଥାତ୍ ରୋଗୀ ଜଣଙ୍କ […]

ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା,୩ ଦିନ ଯାଏ କୋଲ୍ଡ ୱେଭ

ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୨୩ ସହର । ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପ ବଢ଼ିବା ସହ ୩ ଦିନ ଯାଏ କୋଲ୍ଡ ୱେଭ ବା ଶୀତ ଲହରୀ ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରବଳ ଶୀତ ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, […]

ସାପକୁ ଧରି ବାହାଦୁରୀ ମାରୁଥିଲେ, ଦେଲା ଚୋଟେ

ସାପକୁ ଧରି ବାହାଦୁରୀ ମାରୁଥିଲେ, ଦେଲା ଚୋଟେ । ବ୍ୟକ୍ତି ଜଣକ ସାପକୁ ଚୁମା ଦେବା ପାଇଁ ଚେଷ୍ଟା କରୁଥିଲେ । ଯାହାକି ତାଙ୍କୁ ମହଙ୍ଗା ପଡ଼ିଛି ।ଭଦ୍ରକ ଜିଲ୍ଲା ବନ୍ତ ଅଧିନ ଚୟାଲଶିଂ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୁରୁତର ଯୁବକ ଜଣକ ସୁବଳ ସାହୁ ବୋଲି ଜଣାପଡିଛି। ତାଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁବଳ ସାହୁ ନାମକ ଜଣେ ଯୁବକ ଜଙ୍ଗଲୀ ରଣା ସାପକୁ ଧରି ବେକରେ ପକାଇ ଖେଳୁଥିଲେ […]

ବିହାରରେ ନୂଆ ନିୟମ ।ହିଜାବ, ବୁର୍ଖା ପିନ୍ଧିଥିଲେ ସୁନା ଦୋକାନରେ ଏଣ୍ଟ୍ରି ମନା

ହିଜାବ, ବୁର୍ଖା ପିନ୍ଧି ଆସିଲେ କିଣି ପାରିବେନି ସୁନା । ଗହଣା ଦୋକାନରେ ମିଳିବନି ଏଣ୍ଟ୍ରି ।ବିହାରରେ ଲାଗୁ ହୋଇଛି ଏପରି ନିୟମ । ଅଲ୍‌ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡ ଫେଡେରେସନ ଏପରି ନିଷ୍ପତ୍ତି ନେଇଛି । କେବଳ ମହିଳା ନୁହେଁ ପୁରୁଷଙ୍କ କ୍ଷେତ୍ରରେ ବି ଲାଗୁ ହୋଇଛି ନିୟମ । ଗାମୁଛା, ହେଲମେଟ ଆଦି ପିନ୍ଧି ଚେହେରାକୁ କପଡାରେ ଘୋଡାଇ ଆସୁଥିଲେ କିଣିପାରିବେନି ସୁନା ଗହଣା । ତେବେ ଦେଶରେ ପ୍ରଥମ ରାଜ୍ୟ ଭାବେ […]

ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ଲେଖିପାରିବେ: ମୁଖ୍ୟମନ୍ତ୍ରୀ 

ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ଲେଖିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ABDM)ର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେଉଁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର ସଂପ୍ରସରାରଣ କରାଯିବ। ଡିଜିଟାଲ୍ ମିଶନ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟସେବାକୁ ଯଥା ଆପଏଣ୍ଟମେଣ୍ଟ, ବୁକିଙ୍ଗ୍, ରେଫରାଲ୍ ଓ […]

ଅବପାତର ରୂପ ନେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ ନେଇ କୌଣସି ସୂଚନା ମିଳିନାହିଁ।ସୂଚନାଥାଉକି, ପୂର୍ବରୁ ଲଘୁଚାପ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ଦେଇ କହିଥିଲେ ଯେ, ୧୦ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା ରହିଛି । ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା ରହିଛି । […]

ପ୍ରେମସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣା । ଅଭିଯୁକ୍ତ ପ୍ରେମିକ ଗିରଫ

ରାଜଧାନୀ ଭୁବନେଶ୍ବରରେ ତ୍ରିକୋଣୀୟ ପ୍ରେମରୁ ତୁମୁଳକାଣ୍ଡ । କାର୍ ଭିତରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଧମକ ଦେଉଛି ଦୁର୍ବୁତ୍ତ । ତ୍ରିକୋଣୀୟ ପ୍ରେମକୁ ନେଇ ଦୁର୍ବୁତ୍ତ ଜଣଙ୍କ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଧମକ ଦେଉଛନ୍ତି । ସାଙ୍ଗରେ ନରହିଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଅନ୍ୟ ଯୁବକ ସହ ବୁଲିଲେ ୨୪ ଘଣ୍ଟାରେ ମାରିଦେବ ବୋଲି କହୁଛି ଦୁର୍ବୁତ୍ତ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗଜପତି ଜିଲ୍ଲା […]

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ

ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ । ଏହାସହ ୨୦୨୭ ମସିହା ଫେବ୍ରୁଆରି ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ । ତେବେ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପାତ୍ର ଗଣନା ହେବ। ଆଉ ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନଗଣନା।ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ […]

ଇଣ୍ଟରନେଟ୍‌ରେ ଚାଇଲ୍ଡ ପର୍ଣ୍ଣ ଦେଖୁଛନ୍ତି କି ? ତାହେଲେ ସାବଧାନ୍

ଭାରତ ସରକାର ଶିଶୁ ସମ୍ପର୍କିତ ଓ ଶିଶୁ ଜଡ଼ିତ ଥିବା ଅଶ୍ଳୀଳ ଭିଡିଓର ସମସ୍ତ ୱେବ୍‌ସାଇଟ୍‌କୁ ନିଷେଧ କରିଛନ୍ତି । ସୁପ୍ରିମ୍‌କୋର୍ଟ ଏ ବିଷୟରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଶିଶୁ ସମ୍ପର୍କିତ ଅଶ୍ଳୀଳ ଫଟୋ ଓ ଭିଡିଓକୁ ଦେଖିବା, ଇଣ୍ଟରନେଟ୍‌ରୁ ଡାଉନ୍‌ଲୋଡ୍‌ କରିବା ଏପରିକି ନିଜ ଫୋନ୍‌ରେ ରଖିବା ମଧ୍ୟ ସଙ୍ଗିନ ଅପରାଧ ବୋଲି କହିଛନ୍ତି । ଇଣ୍ଟରନେଟ୍‌ରେ କିଏ ଏହାକୁ ଦେଖୁଛି, କିଏ ଭିଡିଓ ଅପ୍‌ଲୋଡ୍‌ କରୁଛି, କିଏ ଡାଉନ୍‌ଲୋଡ୍‌ କରୁଛି, […]