ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌: ୨ଟି ଦେଇ ବନ୍ୟାଜଳ ନିଷ୍କାସନ

ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ନେଇ ଆସିଛି ନୂଆ ଅପଡେଟ୍ ।ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୧୫ଟି ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ଗୁରୁବାର ସକାଳେ ୩ ପର୍ଯ୍ୟାୟରେ ୧୩ଟି ସ୍ଲୁଇସ୍‌ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ମୋଟ୍‌ ୨ଟି ସ୍ଲୁଇସ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ […]

୩୭ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୫ ପାଇଁ ଦରଖାସ୍ତ ଆହ୍ଵାନ

୩୭ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୫ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୩୧ ଅକ୍ଟୋବର, ୨୦୨୬ (୩୧.୧୦.୨୦୨୬) ରିଖ ସୁଦ୍ଧା ଏଣ୍ଟ୍ରି ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍‌ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ/ ସ୍ପିଡ଼ ପୋଷ୍ଟ / ପାର୍ସଲ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବେ। ଓଡ଼ିଆ ଚଳଚ୍ଚିତ୍ର ଉପରେ ଲିଖିତ ଶ୍ରେଷ୍ଠ ଲେଖା (Book/Monograph) ପାଇଁ […]

ଚୂଡାନ୍ତ ହୋଇନି ଛାତ୍ର ସଂସଦ ନିର୍ବାଚନ ନିଷ୍ପତ୍ତି: ମନ୍ତ୍ରୀ

ଏବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ । ତେବେ ଦଶହରା ଛୁଟି ପୂର୍ବରୁ ହେବ କି ପରେ, ସେ ନେଇ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଛି । ତଥାପି ରାଜ୍ୟ ସରକାରଙ୍କ ସବୁଜ ସଙ୍କେତକୁ କେବଳ ଅପେକ୍ଷା ରହିଛି ।ଏହାରି ଭିତରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି । ମନ୍ତ୍ରୀ କହିଛନ୍ତି, ସରକାର କେବେ ବି ଛାତ୍ର ସଂସଦ ନିର୍ବାଚନକୁ ଅଗ୍ରାହ୍ୟ କରିନାହାନ୍ତି। ସୂଚାରୁରୂପେ ନିର୍ବାଚନ […]

ନିଶାସକ୍ତ ଯୁବକଙ୍କ ଜଘନ୍ୟ କାଣ୍ଡ: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ !

ବିବାହିତା ମହିଳାଙ୍କୁ ଦୁଷ୍କର୍ମ କଲେ ନିଶାସକ୍ତ ଯୁବକ । ମୟୁରଭଞ୍ଜ ବୈଶିଙ୍ଗା ଥାନାରେ ମାମଲା । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗୋଳ ପଞ୍ଚାୟତର ନିମୁଡ଼ିହା ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି । ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ବୈଶିଙ୍ଗା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାମୁତାବକ ନିମୁଡ଼ିହା ଗ୍ରାମର ଚନ୍ଦୁ ମୁର୍ମୁଙ୍କ ୩୫ ବର୍ଷୀୟ ପୁଅ କୁଶୁ ମୁର୍ମୁ ନିୟମିତ […]

ଚୌଦ୍ୱାର ଜେଲ୍‌ର ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳଙ୍କ ଜାମିନ ଆବେଦନ ଖାରଜ

ଚୌଦ୍ୱାର ସର୍କଲ୍ ଜେଲ୍‌ର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନିୟମିତ ଜାମିନ ଆବେଦନକୁ କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରି ଦେଇଛନ୍ତି ।ଜେଏମଏଫସି ଅଦାଲତରେ ଜାମିନ ଖାରଜ ହେବା ପରେ ସେ ନିୟମିତ ଜାମିନ ଲୋଡ଼ି ଦୌରା ଅଦାଲତରେ ଆବେଦନ କରିଥିଲେ।ପୂର୍ବରୁ ସୁଜିତ ରାଉଳଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଥିଲେ ହାଇକୋର୍ଟ । ଚୌଦ୍ୱାର ସର୍କଲ ଜେଲ୍‌ର ମିନିଟ ବୁକ ରେକର୍ଡରେ ଜାଲିଆତି ଓ ହେରଫେର […]

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ୍-ରେଲିଂ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁଗମ ଦର୍ଶନ ପାଇଁ  ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା ଆୟୋଜନ କରିଛି  ଶ୍ରୀମନ୍ଦିର ପ୍ରଶାସନ।ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟ ଠାରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ୍ ଏବଂ ରେଲିଂ ନିର୍ମାଣ ଇତିମଧ୍ଯରେ ସରିଛି । ଏହାସହ ଦିବ୍ୟାଙ୍ଗ ଏବଂ ବୟସାଧିକ୍ୟ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟରେ ନିୟୋଜିତ ହେବେ ।ସ୍ୱେଚ୍ଛାସେବୀ ମାନେ ଶ୍ରଦ୍ଧାଳୁଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ […]

୧୮୦ ଯାତ୍ରୀଙ୍କୁ ବଞ୍ଚାଇଲେ ଭାରତୀୟ ପାଇଲଟ୍!  ସ୍ମିତ୍ ମାଚ୍ଛରଙ୍କୁ ପ୍ରଶଂସା କଲେ ମୋଦି

ସାହସୀ ଭାରତୀୟ ପାଇଲଟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ । ଟଳିଗଲା ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। ପ୍ରସଂଶା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଏଦୁବାଇ’ର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ବିମାନକୁ କ୍ରାସ କରିବାକୁ ଯୋଜନା କରାଯାଇଥିଲା । ବିମାନର କ୍ୟାପ୍ଟେନ୍ ଥିବା ଜଣେ ଭାରତୀୟ ପାଇଲଟ୍ କୋ-ପାଇଲଟ୍‌ଙ୍କ ବିରୁଦ୍ଧରେ ଲଢ଼ିଥିଲେ, ଯିଏ ବିମାନକୁ କ୍ରାସ୍ କରାଇବାକୁ ଚେଷ୍ଟା କରୁଥିଲେ । ଭାରତୀୟ […]

ଏବେଠାରୁ ରାଜ୍ୟରେ ଖରା ପ୍ରକୋପ ବଢ଼ିଲାଣି ।୩ ମାସ ଶୁଖିଲା ରହିବ ପାଗ

ଓଡ଼ିଶାରେ ସରିଲା ୨୦୨୬ ମୌସୁମୀ ବର୍ଷା ଋତୁ । ଚଳିତ ବର୍ଷ ଓଡ଼ିଶା ପାଇଁ ଭଲ ରହିଛି ମୌସୁମୀ ବର୍ଷା । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।ବିଭିନ୍ନ ରାଜ୍ୟରୁ  ବିଦାୟ ନେଇ ସାରିଲାଣି ମୌସୁମୀ। ଆସନ୍ତା ୨-୩  ଦିନରେ ଓଡ଼ିଶାରୁ ବି ପ୍ରତ୍ୟାବର୍ତ୍ତନ  କରିବା ସମ୍ଭାବନା ରହିଛି ।ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ  ଡିସେମ୍ବର ଯାଏ ରାଜ୍ୟରେ ବର୍ଷା  ପ୍ରାୟତଃ ନାହିଁ […]

SBIର ନୂଆ ଏଟିଏମ୍ ଉଠାଣ ନିୟମ । ବେତନ ପ୍ୟାକେଜ୍ ଗ୍ରାହକଙ୍କ ପାଇଁ ନିଃଶୁଳ୍କ ଉଠାଣ ସୀମା ମାସିକ ୧୦ ରୁ ୫କୁ ହ୍ରାସ

ଅକ୍ଟୋବର ୧ରୁ ବହୁ ନିୟମରେ ପରିବର୍ତ୍ତନ ହୋଇଛି । ଏଲପିଜି ସିଲିଣ୍ଡର ଦାମ୍, ବଡ଼ ଏଫଡି ଉପରେ ସୁଧ ହାର, ଏଟିଏମରୁ ଟଙ୍କା ଉଠାଣ, ଏନପିଏସ୍ ଚାର୍ଜ ଏବଂ ଏନଆରଆଇଙ୍କଠାରୁ ସମ୍ପତ୍ତି କିଣିବା ଉପରେ ଟିଡିଏସ୍ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହୋଇଛି । ତେବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ସାଲାରୀ ପ୍ୟାକେଜ ଆକାଉଣ୍ଟ ଗ୍ରାହକଙ୍କ ପାଇଁ ଅନ୍ୟ ବ୍ୟାଙ୍କର ATMରେ ମାଗଣା ଟ୍ରାଞ୍ଜାକ୍ସନ ସୀମା ୧୦ରୁ ହ୍ରାସ ପାଇ ୫ ହୋଇଛି। ଏଥିରେ ଫାଇନାନ୍ସିଆଲ […]

ଭିଆରଏସ ନେବେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ।କାହିଁକି ଅବସର ପୂର୍ବରୁ ନେବେ ଭିଆର୍‌ଏସ୍‌?

ଭିଆର୍‌ଏସ୍‌ ନେବେ ଓଇଝ ଆର୍‌.ଏସ୍‌. ଗୋପାଳନ । ଭିଆର୍‌ଏସ୍‌ ପାଇଁ ସେ ଆବେଦନ କରିଥିବା ସୂଚନା ଦେଇଛନ୍ତି।ଶାରୀରିକ ଅସୁସ୍ଥତା ଏବଂ କେତେକ ବ୍ୟକ୍ତିଗତ କାରଣ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।ତାମିଲନାଡ଼ୁ ବାସିନ୍ଦା ଶ୍ରୀ ଗୋପାଳନ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ। ୨୦୦୧ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ଆର. ଏସ. ଗୋପାଳନ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାର ସିଇଓ ଭାବେ କାର୍ଯ୍ୟ କରିଆସୁଛନ୍ତି। […]

ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟସ୍ଥତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ, ଯୋଗଦେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ  ମଧ୍ୟସ୍ଥତାରେ ମହାନଦୀ ବିବାଦ ନେଇ ବୈଠକ ହେବ ।  ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ  ସାଏ ଯୋଗଦେବେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ ଓ ବୈଷୟିକ ଟିମ୍ ମଧ୍ୟ ଆଲୋଚନାରେ ଭାଗ ନେବେ । ଅପରାହ୍ନ ୪ଟାରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ମହାନଦୀ ଜଳର ବଣ୍ଟନ, ପରିଚାଳନା ଓ ଉଭୟ ରାଜ୍ୟ […]

ପାର୍ବଣ ପୂର୍ବରୁ LPG ଗ୍ରାହକଙ୍କୁ ବଡ଼ ଝଟକା,ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ଦର 

ପାର୍ବଣ ଋତୁ ଆରମ୍ଭରୁ ପୁଣି ମହଙ୍ଗା ମାଡ଼ ଦେଲେ କେନ୍ଦ୍ର ସରକାର। ଦେଶରେ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ଦର ।ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୬୨ ଟଙ୍କା ୫୦ ପଇସା ମହଙ୍ଗା ହୋଇଛି । ସେହିପରି ଦେଶୀ ବିଭିନ୍ନ ସ୍ଥାନରେ ଦର ୬୨.୫୦ ଟଙ୍କାରୁ ୭୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।ଗତ ସେପ୍ଟେମ୍ବର ମାସର ପ୍ରଥମରୁ ୧୯ କେଜି ଏଲପିଜି ସିଲିଣ୍ଡର ଦର ୯ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା।ଏହି […]