୧୫ରେ ଛାତ୍ର ସଂସଦ ନିର୍ବାଚନ, ୫ ଦିନ ମଧ୍ୟରେ ଘୋଷଣା । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।ଯଦି ସବୁ ଠିକଠାକ ରୁହେ ତେବେ ଅକ୍ଟୋବର ୧୪ କିମ୍ବର ୧୫ରେ ସାରା ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇପାରନ୍ତି ଏହା ଠିକ ୧୦ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ […]
ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ମାସେ ବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ କରିବ ବିଜୁ ଜନତା ଦଳ । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିବ । ଭୁବନେଶ୍ୱରରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।ବିଜେଡି ମୁଖ୍ୟାଳୟ ଉପ ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁଯାୟୀ, ରାଜ୍ୟର ସମସ୍ତ ଅଞ୍ଚଳରେ ଦଳର […]
ଚଳିତ ବର୍ଷ ହୋଇଥିବା ବ୍ୟାପକ ବର୍ଷା ଯୋଗୁଁ ରାଜ୍ୟର ଅନେକ ରାସ୍ତାଘାଟ ଖରାପ ହୋଇଛି । ଏପରିକି ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ଯୋଗୁଁ ବହୁ ରାସ୍ତା ନଷ୍ଟ ହେବା ସହ ଧୋଇ ଯାଇଛି । ତେବେ ନଷ୍ଟ ହୋଇଯାଇଥିବା ରାସ୍ତାର ତୁରନ୍ତ ମରାମତି ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆଜି (ବୁଧବାର) ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନଖରା-ନିଆଳି ରାସ୍ତା, ଅଡ଼ଶପୁର-ଜଗତସିଂହପୁର ରାସ୍ତା, କଳିଙ୍ଗା […]
ଉତ୍ତରପ୍ରଦେଶ ମିରଟର ବ୍ରହ୍ମପୁରୀ କ୍ଷେତ୍ରରେ ସୌରଭ ରାଜପୁତଙ୍କୁ ହତ୍ୟା ପରେ ଶବକୁ କାଟି ଟୁକୁରା ଟୁକରା କରି ନିଳ ଡ୍ରମରେ ଠିକଣା ଲଗାଇବା ମାମଲାରେ ବୁଧବାର କୋର୍ଟଙ୍କ ରାୟ ଆସିଛି।ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ର ଏହି ରାୟ ଶୁଣାଇଛନ୍ତି । ଉଭୟଙ୍କ ଦଣ୍ଡ ଆସନ୍ତା ୧୪ ଅକ୍ଟୋବରରେ ଘୋଷଣା କରାଯିବ ।ଏହି ମାମଲାରେ ୧୨୬ଟି ଶୁଣାଣି ହୋଇଥିବା ବେଳେ ୨୨ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଜୁଲାଇ ୨୦୨୫ରେ ଟ୍ରାଏଲ୍ ଆରମ୍ଭ ହେବା […]
ନନ୍ଦନକାନନରେ କ୍ବାରେଣ୍ଟାଇନ ଗୃହକୁ ଯାଇ ଓରାଙ୍ଗଉଟାନ ଶିଶୁଙ୍କୁ ଦେଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା, ଗତିବିଧି ଏବଂ ଖାଦ୍ୟପେୟ ଉପରେ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ ଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ।ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଓ ଉତ୍ତମ ପରିବେଶ ପାଇଁ ଚାଲିଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଉପସ୍ଥିତ ଅଧିକାରୀଙ୍କଠାରୁ ସୂଚନା […]
ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ପ୍ରମୁଖ ଭାବେ ପ୍ରଭାବିତ ହୋଇଥିଲା। ଏହାସହ ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ ବରଗଡ଼ ଜିଲ୍ଲାର ମଧ୍ୟ କିଛି ଅଞ୍ଚଳରେ ପ୍ରଭାବ ପଡ଼ିଛି।ଶେଷ ପର୍ଯ୍ୟାୟରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ପ୍ରଭାବିତ ହୋଇଛି। ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକରେ ପାଣି ନିଷ୍କାସନ ଆରମ୍ଭ ହୋଇଛି। […]
ଭାରତରେ ବିରୋଧୀ ରାଜନୈତିକ ଦଳଙ୍କ ସମୂହ ଇଣ୍ଡିମେଣ୍ଟ ବୈଠକ ୩୦ ସେପ୍ଟେମ୍ବର ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଗଡ଼ବଡ଼ ଅଭିଯୋଗକୁ ନେଇ ମିଳିତ ଆନ୍ଦୋଳନ ଯୋଜନାକୁ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇଛି।ବୈଠକ ପରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ଅକ୍ଟୋବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ […]
କଟକ ସିଡିଏରେ ବେଆଇନ ଜୁଆ ଓ ହୁକ୍କାବାର ଉପରେ ଚଢ଼ାଉ । କେଏମସି ଫୁଡ୍ ସେଫଟୀ ଟିମ୍, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ରେଷ୍ଟୁରାଣ୍ଟ ଭିତରୁ ଦାମୀ ମଦ, ହୁକା, ଜୁଆ ଓ ବାସି ଖାଦ୍ୟ ଥିବା ଦେଖିବାକୁ ମିଳିଛି । ବିଶେଷ କରି ହୁକାରେ ବ୍ୟବହୃତ ନିକୋଟିନ୍ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିଲା । ଏହାସହ ଜୁଆର କଏନ୍ ମଧ୍ୟ ରହିଥିଲା ।ଏହାସହ ଜୁଆର କଏନ୍ ମଧ୍ୟ ରହିଥିଲା […]
ସୁପ୍ରିମକୋର୍ଟ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାର କୌଣସି ଯୋଜନା ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ଦୀପାବଳି ପର୍ବ ଲୋକଙ୍କ ଭାବନା ସହିତ ଜଡ଼ିତ ଏବଂ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇପାରିବ ନାହିଁ।ବାଣ ଫୁଟାଇବା ଉପରେ ସାରା ଦେଶରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବା ସପକ୍ଷରେ କୋର୍ଟ ନଥିବା ସ୍ପଷ୍ଟ କରିଛନ୍ତି । ତେବେ ୨୪ ଘଣ୍ଟା ବାଣ ଫୁଟାଇବା ପାଇଁ ମଧ୍ୟ ଅନୁମତି ଦିଆଯାଇପାରିବ […]
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ ଧାରା’କୁ ମଞ୍ଜୁରୀ ପ୍ରଦାନ କରିଛି।ରବି ବିପଣନ ଋତୁ ୨୦୨୭-୨୮ ପାଇଁ ଗହମର ସର୍ବନିମ୍ନ ସହାୟକ ମଲ୍ୟରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏବେ ଗହମର ପ୍ରତି କ୍ୱିଣ୍ଟାଲ ଏମ୍ଏସ୍ପି ୨୬୧୦ ଟଙ୍କା ହେବ । ଏହି ବୃଦ୍ଧି ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବାରେ ସହାୟକ […]
ଓରାଙ୍ଗଉଟାନଙ୍କୁ ସୁହାଉଛି ଓଡି଼ଶା ଜଳବାୟୁ। ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ବିଭିନ୍ନ ବିଶେଷଜ୍ଞ ଡାକ୍ତରୀ ଦଳ ଚେକ୍ ଅପ୍ କରୁଛନ୍ତି। ସେମାନଙ୍କ ଓଜନ ମଧ୍ୟ ବଢ଼ୁଛି। ଆଗାମୀ ଦିନରେ DNA ଟେଷ୍ଟ କରାଯିବ। ଓରାଙ୍ଗଉଟାନ ମାନେ ପ୍ରକୃତରେ କେଉଁ ଦେଶରୁ ଆସିଛନ୍ତି, ତାହା ଜାଣିବା ପାଇଁ ଏବେ ଡିଏନଏ ଚେଷ୍ଟ କରାଯିବ । ଏଥିପାଇଁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି […]
ମାନସିକ ରୋଗୀଙ୍କୁ ହସ୍ପିଟାଲରେ ପିଟିପିଟି ହତ୍ୟା । କଟକ SCB ମେଡିକାଲରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହେବାର ଦୁଇ ଦିନ ପରେ ଯାଜପୁରର ମାନସିକ ରୋଗୀଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା।ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସୁରକ୍ଷା କର୍ମଚାରୀ ଏବଂ ପରିଚାଳକମାନେ ତାଙ୍କୁ ପ୍ଲାଷ୍ଟିକ୍ ପାଇପ୍ ବ୍ୟବହାର କରି ପିଟି ପିଟି ହତ୍ୟା କରିଥିଲେ, ଏବଂ ପୋଷ୍ଟମର୍ଟମରୁ ଅନେକ ଆଘାତ ଚିହ୍ନ ମିଳିଛି, ଯାହା […]
