ପୁରୁଣା ଭୁଲରୁ କିଛି ଶିଖିଲ ନାହିଁ’, ଏନ୍‌ଇଇଟି ପେପର୍ ଲିକ୍ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ

ପେପର୍ ଲିକ୍ ଯୋଗୁ NEET-UG ପରୀକ୍ଷା ବାତିଲ ଘଟଣାକୁ ନେଇ ସୁପ୍ରିମକୋର୍ଟ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସୋମବାର କହିଛନ୍ତି ଯେ, ଏହା ଦୁଃଖଦ ଯେ, ଏହି ସଂସ୍ଥା ପୂର୍ବ ବିବାଦରୁ କିଛି ଶିଖିନାହିଁ। ଏହା ସହ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର, NTA ଏବଂ CBIକୁ ନୋଟିସ୍ ଜାରି କରି ଉତ୍ତର ରଖିବାକୁ କହିଛନ୍ତି।ଏନ୍‌ଇଇଟି ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା କେନ୍ଦ୍ର ସରକାରଙ୍କ ଦ୍ୱାରା […]

ମଝି ଆକାଶରେ ଫସିଲେ ୩୦୦ ପର୍ଯ୍ୟଟକ । ବୃଦ୍ଧ ଓ ଛୋଟପିଲାଙ୍କ ମଧ୍ୟରେ ଆତଙ୍କର ବାତାବରଣ

ଜମ୍ମୁ- କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଶହ ଶହ ପର୍ଯ୍ୟଟକ। ଯାନ୍ତ୍ରିକ ତ୍ରୁଟି କାରଣରୁ ସୋମବାର ଗୋଣ୍ଡୋଲା କେବୁଲ କାର୍ (ରୋପ୍ ଓ୍ବେ) ସେବା ବ୍ୟାଘାତ ହୋଇଥିଲା। ତ୍ରୁଟି କାରଣରୁ କେବୁଲ କାର ହଠାତ ବନ୍ଦ ହୋଇଯାଇଥିଲା । ଫଳରେ ଏଥିରେ ପ୍ରାୟ ୩୦୦ ପର୍ଯ୍ୟଟକ କେବୁଲ କାରରେ ମଝି ଆକାଶରେ ହିଁ ଫସି ରହିଥିଲେ।ରିପୋର୍ଟ ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି  କାରଣରୁ  କେବୁଲ କାର୍‌ ଆଗକୁ ବଢ଼ିପାରି ନଥିଲା । […]

ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର: ସଞ୍ଜୟ ଲାଠ୍

ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ସୋମବାର (ମେ’ ୨୫) ତୈଳ କମ୍ପାନୀଗୁଡ଼ିକ ଉଭୟ ଇନ୍ଧନ ମୂଲ୍ୟରେ ୨.୫ ଟଙ୍କାରୁ ଅଧିକ ବୃଦ୍ଧି କରିଛନ୍ତି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଦର ବୃଦ୍ଧି ଅଟେ।ଆଗକୁ ଆହୁରି ଦର ବଢ଼ିବ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ । ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୯ ଟଙ୍କା ଛୁଇଁଲା ।ଯେତେବେଳେ ପର୍ଯ୍ୟନ୍ତ […]

୧୨ଟାରୁ ୩ଟା ଏସଆଇଆର ଫିଲ୍ଡ ୱାର୍କ ମନା : ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ

ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ -୨୦୨୬ କାର୍ଯ୍ୟକ୍ରମ ସମୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ୟାପକ ଆଡଭାଇଜରୀ ଜାରି କରାଯାଇଛି ।୧୨ଟାରୁ ୩ ଟା ଯାଏ ଫିଲ୍ଡ ଭିଜିଟ ନ କରିବାକୁ ପରାମର୍ଶ ଦେଇଛନ୍ତି। ସକାଳ ୬୬ରୁ ୧୧ , ଅପରାହ୍ମ ୪ରୁ ସନ୍ଧ୍ୟା ୭ଟା ଯାଏଁ ଫିଲ୍ଡ ୱାର୍କ ରେ ଯୋଗଦେବେ । ଏନେଇ ସମସ୍ତ ଜିଲ୍ଲାପାଳ […]

ଆଜିଠୁ ‘ନୌତପା’; ବଢ଼ିବ ଖରା

ପୂରା ଦେଶରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ। ଆକାଶରୁ ନିଆଁ ବର୍ଷୁଛି ।ଆଜିଠାରୁ ନୌତପା ଆରମ୍ଭ ହେଉଥିବାରୁ ତାତି ଆହୁରି ବଢ଼ିବ । ନୌତପା ହେଉଛି ଭାରତୀୟ ପାଣିପାଗ ଏବଂ ଜ୍ୟୋତିର୍ବିଜ୍ଞାନ ଆଧାରିତ ଏକ ପାରମ୍ପରିକ ଅବଧାରଣା, ଯାହା ଗ୍ରୀଷ୍ମ ଋତୁର ସବୁଠାରୁ ଅଧିକ ଗରମ ଏବଂ କଷ୍ଟଦାୟକ ୯ ଦିନକୁ ବୁଝାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି, ସେତେବେଳେ ନୌତପା ଆରମ୍ଭ ହୁଏ। ସାଧାରଣତଃ ଏହା ମେ […]

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ, ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବିଦ୍ୟୁତ୍ ବିଭ୍ରାଟକୁ ନେଇ ସୋମବାର ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିଛି ବିଜୁ ଜନତା ଦଳ। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ଏକ ଶୋଭାଯାତ୍ରା ବାହାରି ଟିପିସିଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲା। ବିଜୁ ଜନତା ଦଳର ନେତା ଓ କର୍ମୀମାନେ ରାସ୍ତାରେ ବିଞ୍ଚଣା ହଲାଇ ପ୍ରତିବାଦ କରିଥିଲେ। ଟିପିସିଓଡିଏଲ୍ କାର୍ଯ୍ୟାଳୟ ଆଗରେ ଜୋରଦାର ପ୍ରତିବାଦ କରାଯାଇଥିଲା। ରାଜ୍ୟରେ ୨୦ ହଜାର ମେଗାୱାଟ୍ […]

ବାଲିଅନ୍ତା ଘଟଣାରେ ବଡ଼ ପଦକ୍ଷେପ , ବଦଳିଲେ ଏଡିଜିପି ଦୟାଲ ଗଙ୍ଗୱାର 

ବରିଷ୍ଠ ଆଇପିଏସ୍‌ ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି । ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି।  ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି  ପ୍ରକାଶ ପାଇଛି ।ରାଜ୍ୟପାଳଙ୍କ ଆଦେଶ କ୍ରମେ ଏହି ବଦଳି ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି ।ଗୃହ ବିଭାଗ ଅତିରିକ୍ତ ସିଚବ ତ୍ରିଲୋଚନ ମାଝୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ କଟକସ୍ଥିତ ଯୋଗାଯୋଗ ବିଭାଗର ଏଡିଜିପି ଦାୟିତ୍ବରେ ଥିଲେ । ତେବେ ଦୟାଲ ଗଙ୍ଗଓ୍ବାରଙ୍କୁ ଗୃହ ବିଭାଗ […]

ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡିବନି: ବିଜେଡି

ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷଙ୍କ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।ଦେବାଶିଷ ସାମନ୍ତରାୟ ଦଳ ଛାଡିବା ପରେ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେ ଦଳରୁ ୫ ଥର ଟିକେଟ ନେଇଛନ୍ତି । ନିଜ ଭୁଲ ପାଇଁ ୨ ଥର ହାରିଛନ୍ତି । ଏବେ ରାଜ୍ୟସଭା ଯାଇଛନ୍ତି । ସେ ନିଜ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି । ସେ ଦଳରୁ […]

ଆଜି ରଥଖଳାରେ ତିନି ରଥର ପାଞ୍ଚ ଦଣ୍ଡା ଅନୁକୂଳ ପୂଜା ସହ ଚଉପଟ କାର୍ଯ୍ୟ ଆରମ୍ଭ

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗରଗରାର ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ତିନିରଥର ପାଞ୍ଚ ଦଣ୍ଡା ନିର୍ମାଣ ଅନୁକୂଳ ପୂଜା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ନନ୍ଦିଘୋଷର ଗରଗରା ଚଉପଟ ହୋଇ ସାଇତା ରହିଛି । ଚକ ଅଖ ସଂଯୋଗ ହୋଇ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଏଣୁ ଦଣ୍ଡା ରହିଲା ପରେ ଯେଉଁ ମାପ ଆସିବ […]

ସୁନା ଦର ବଢ଼ିଥିବାବେଳେ ସ୍ଥିର ରହିଛି ରୁପା ଦର

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୯,୩୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୬,୧୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୯,୩୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୪୬,୧୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୫,୦୦୦ ଟଙ୍କା ହୋଇଛି ।

ଏହି କାରଣ ପାଇଁ ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ

ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଦେବାଶିଷ ।ରାଜ୍ୟସଭା ଓ ଦଳର ବିଭିନ୍ନ ସଂଗଠନରେ ଦାୟିତ୍ୱ ଦେଇଥିବାରୁ ବିଜେଡି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେବାଶିଷ ।ତେବେ ଦଳରେ ଅବହେଳା କରାଯାଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ । ଦଳ ମୋ ସେବା ଆଉ ଚାହୁଁନାହିଁ ବୋଲି ଅନୁଭବ କରି ଦଳ ଛାଡିଲି ବୋଲି ଚିଠିରେ ଦର୍ଶାଇଛନ୍ତି ଦେବାଶିଷ […]

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଗ୍ରୀଷ୍ମ ପ୍ରବାହ ସମୟରେ ପୂର୍ବାହ୍ଣରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରମିକଙ୍କ ନିୟୋଜନ ଉପରେ କଟକଣା ରହିଛି। ଚଳିତ ବର୍ଷ ମଧ୍ୟ ଶ୍ରମ ବିଭାଗ ଏବଂ ଏସ୍ଆର୍‌ସି ନିର୍ଦେଶ ଜାରି କରି ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ କାମ କରାଇବାକୁ ବାରଣ କରିଛନ୍ତି। ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଖରାରେ […]