ନଭେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ 

ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଆରମ୍ଭ କରି ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କୁଳାଧିପତି ତଥା ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସମସ୍ତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଲୋକଭବନ ପରିସରସ୍ଥିତ ନ୍ୟୁ ଅଭିଷେକ ହଲ୍‌ର ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଏକ ବୈଠକରେ ଅଧ୍ୟକ୍ଷତା […]

କଲେଜ ଛାତ୍ରୀଙ୍କୁ ଟେକିନେଇ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

କେନ୍ଦୁଝର ଜିଲ୍ଲାରେ ଜଣେ ଛାତ୍ରୀଙ୍କୁ ଦିନ ଦ୍ୱିପହରରେ ଟେକିନେଇ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି ।କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ରାସ୍ତାରୁ ଟେକିନେଇ ଏକ ହୋଟେଲ ଭିତରେ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ୍ନ କରିଥିଲା । ତେବେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି ପୁଲିସ । ଅଭିଯୁକ୍ତଙ୍କ ନାମ ରଞ୍ଜନ ସେଠୀ ବୋଲି […]

ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ବଡ଼ ଆକ୍ସନ, ଅଭିଯୁକ୍ତକୁ ଏନକାଉଣ୍ଟର

ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ପୋଲିସର ବଡ଼ ଆକ୍ସନ । ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ ।ଗୁଳିବିଦ୍ଧ ହେବା ପରେ ଅଭିଯୁକ୍ତକୁ ତୁରନ୍ତ କାବୁ କରାଯାଇଛି। ପରେ ଚିକିତ୍ସା ପାଇଁ ତାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।ପ୍ରାଥମିକ ସୂଚନା ଅନୁସାରେ, ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅଭିଯାନ ଚଳାଇଥିଲା। ଏହି ସମୟରେ ଅଭିଯୁକ୍ତ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କରିଥିଲା। ଖସିବା ପାଇଁ ସେ ପୋଲିସ ଟିମ୍ ଉପରକୁ […]

କେତେବେଳେ ପୋକ ତ କେତେବେଳେ ଝିଟିପିଟି,ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଘରୋଇ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖାଦ୍ୟରେ ପୋକ । କ୍ୟାମ୍ପସରେ ଉତ୍ତେଜନା, ବ୍ୟାପକ ଭଙ୍ଗାରୁଜା । ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ ହେଲା ଜଟଣୀ ପୋଲିସ ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳି ନଥିବା ବେଳେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଚାଲିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବିଶ୍ୱବିଦ୍ୟାଳୟ ହଷ୍ଟେଲ ମେସ୍ ରେ ଅନ୍ତେବାସୀଙ୍କୁ […]

ଆସନ୍ତା ୩ ଦିନ ଶୁଖିଲା ପାଗ, ୫ରୁ ବଦଳିବ ପାଣିପାଗ

ସକାଳୁ ସକାଳୁ ଟାଇଁ ଟାଇଁ ଖରା। ରାତିରେ ଗରମ କୁ ଗୁଳୁଗୁଳି। ୭ ତାରିଖ ପର୍ଯ୍ୟନ୍ତ ଉଚ୍ଚ ତାପମାତ୍ରା ସହିତ ଅଧିକ ଆଦ୍ରତା ରହିବ।ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।ସେପଟେ ଆସନ୍ତା ୧୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି […]

ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।  ଅଭିଯୁକ୍ତ ଜଣକ ସହକାରୀ କିରାଣି ବୋଲି ସୂଚନା ମିଳିଛି । ତେବେ ନାବାଳିକାଙ୍କ ସହ ଏଭଳି ଘଟଣା ବାରମ୍ୱାର ହେଉଥିବାରୁ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।ବିଦ୍ୟାଳୟର ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଜଣେ ସହକାରୀ କିରାଣିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏକ ବିଦ୍ୟାଳୟରେ ଗଣେଶ ପୂଜା ଭସାଣି ପରେ ଏହି […]

ହର୍ମୁଜରେ ପୁଣି ମିସାଇଲ୍ ଆକ୍ରମଣ, ସୁରକ୍ଷିତ ୫ ଭାରତୀୟ ନାବିକ

ପୁଣି ହର୍ମୁଜରୁ ଆସିଛି ଏକ ବଡ ଖବର। କୁୱେତ ପତାକା ବହନ କରୁଥିବା ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି। ଏଥିରେ ଥିବା ପାଞ୍ଚ ଜଣ ଭାରତୀୟ ନାଗରିକଙ୍କୁ ପରେ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।ସମସ୍ତ ଭାରତୀୟ ନାବିକଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, କୁଏତ୍‌ ପତାକା ବୋହିଥିବା କ୍ରୁଡ୍‌ ଅଏଲ୍‌ ଟ୍ୟାଙ୍କର MT Kazimah I ଉପରେ ଏହି ଆକ୍ରମଣ ହୋଇଥିଲା । ଜାହାଜଟି ଲୋମେ ଅଭିମୁଖେ ଯାତ୍ରା […]

ଶ୍ରୀକ୍ଷେତ୍ରରେ ଆଜିଠୁ ମା’ ବିମଳାଙ୍କ ଷୋଡ଼ଶଦିନାତ୍ମକ ପୂଜା

ଆଜି (୩ ଅକ୍ଟୋବର ୨୦୨୬, ଆଶ୍ୱିନ ମୂଳାଷ୍ଟମୀ) ଠାରୁ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା’ ବିମଳାଙ୍କ ବିଶ୍ୱପ୍ରସିଦ୍ଧ ‘ଷୋଡ଼ଶଦିନାତ୍ମକ ପୂଜା’ ବା ଶାରଦୀୟ ଷୋଳପୂଜା ଆରମ୍ଭ ହୋଇଛି। ଏହି ବିଶେଷ ଅବସରରେ ମା’ଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ ଆଦି ଗୁପ୍ତ ଓ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି।ଆଜି ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇ ଏହି ପୂଜା ମହାବିଜୟା ଦଶମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ଧରି ଚାଲିବ।ଦିନଗୁଡ଼ିକରେ […]

୪୪ ବର୍ଷ ପରେ ସ୍ବର୍ଣ୍ଣ ଜିତିଲେ ମହିଳା ହକି ଟିମ୍, ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୀର୍ଘ ୪୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଏସିଆଡ୍‌ରେ ମହିଳା ହକିରେ ଭାରତ ଚାମ୍ପିଅନ ହେବାର ଗୌରବ ଲାଭ କରିଛି । ସ୍ୱର୍ଣ୍ଣ ସହ ମହିଳା ଦଳ ସିଧାସଳଖ ଆଗାମୀ ୨୦୨୮ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଛି ।  ତେବେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମର ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ ୧୧ ଲକ୍ଷ ଟଙ୍କାର ପୁରସ୍କାର । ସେହିପରି ଟିମର ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ୫ ଲକ୍ଷ ୫୦ […]

ଓଡ଼ିଶାରେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ଦୁଇଦିନିଆ ଗସ୍ତରେ ରାଜ୍ୟ ସାଙ୍ଗଠନିକ ସମୀକ୍ଷା

ଓଡ଼ିଶା ବିଜେପିରେ ସଂଗଠନକୁ ମିଳିବ ବଳ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ।ବିଜେପି ପକ୍ଷରୁ ସେପ୍ଟେମ୍ବର ୨୩ରେ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଏବଂ ସ୍ୱଦେଶ ସିଂଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।ଏହି ଦୁଇ ନେତାଙ୍କ ଗସ୍ତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ବୈଠକ ହେବ। ସାଙ୍ଗଠନିକ ଜିଲ୍ଲାଗୁଡ଼ିକର ପ୍ରଭାରୀଙ୍କ ସହ ଦଳର ସ୍ଥିତି, ସାଙ୍ଗଠନିକ କାର୍ଯ୍ୟକଳାପ ଓ ତୃଣମୂଳସ୍ତରରେ ଦଳର କାର୍ଯ୍ୟକୁ ନେଇ ଆଲୋଚନା କରାଯିବ। […]

ନକଲି ଆରଟିଓ ପେପର ଦେଇ କାଟୁଥିଲେ ଫାଇନ୍, ଯୁବକଙ୍କୁ ଗିରଫ କଲା ପୋଲିସ

ପଶ୍ଚିମବଙ୍ଗର ଏକ ଆରଟିଓ ନାଁରେ କରୁଥିଲେ ଠକେଇ । ଆରଟିଓ ନାଁରେ ନକଲି କାଗଜପତ୍ର ଦେଇ କାଟୁଥିଲେ ଚାଲାଣ । ଆଉ ଏହି ନକଲି ପେପର ପ୍ରିଣ୍ଟ କରି ବିକ୍ରି କରୁଥିବା ଯୁବକକୁ ଗିରଫ କରି କୋର୍ଟ ପଠାଇଛି ପୋଲିସ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ।ଅଭିଯୁକ୍ତ ନିଜକୁ ଆରଟିଓ ସହ ଜଡିତ ବ୍ୟକ୍ତି ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ […]

୬ ଘଣ୍ଟାର ଜେରା, ଅଭିନେତା ଡିନୋ ମାରିଆଙ୍କୁ ଗିରଫ କଲା ମୁମ୍ଵାଇ ପୋଲିସ 

ମୁମ୍ବାଇର ଚର୍ଚ୍ଚିତ ମିଠୀ ନଦୀ ସଫେଇ ଦୁର୍ନୀତି ମାମଲାରେ ବଡ଼ ଅପଡେଟ୍ । ବଲିଉଡ୍ ଅଭିନେତା ଡିନୋ ମୋରିଆଙ୍କୁ ୬ ଘଣ୍ଟା ଧରି ମାରାଥନ୍ ପଚରାଉଚରା କରିବା ପରେ ଏବେ ମାମଲାରେ ଗିରଫଦାରୀ ହୋଇଛି ।୬୫ କୋଟି ଟଙ୍କାର ଏହି କଥିତ ଦୁର୍ନୀତି ମାମଲାରେ ବିଏମସିର ସାନିଟେସନ୍ ଠିକା ଏବଂ ଆର୍ଥିକ ଅନିୟମିତତାକୁ ନେଇ ତଦନ୍ତ ଚାଲିଛି । ନଦୀ ସଫେଇ ପାଇଁ ଅଣାଯାଇଥିବା ବିଶେଷଜ୍ଞ ମେସିନ୍, ଫାଙ୍କା ବିଲ୍ ଏବଂ ଟଙ୍କା କାରବାରକୁ ନେଇ ତଦନ୍ତକାରୀ […]