ଆଜି ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଆଜି ଦିନ ୧୦ଟାରେ ବରଗଡ଼ ସଦର ବ୍ଲକ କଳାପାଣି ମାର୍କେଟ ୟାର୍ଡ ଏବଂ ଅତାବିରା ବ୍ଲକ ଗୋଡଭଗା ଏବଂ ଅତାବିରା ମାର୍କେଟ ୟାର୍ଡ ଠାରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ୫୪ ହଜାର ୩୪୭ କୁଇଣ୍ଟାଲ […]
ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ ଶରଦ ପାୱାର, ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ନିଜ ଦଳ ପାଇଁ ଲୋକଙ୍କ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ପଡୁଛି ଭୋଟ୍ । ଝାଡ଼ଖଣ୍ଡ […]
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରୁଛି।ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହି ସ୍ଥାନ ମଧ୍ୟରେ ସୋନପୁର ସ୍ଥିତ ଭଡ଼ା ଘର ଓ ଅଫିସ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସଠିକ୍ ସୂଚନା ମିଳିନାହିଁ । ଚଢାଉ ଶେଷ […]
ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରିଛନ୍ତି। ଚଳିତ ନଭେମ୍ବର ୧୫ କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦ୍ଯାପନ ହେବ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବାଲିଯାତ୍ରାକୁ ଉଦଘାଟନ କରିଥିଲେ । ଚଳିତବର୍ଷ କଟକ ବାଲିଯାତ୍ରାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କୁ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ଏହି ଐତିହାସିକ ବାଲିଯାତ୍ରାକୁ ‘ୟୁନେସ୍କୋ’ ମାନ୍ୟତା ଦେବା ପାଇଁ ପ୍ରୟାସ […]
ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଳେଶ୍ଵର ମ୍ୟୁନିସିପାଲିଟି ଅଧୀନସ୍ଥ ସେକବାଡ ଗ୍ରାମରେ ଚୋରା ରେ ବ୍ରାଉନସୁଗାର ବେପାର ଚଳାଇଥିବା ସ୍କୁଟି ଦିଦି ଓରଫ ରୁକସାନା ବିବିଙ୍କ ଘରେ ଚଢ଼ାଉ କରିଛି। ଦୀର୍ଘଦିନ ଧରି ସ୍କୁଟିରେ ବୁଲି ବୁଲି ବ୍ରାଉନସୁଗାର ବେପାର କରୁଥିବା ଏହି ମହିଳାଙ୍କ ଘରୁ ଚଢ଼ାଉ ସମୟରେ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିଲେ […]
କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କମିଲା ମ୍ୟାଚର ଟିକେଟ୍ ଦର । ଟିକେଟ ଦର ବୃଦ୍ଧି ନେଇ ଅସନ୍ତୋଷ ବଢୁଥିବା ବେଳେ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଶ୍ୱସ୍ତି । ଟିକେଟ ଦର ହ୍ରାସ ସାମାନ୍ୟ ହ୍ରାସ ପାଇଛି । ଗ୍ୟାଲେରି-୧ ପାଇଁ ଟିକେଟ ଦର ୧୨ ଶହ ଧାର୍ଯ୍ୟ କରାଯାଇଥିବା ବେଳେ ଶହେ ଟଙ୍କା କମି ୧୧ ଶହ ଟଙ୍କା ହୋଇଛି । ସେହିପରି ଗ୍ୟାଲେରି- ୨ ପାଇଁ ଟିକେଟ ଦର ୧୦୦୦ ଟଙ୍କା ଧାର୍ଯ୍ୟ […]
ରାୟଗଡା/୧୯/୧୧/୨୪ : ଆସନ୍ତା ଡିସେମ୍ବର ମାସ ୧୭ ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ରାୟଗଡ ଜିଲ୍ଳାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ରାୟଗଡ ବିଧାୟକ, ଶ୍ରୀଯୁକ୍ତ କାଦ୍ରାକା ଆପାଳସ୍ୱାମୀ,ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ଵିଷମ କଟକ ବିଧାୟକ, ନୀଳମାଧଵ ହିକକା,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି, ଆରୋକ୍ଷୀ ଅଧିକ୍ଷିକା […]
ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆଗାମୀ ଦିନରେ ଆହୁରି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ଉନ୍ନତମାନର ଚିକିତ୍ସା ସେବା ସହିତ ଅନ୍ୟ ସୁବିଧା ମଧ୍ୟ ଦିଆଯିବାକୁ ଗୁରୁତ୍ବ ଦିଆଯଉଛି।ଆଜି କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ କମିଟି ବୈଠକରେ ହସ୍ପିଟାଲ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସାଂସଦଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ହସ୍ପିଟାଲକୁ ୧ ହଜାର ୪୩୨ଟି ଡାଇଲେସିସ କେସ୍ […]
ଖୋଲୁଛି କଳକୀ ବାବାଙ୍କ ଭାଣ୍ଡାମୀର ଗୁମର। ସାମ୍ନାକୁ ଆସୁଛି ଭଣ୍ଡ କଳ୍କୀ ବାବାଙ୍କୁ ନେଇ ନୂଆ ନୂଆ ତଥ୍ୟ । କୁନି ବାବାଙ୍କୁ ବିଷ୍ଣୁ ଅବତାର ଭାବେ ସଜାଯାଇଥିଲା । ବିଷ୍ଣୁଙ୍କ ଫଟୋ ସହ କୁନି ବାବାଙ୍କ ଫଟୋ ରଖାଯାଇ, ବହି କରି ଅନୁଗାମୀଙ୍କୁ ବଣ୍ଟା ଯାଉଥିଲା । ୩ ବର୍ଷ ବୟସରେ ବୋଲେରୋ ଗାଡ଼ି ଚଳାଉଥିଲେ କୁନି ବାବା । ୪୦ ରୁ ୫୦ କିଲୋମିଟର ବେଗରେ ବୋଲେରୋ ଗାଡ଼ି ଚଳାଇଥିବା ବହିରେ ଲେଖିଛନ୍ତି ବାବାଙ୍କ […]
ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ୩ ହାତୀ ଅପମୃତ୍ୟୁ ଘଟଣା । ନିଜ ଆଡୁ ମାମଲା ଦାୟର କରିଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍ ଆଘାତରେ ୩ ହାତୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ବିଦ୍ୟୁତ୍ ତାର ବିଛାଇଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟଜଣେ ଫେରାର ଥିବା ଜଣାପଡିଛି। ସୋମବାର […]
ବୁଧବାର ଠାରୁ ବରଗଡ଼ରେ ଦାନକିଣା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ କରିଛନ୍ତି । ସମ୍ବଲପୁରରେ ୨୧ ତାରିଖରୁ ଆରମ୍ଭ ହେବ । ଧାନ ସଂଗ୍ରହ ପାଇଁ ନିକ୍ଷୁଣ ବ୍ୟବସ୍ଥା ସରକାର କରିଛନ୍ତି । ପୋଲିସ ପାଟ୍ରୋଲିଂ କରିବ । ଧାନ କିଣା ଆରମ୍ଭ ରୁ ଧାନ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏ ଅଧିକୃତ ଅଧିକାରୀ ରହିବେ ଏବଂ ଦେଖିବେ କଟନୀ ଛଟନୀ ହେଉଛି । ଏହା ସହ ଚାଷୀ ତାହାର ଉପଯୁକ୍ତ ମୂଲ୍ୟ […]
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୧ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା । କ୍ରମେ ଏହା ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେଇପାରେ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ତାହା ସ୍ପଷ୍ଟ ହୋଇନି ।ନଭେମ୍ବର […]
