ଯୁବତୀଙ୍କ ଉପରେ ଚଢିଗଲା ମୋ ବସ୍

‘ମୋ ବସ୍‌’ ଧକ୍କାରେ ୨ ଗୁରୁତର । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଘଟିଛି । ଯୁବତୀଙ୍କ ବାମ ପଟେ ଚଢିଯାଇଥିଲା ବସ୍‌ । ଫଳରେ ଯୁବତୀଙ୍କ ହାତ ଓ କାନ୍ଧ ହାଡ ଭାଙ୍ଗିଯାଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଜାରି ରହିଛି । ସେଠାକୁ ଆସୁଥିବା ପ୍ରାୟ ୨୦ରୁ ଅଧିକ […]

ଆଉ ଏକ ବାତ୍ୟା ଭୟ କିନ୍ତୁ ଓଡିଶା ପ୍ରତି….

ସତ ହେବ କି ପାଞ୍ଜି କଥା ? ନଭେମ୍ବରରେ ହେବ କି ବାତ୍ୟା ? କିଛି ଏମିତି ଚର୍ଚ୍ଚା ଭିତରେ ଚିନ୍ତା ବଢାଇଛି IMD ଏକ୍ସଟେଣ୍ଡେଡ୍‌ ରେଞ୍ଜ ଫୋରକାଷ୍ଟର ଆକଳନ। ଦକ୍ଷିଣ ବଙ୍ଗୋପସାଗରରେ ୫ ନଭେମ୍ବରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଧୀରେଧୀରେ ପଶ୍ଚିମ ଦିଗକୁ ଗତିକରି ତାମିଲନାଡ଼ୁ ଉପକୂଳରେ ପହଞ୍ଚିବ । ୭ ନଭେମ୍ବରରେ ଅଧିକ ଘନୀଭୂତ ହୋଇ ଏହା ଅବପାତର ରୂପ ନେଇପାରେ । ଅବପାତରୁ ଅଧିକ ଘନୀଭୂତ ହୋଇ […]

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ ଆରମ୍ଭ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଚଳିତ ମାସର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମପୂରଣ କରିବେ।ଫର୍ମ ପୂରଣ ସଂକ୍ରାନ୍ତରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ ଲିଙ୍କ୍‌ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍‌ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ […]

‘ହୀରାକୁଦ ଜଳଭଣ୍ଡାରକୁ ଶିଳ୍ପବର୍ଜ୍ୟ ଛାଡ଼ିଲେ କାର୍ଯ୍ୟାନୁଷ୍ଠାନ’

ଏସିଆର ଦୀର୍ଘତମ ନଦୀବନ୍ଧ ଯୋଜନା ହୀରାକୁଦ ଡ୍ୟାମ୍‌ର ପାଣିକୁ ନେଇ ଆସିଛି ସାଂଘାତିକ ତଥ୍ୟ। ଅଣମୌସୁମୀ ଋତୁରେ ପାଣିରେ ଗନ୍ଧକର ମାତ୍ରା ସର୍ବାଧିକ ରହୁଥିବା ବେଳେ ମୌସୁମୀ ଋତୁରେ ନାଇଟ୍ରେଟ୍‌ର ପରିମାଣ ଆବଶ୍ୟକତାଠାରୁ ଅଧିକ ରହୁଛି। ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ହିଁ ପାଣିର ଉପାଦାନ ପ୍ରଭାବିତ ହେବାର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିଯୋଗୁଁ ମାଛବଂଶ ଲୋପ ପାଇବା ସହ ଲୋକମାନେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି। ଏହାବ୍ୟତୀତ […]

ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟର ଶାଖା

ଓଡ଼ିଶା ନାଟ୍ୟ ଜଗତ ପାଇଁ ଆଉ ଏକ ଖୁସି ଖବର। ରାଜ୍ୟ ରାଜଧାନୀରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (ଏନ୍‌ଏସ୍‌ଡି)ର ଆଞ୍ଚଳିକ ଶାଖା। ଏନେଇ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି।ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଅନେକ ବିଭାଗ ଥିଲେ ବି ପ୍ରଥମରୁ ଅଭିନୟ, ଲିଖନ, ଡିଜାଇନ୍ ଓ ନିର୍ଦ୍ଦେଶନା ଉପରେ ପାଠପଢା ହେବ।ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ। ନାଟକ ଏବଂ ଅଭିନୟ କ୍ଷେତ୍ରରେ […]

ମଧ୍ୟାହ୍ନ ଭୋଜନରେ ଖାଲି ଭାତ, ତରକାରି ନଦେଇ ଶିକ୍ଷୟିତ୍ରୀ କହିଲେ ଲୁଣ ଓ ଲଙ୍କା ଲଗାଇ ଖାଅ

ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ଭାତ ସହ କେବଳ ଲୁଣ, ଲଙ୍କା। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଅଞ୍ଚଳର ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ |ସୂଚନା ମୁତବକ ଦୀର୍ଘ ଦୁଇବର୍ଷ ହେବ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କେତେବେଳେ ବିସ୍କୁଟତ କେତେବେଳେ ମଧ୍ୟାହ୍ନ ଭୋଜନ ରୁ ଅଣ୍ଡା ଗାଏବ। ତେବେ ପିଲା ମାନଙ୍କୁ ଖାଲି ଭାତ ଖାଇବାକୁ ଦିଆଯିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏମିତି ପିଲାଙ୍କୁ ବିଭିନ୍ନ […]

ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।

ଆସନ୍ତା ନଭେମ୍ବର ୪ ତାରିଖ (ସୋମବାର) ଏବଂ ନଭେମ୍ବର ୧୧ତାରିଖ (ସୋମବାର) ଦିନ ୟୁନିଟ-୫, ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମରେ ଜଣାଇ ଦିଆଯିବ ।

ଅଗ୍ନିଶ୍ରମ ବିଭାଗକୁ ଆସିଲା ଅଗ୍ନିଶମ ବିଭାଗର ବାଇକ

ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ଅଗ୍ନିଶ୍ରମ ବିଭାଗକୁ ଆସିଛି ଅଗ୍ନିଶମ ବିଭାଗର ନୂଆ ବାଇକ । ସାଇରନ ଠାରୁ ଆରମ୍ଭ କରି ପାଣି ସିଞ୍ଚନ ପାଇଁ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା । ତେବେ ଏହି ସ୍ବତନ୍ତ୍ର ବ୍ୟବସ୍ଥା କଣ ରହିଛି ଆସନ୍ତୁ ଜାଣିବା ।ବାଇକରେ ପାଣି ରହିବା ପାଇଁ ଏମିତି ବ୍ୟବସ୍ଥା ହୋଇଛି ଯେ ଆଉ ୪ ଚକିଆ ଅଗ୍ନିଶମ ବିଭାଗ ଗାଡ଼ିର ଆବଶ୍ୟକତା ହେବ ନାହିଁ । ଏହି ଗାଡ଼ିରେ ସାଇରନ୍ ବାଜିବା ଠାରୁ ଆରମ୍ଭ […]

ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ ।

ଆଜିଠୁ ଟ୍ରେନ ବୁକିଂ ନିୟମରେ ପରିବର୍ତ୍ତନ । ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ଆଜିଠାରୁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ ହୋଇଛି । ଯଦି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ୨ ମାସ ଆଗରୁ ଅର୍ଥାତ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିବାକୁ ହେବ । ପୂର୍ବରୁ ଏହି ସମୟ ସୀମା ୪ ମାସ ବା ୧୨୦ ଦିନ ଥିଲା । ଏହି ନିୟମକୁ ରେଳବାଇ ଗତ ମାସରେ ପରିବର୍ତ୍ତନ […]

କେନ୍ଦୁଝରରେ ପ୍ରତିଷ୍ଠା ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ ।

ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝରରେ ବଡ଼ କାରଖାନା ହେବାର ଆଶା ଦେଖାଦେଇଛି। କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ହେବ। ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ ଏହି ମେଗା ଷ୍ଟିଲ କାରଖାନା ନିର୍ମାଣ ହେବ। ତେବେ ପୂର୍ବରୁ ଜେ ଏସ ଡବ୍ଲ୍ୟୁ ସହ ପୋସ୍କୋ ଏମଓୟୁ କରିବା ପରେ ଲାଗି ରହିଥିଲା ଚର୍ଚ୍ଚା । ଦିଲ୍ଲୀ ଓ ମୁମ୍ବାଇରେ ମେକ ଇନ ଓଡିଶା ରୋଡ ସୋ ବେଳେ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ସେଠାରେ ଉଭୟ […]

ବାରରେ କେବଳ ଗୀତ ଗାଇବା ଓ ବାଜିବାକୁ ଅନୁମତି ଦିଆଯାଇଛି।

ବାରରେ କେବଳ ଗୀତ ଗାଇବା ଓ ବାଜିବାକୁ ଅନୁମତି ଦିଆଯାଇଛି। ମାତ୍ର ନୃତ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଅଣାଯାଇଥିବା ଏହି ଗାଇଡଲାଇନର ଉଲଂଘନ କଲେ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।ଏପରିକି ମ୍ୟୁଜିକ କେତେ ଡେସିବିଲ ଭିତରେ ରହିବ ସେନେଇ ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି । ଉଲଂଘନ କଲେ ପଦକ୍ଷେପ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ […]

ସ୍ନାନ ଯାତ୍ରା ବାତିଲ କଲା ଇସ୍କନ!

ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ । ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା । ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା । ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଆପତ୍ତି ଉଠାଇଥିଲେ । ତେବେ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଗଜପତି ମହାରାଜା […]