ଭାରତକୁ ଟ୍ରମ୍ପଙ୍କ ଚେତାବନୀ । ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ରୁଷ ତୈଳ କିଣିବା ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି । କହିଛନ୍ତି, ମୋଦି ଜଣେ ଭଲ ବ୍ୟକ୍ତି, କିନ୍ତୁ ସେ ଜାଣିଛନ୍ତି ମୁଁ ଖୁସି ନୁହେଁ । ମୋତେ ଖୁସି କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ସେମାନେ ବାଣିଜ୍ୟ କରନ୍ତୁ, ମୁଁ ସେମାନଙ୍କ ଉପରେ ଟାରିଫ୍ ବଢ଼ାଇବି ବୋଲି କହି ଧମକ ଦେଇଛନ୍ତି ଟ୍ରମ୍ପ ।ସେ ଭାରତ […]
ସୋମବାରଠାରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ଥରାଇବ ଶୀତ । ପାଣିପାଗ ବିଭାଗ ଏଭଳି ଆକଳନ କରିଛି ।ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ସର୍ବାଧିକ କୁହୁଡ଼ି ରହିବା ନେଇ ବିଭାଗ ଆକଳନ କରିଛି। […]
ଆଜିଠୁ ୨ ଘଣ୍ଟା ଓପିଡି ବନ୍ଦ । ଏଭଳି ଚରମ ନିଷ୍ପତ୍ତି ନେଇଛି ଓମସା । ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ବିଭିନ୍ନ ସରକାରୀ ହସ୍ପିଟାଲରେ ସକାଳ ୯ଟାରୁ ଦିନ ୧୧ଟା ଓପିଡି ବନ୍ଦ ରହିବା ଯୋଗୁଁ ସ୍ଥିତି ବିଗିଡ଼ିବ । ଫଳରେ ରୋଗୀ ସେବା ବ୍ୟାହତ ହେବ । ତେବେ ଏଥିରୁ ମେଡିକାଲ କଲେଜକୁ ବାଦ ଦିଆଯାଇଛି । ରୋଗୀ ସେବା ବ୍ୟାହତ ହେବ। ଅନ୍ୟପକ୍ଷରେ ଡାକ୍ତରଙ୍କ […]
ରାୟଗଡ଼ା,୪/୧(): ପ୍ରେସ ଆଣ୍ଡ ମିଡିଆ ୱେଲଫର ଆସୋସିଏସନ,ଓଡିଶା,ରାୟଗଡ଼ା ଜିଲ୍ଳାର ଏକ ସାଧାରଣ ବୈଠକ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ହାଲୁଆ ତୋଟା ବଣଭୋଜି ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ବୃତିଗତ ସାମ୍ବାଦିକ ସଦସ୍ୟଙ୍କ କଲ୍ୟାଣ ପାଇଁ ସଂଘ ସର୍ବଦା ସଚେତନ ଓ ପ୍ରସ୍ତୁତ ହୋଇରହିଛି । ସଦସ୍ୟମାନଙ୍କ ଅଧିକାର ସୁରକ୍ଷା,ସାମାଜିକ-ଆର୍ଥିକ ସହାୟତା,ପେଶାଗତ ସମସ୍ୟାର ସମାଧାନ ସହିତ ମର୍ଯ୍ୟାଦାପୂର୍ଣ୍ଣ ସାମ୍ବାଦିକତାକୁ ପ୍ରୋତ୍ସାହନ ଦେବା ଦିଗରେ ସଂଘ ନିରନ୍ତର କାର୍ଯ୍ୟରତ ରହିବ ବୋଲି ବୈଠକରେ ପରିଚାଳନା କମିଟି ସଦସ୍ୟମାନେ […]
ସମ୍ବଲପୁର ସହରର ଏକ ଦାମୀ ହୋଟେଲରେ ଜୁଆ ଖେଳର ପର୍ଦ୍ଦାଫାସ । ଭିଏସ୍ଏସ୍ ମାର୍ଗର ଏକ ହୋଟେଲ୍ରେ ଚାଲିଥିବା ଜୁଆ ଖେଳ ବେଳେ ଧନୁପାଲି ପୋଲିସର ରେଡ୍ । ଜୁଆ ରେଡ୍ ବେଳେ ପାଇଖାନା ଫ୍ଲସରେ କିଛି ଟଙ୍କା ପକାଇ ଦେଇଥିଲେ ଅଭିଯୁକ୍ତ । ଏହି ଘଟଣାରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ପ୍ରାଥମିକସ୍ତରରେ ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ପଶ୍ଚିମ ଓ ଅନ୍ୟତମ ଗଣପର୍ବ ପୁଷପୁନୀ(ପୌଷ ପୂର୍ଣ୍ଣିମା) ଅବସରରେ ଭିଏସଏସ ମାର୍ଗସ୍ଥିତ ହୋଟେଲ ଉପହାର […]
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀ ମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟାର ଅବଧି ବୃଦ୍ଧି କରାଯାଇଛି । ଏହି ଅବଧିକୁ ରାଜ୍ୟ ସରକାର ଆସନ୍ତା ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏତଦବ୍ୟତୀତ କୌଣସି କାରଣ ବଶତଃ ଅଦ୍ୟାବଧି ଇ-କେୱାଇସି କରି ପାରିନଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସର ପିଡ଼ିଏସ ସାମଗ୍ରୀ ପୂର୍ବବତ ଆବଣ୍ଟିତ କରାଯାଉଅଛି । କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ ଅଧିଷ୍ଠାତ୍ରୀ ଦେବୀ ମା’ଦକ୍ଷିଣ କାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ବଣ୍ଟନ କରାଯାଇଛି। ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟତ୍ରୀ,ତତ୍ୱାବଧାରକଙ୍କ ସମେତ ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜୀଵୀ ରଣଜିତ ଦାଶ ପ୍ରମୁଖ […]
୨୮ଟି ନୂଆ ଏନ୍ଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ବିଡିଓଙ୍କୁ ପ୍ରଶାସନିକ ଅଧିକାରୀ ଦାୟିତ୍ବ ଦିଆଯାଇଛି । ନୂଆ ଏନ୍ଏସି ପାଇଁ ଅନୁଦାନ ପ୍ରଦାନ କରାଯାଇଛି । ନୂଆ କାର୍ଯ୍ୟାଳୟ ନିର୍ମାଣରେ ଖର୍ଚ୍ଚ ହେବ ୬ କୋଟି । ରାସ୍ତା ପାଇଁ ୫୦ ,ଲାଇଟ୍ ପାଇଁ ୫୦ ଲକ୍ଷ ଟଙ୍କା ଅଟକଳ ହୋଇଛି । କାମ ଆରମ୍ଭ ପାଇଁ ୧.୫ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରାଯିବା ନେଇ ନଗର ଉନ୍ନୟନ ମନ୍ତ୍ରୀ […]
ଦୁର୍ଘଟଣା ପାଇଁ ରୁପାଲି ଛକକୁ ବାଛି ନେଇଛି ଆମ ବସ୍। ସକାଳେ ଅଟୋକୁ ଧକ୍କା ଦେଲା ଆଉ ଏବେ ସ୍କୁଟିକୁ। ସୂଚନା ଅନୁସାରେ, ରୂପାଲି ଛକରେ ୮୨ ନମ୍ବର ରୁଟ୍ର ‘ଆମ ବସ୍’ ଏକ ସ୍କୁଟିକୁ ଧକ୍କା ଦେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରାଫିକ୍ ଉପରେ ଲୋକେ ‘ଆମ ବସ୍’ ଚାଳକଙ୍କୁ ବସ୍ରୁ ଘୋଷାଡ଼ି ନେଇ ନିର୍ଧୁମ ଛେଚିଛନ୍ତି । ସହିଦନଗର ଥାନା ପୋଲିସ ପହଞ୍ଚି ଲୋକଙ୍କ କବଳରୁ ‘ଆମ ବସ୍’ ଚାଳକଙ୍କୁ ଉଦ୍ଧାର କରିଛି […]
ଚିଲିକାର ହେବ ସୌନ୍ଦର୍ଯ୍ୟକରଣ। ପାଇବ ନୂଆ ରୂପ। ଚିଲିକା ଆଖପାଖ ଅଞ୍ଚଳକୁ କରାଯିବ ଉନ୍ନତିକରଣ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ ହେବ ଚିଲିକା ହ୍ରଦ । ଏନେଇ ଆଇଆଇଟି ମାଡ୍ରାସ୍ ଓଷନୋଗ୍ରାଫି ସହ ବୁଝାମୁଣା ସ୍ବାକ୍ଷରିତ ହୋଇଛି। ୧୫ ଶହରୁ ୨ ହଜାର କୋଟିର ଡିପିଆର୍ ପ୍ରସ୍ତୁତ ହୋଇଛି। ସୂଚନାମୁତାବକ ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। […]
ସୋସିଆଲ୍ ମିଡିଆରେ ଗୋଟେ ଖବର ଭାଇରାଲ ହେଉଛି। ୨୦୨୬ ମାର୍ଚ୍ଚ ପରେ ମାର୍କେଟ୍ରୁ ୫୦୦ ଟଙ୍କିଆ ନୋଟ୍ ହଟାଇ ନେବ ଆର୍ବିଆଇ। ଅର୍ଥାତ୍ ଏହି ନୋଟ୍ ଆଉ ପ୍ରଚଳନ ହେବ ନାହିଁ। ସରକାରି ସଂସ୍ଥା PIB ତରଫରୁ ସୋସିଆଲ ମିଡିଆ ଏକ୍ସରେ ଏହି ମସେଜ୍ କୁ ଖଣ୍ଡନ କରାଯାଇଛି । PIB ତରଫରୁ କୁହାଯାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ୫୦୦ ଟଙ୍କିଆ ନୋଟ୍କୁ ବନ୍ଦ କରିବାର କୌଣସି ଘୋଷଣା କରାଯାଇନି । […]
ଆଜି ହେଉଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ । ଜାନକୀଙ୍କ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।ଏହାପରେ ସେ କହିଛନ୍ତି ଯେ ଜାନକୀ ବାବୁ ୬୦ ବର୍ଷ ଧରି ଓଡିଶାର ଜନଜୀବନ ସହ ଜଡିତ ଥିଲେ । ତାଙ୍କ ଜୀବନ ସାହିତ୍ୟ, ସଂସ୍କୃତି ଓ ରାଜନୀତିର ତ୍ରିବେଣୀ ସଂଗମ ଥିଲା । ଦୀର୍ଘ ୧୪ ବର୍ଷ […]
