UPI ପେମେଣ୍ଟରେ ଲାଗୁଥିବା MDR ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ଏମଡିଆର ଶୁଳ୍କ ଲାଗୁ ନହେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ତେବେ  ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କେନ୍ଦ୍ର, RBI ଓ NPCIକୁ ଏହି ମାମଲାରେ ୪ ସପ୍ତାହ ମଧ୍ୟରେ […]

କଟକ ବାଲିଯାତ୍ରା ୨୦୨୬: ଗତବର୍ଷର ତ୍ରୁଟିରୁ ଚେତିଲା ଜିଲ୍ଲା ପ୍ରଶାସନ, ଏଥର ଉପରପଡିଆରେ ଖୋଲିବ ୫୯୧ ଷ୍ଟଲ୍

ଚଳିତ ବର୍ଷ କଟକ ବାଲିଯାତ୍ରା ଉଭୟ ତଳ ଓ ଉପର ପଡିଆ ରେ ଅନୁଷ୍ଠିତ ହେବ। ତେବେ ବାଲିଯାତ୍ରା ପଡ଼ିଆର ପ୍ରାୟ ୧ ଲକ୍ଷ ୯୩ ହଜାର ୩ଶହ ବର୍ଗଫୁଟ୍ ସ୍ଥାନରେ ଚଳିତ ଥର ପ୍ଲଟ୍ ଆବଣ୍ଟନ କରାଯିବା ନେଇ ନିଷ୍ପତି କରିଛି କଟକ ଜିଲ୍ଲା ପ୍ରଶାସନ ।ଯେଉଁଥିରେ ୫୯୧ ଷ୍ଟଲ୍ ରହିଛି । ଏଥିରେ ଖାଦ୍ୟ, ମନୋରଞ୍ଜନ, ସରକାରୀ ଓ କର୍ପୋରେଟ୍ ଜୋନ୍ ରହିବ । ଚଳିତବର୍ଷ ଦର୍ଶକଙ୍କ ଭିଡ଼, ବ୍ୟବସାୟିକ ଆବଶ୍ୟକତା, ମନୋରଞ୍ଜନ ଓ […]

ଗାନ୍ଧୀ ମାର୍ଗରେ MMDR ପ୍ରସଙ୍ଗ:  ‘ଓଡ଼ିଶାର ସ୍ବାର୍ଥ ପାଇଁ ଆମେ ଏକାଠି ହୋଇଛୁ’ – ନବୀନ 

ଲୋୟର ପିଏମଜିରେ ବିଜେଡିର ଗର୍ଜନ । MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ। ଯୋଗଦେଲେ  ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।MMDR ବିଲ୍ ନେଇ ବିଜେପି ବିରୋଧରେ ବର୍ଷିଲେ ନବୀନ । ନବୀନ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ଆଜି ଏକାଠି ହୋଇଛେ । ସାଢେ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଆଜି ଏକାଠି ହୋଇଛେ । ଆମର GenZଙ୍କ ଭବିଷ୍ୟତ ପାଇଁ ଆମେ […]

MMDRକୁ ନେଇ ଗର୍ଜିଲା ବିଜେଡି ; ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ

MMDRକୁ ନେଇ ଗର୍ଜିଲା ବିଜେଡି । ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିଧାନସଭା ସମ୍ମୁଖରେ ଆଦିବାସୀଙ୍କ ମେଳି । MMDRକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ନୃତ୍ୟକରି ବିକ୍ଷୋଭ ପ୍ରଦର୍ଶନ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ଏଥିରେ ଯୋଗଦେଇଛନ୍ତି ।ଏମଏମଡିଆର  ଆକ୍ଟକୁ ନେଇ ଗତ କିଛି ଦିନ […]

ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ୨ ବର୍ଷରେ ୪୧୩ ମାମଲା

ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ହେଉଛନ୍ତି ସରକାର । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ । ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି ।ଚଢ଼ାଉ ସମୟରେ କେବଳ କଟକରୁ ୭୧ କ୍ୱିଣ୍ଟାଲ ପନିର ଜବତ କରାଯାଇ ନଷ୍ଟ କରାଯାଇଛି । ସେହିପରି ନିଆଳିରେ ମଧ୍ୟ ଚଢ଼ାଉ କରାଯାଇ ଅପମିଶ୍ରଣକାରୀଙ୍କ ବିରୋଧରେ BNSର ଧାରା ୨୭୫, ୩୧୮ ଓ ୪୩୫ ଅନୁସାରେ […]

ନିମାପଡ଼ା ଗେଷ୍ଟ ହାଉସରେ ମହିଳାଙ୍କ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ପୁରୀ ଜିଲ୍ଲା ନିମାପଡାରେ ଥିବା ଏକ ଘରୋଇ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳର ହୋଇଥିବା ବେଳେ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱରରେ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ। ପରେ ସେ ନିମାମଡାର ଏକ ଗେଷ୍ଟ ହାଉସରେ ଗତ ଏକ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେଠାରେ ୪ ଜଣ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ […]

ଆଜି ବି ଗୃହ ଅଚଳ । ସୋମବାର ୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଆଜି ବି ଗୃହ ଅଚଳ । ସୋମବାର ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଲାଗି ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଆଜି ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର, ସଂସଦୀୟ ବ୍ୟାପାର, ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦିଆଯିବାର ଅଛି। କିନ୍ତୁ ଆଜି   ବିଧାନସଭା ଆରମ୍ଭ ହେବା ମାତ୍ରେ […]

କେଦାରନାଥ ଯାତ୍ରା ପଥରେ ଭୟଙ୍କର ଭୂସ୍ଖଳନ: ଫସି ରହିଲେ ୪ ହଜାର ଶ୍ରଦ୍ଧାଳୁ

କେଦାରନାଥ ଧାମ ଯାତ୍ରା ପଥରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରା ମାର୍ଗର ବିଭିନ୍ନ ସ୍ଥାନରେ ପ୍ରାୟ ୪,୦୦୦ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀ ଫସି ରହିଛନ୍ତି ।ପାହାଡ଼ ପାର୍ଶ୍ୱରୁ କ୍ରମାଗତ ଭାବେ ବଡ଼ ବଡ଼ ପଥର ଏବଂ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ମାର୍ଗରୁ ଭଗ୍ନାବଶେଷ ହଟାଇ ରାସ୍ତା ସଫା କରିବା ପ୍ରଶାସନ ପାଇଁ ଏକ ବଡ଼ […]

ଆଜିଠାରୁ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ 

ଆଜିଠାରୁ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି ।ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଏହି ବଡ଼ ଘୋଷଣା କରାଯାଇଛି, ଯାହାଫଳରେ ସାଧାରଣ ଗ୍ରାହକ ଏବଂ ବ୍ୟାବସାୟୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ନେଇ ରାଷ୍ଟ୍ରାୟତ୍ତ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ । ବ୍ୟାଙ୍କ ଧର୍ମଘଟ […]

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ : ଆସିବ ଛୋଟ ବନ୍ୟା 

ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ଏବେ ହୀରାକୁଦର ୨୮ ଗେଟ ଦେଇ ଜଳ ନିସ୍କାସନ କରାଯାଉଛି। ହୀରକୁଦ ଡ୍ୟାମକୁ  ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬ଲକ୍ଷ ୧୭ ହଜାର ୩୦୮କ୍ୟୁସେକ୍ ଜଳ। ସେକେଣ୍ଡ ପିଛା ନିଷ୍କାଷିତ ହେଉଛି, ୪ ଲକ୍ଷ ୯୬ ହଜାର ୬୦୨ କ୍ୟୁସେକ୍। ଆଜି ସକାଳ ୯ଟା ଭିତରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି।ମହାନଦୀରେ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହେବ ବୋଲି ଜଳସମ୍ପଦ […]

​ଗଣିଆ ଥାନା କିଶୋରପ୍ରସାଦ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ପଛରେ ପିଟିହେଲା ବାଇକି , ଜଣଙ୍କର ମୃତ୍ୟୁ ଓ ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର

​ଗଣିଆ,(ଓଡିଶା ଦର୍ପଣ): ଗଣିଆ ଥାନା ଅନ୍ତର୍ଗତ କିଶୋରପ୍ରସାଦ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶନିବାର ଦିନ ସନ୍ଧ୍ୟା ସମୟରେ ଘଟିଯାଇଛି। ଗଣିଆ ପଟୁ ଯାଉଥିବା ଏକ ବାଇକି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛରେ ପିଟିହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ​ମୃତକ ଜଣକ ହେଉଛନ୍ତି ସୁଶାନ୍ତ ପୃଷ୍ଟି। ଏହି ଦୁର୍ଘଟଣାରେ ଜଣାଶୁଣା ବ୍ୟଙ୍ଗକବି ଆର୍ତ୍ତତ୍ରାଣ ମିଶ୍ର ଗୁରୁତର ଆହତ ହୋଇଛନ୍ତି।​ସ୍ଥାନୀୟ ଲୋକଙ୍କ ସହାୟତାରେ […]

ମ୍ୟାପିଂ ହୋଇନଥିବା ଭୋଟରଙ୍କ ଘରକୁ ଯିବେ ବିଏଲଓ, ବଢ଼ିଲା ଦାବି-ଆପତ୍ତି ସମୟସୀମା

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ। ଏସଆଇଆର ସମୟରେ ଯେଉଁ ଭୋଟରଙ୍କୁ ‘Unmapped’ କିମ୍ବା ‘Logical Discrepancies’ ବା ତାର୍କିକ ଅସଙ୍ଗତି ଦର୍ଶାଇ ନୋଟିସ୍ ଦିଆଯାଇଛି, ସେମାନଙ୍କୁ ଏଣିକି ଇଆରଓ/ଏଇଆରଓ (ERO/AERO) କାର୍ଯ୍ୟାଳୟକୁ ଶୁଣାଣି ପାଇଁ ଡକାଯିବ ନାହିଁ। ବୁଥ୍‌ସ୍ତରୀୟ ଅଧିକାରୀ (BLO) ଘରକୁ ଯାଇ ଆବଶ୍ୟକ ଦଲିଲ ସଂଗ୍ରହ କରିବେ।ବିହାର ଏବଂ ପଶ୍ଚିମବଙ୍ଗ ସମେତ ଦେଶର ୨୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ SIR […]