ଆଜିଠାରୁ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ 

ଆଜିଠାରୁ ହେବାକୁ ଥିବା ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି ।ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଏହି ବଡ଼ ଘୋଷଣା କରାଯାଇଛି, ଯାହାଫଳରେ ସାଧାରଣ ଗ୍ରାହକ ଏବଂ ବ୍ୟାବସାୟୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ।ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ନେଇ ରାଷ୍ଟ୍ରାୟତ୍ତ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ । ବ୍ୟାଙ୍କ ଧର୍ମଘଟ ହେବାକୁ ଥିବାରୁ ଗତକାଲି ରବିବାର ହୋଇଥିଲେ ମଧ୍ୟ ଅନେକ ବ୍ୟାଙ୍କ ଖୋଲା ରହିଥିଲା । ଅନ୍ୟ ଦିନ ଭଳି ଆର୍ଥିକ କାରବାର ମଧ୍ୟ ସ୍ୱାଭାବିକ ରହିଥିଲା ।ଯଦି ବୈଠକରେ କୌଣସି ସମାଧାନ ନ ବାହାରିଥାନ୍ତା, ତେବେ ଧର୍ମଘଟ ଯୋଗୁଁ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥାନ୍ତା । କିନ୍ତୁ, ଉଭୟ ପକ୍ଷଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହେତୁ ଏହି ଧର୍ମଘଟକୁ ତତ୍‌କାଳ ପ୍ରଭାବରୁ ଟାଳି ଦିଆଯାଇଛି ।

ଅଧିକ ପଢନ୍ତୁ