ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟାର ହସ୍ପିଟାଲ କରିବ ବେଦାନ୍ତ

ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ ପ୍ରତିଷ୍ଠା କରିବ ବେଦାନ୍ତ ଗ୍ରୁପ୍ ।  ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ।  ଏହା ସହ ଢେଙ୍କାନାଳରେ ୩ ମିଲିୟନ୍ ଟନ୍ କ୍ଷମତାର ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ବେଦାନ୍ତ ଯୋଜନା କରିଛି । ଏଥିପାଇଁ ୫୦୦ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।ଓଡ଼ିଶା ସହ ବେଦାନ୍ତର ସମ୍ପର୍କ ଦୀର୍ଘଦିନର ବୋଲି ଉଲ୍ଲେଖ […]

ଇରାନର ପ୍ରସ୍ତାବକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ !ହର୍ମୁଜ୍ ଷ୍ଟ୍ରେଟ୍କୁ ‘ଟ୍ରମ୍ପ ଷ୍ଟ୍ରେଟ୍’ ଦର୍ଶାଇ ମ୍ୟାପ୍ ଶେୟାର କଲେ ଆମେରିକା ରାଷ୍ଟ୍ରପତି

ପୁଣି ଥରେ ବୋମା ପକାଇବ କି ଆମେରିକା? ଇରାନର ‘ଶାନ୍ତି ଯୋଜନା’କୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ। ଇରାନ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ କତାର ମାଧ୍ୟମରେ ଆମେରିକାକୁ ପ୍ରସ୍ତାବ ପଠାଇଥିଲା। ଏଥିପାଇଁ ଇରାନ ତିନୋଟି ସର୍ତ୍ତ ରଖିଥିଲା। ଇରାନ କହିଛି ଯେ ଏହି ସର୍ତ୍ତଗୁଡ଼ିକ ପୂରଣ ହେବା ପରେ, ହର୍ମୁଜ୍ ପ୍ରଣାଳୀ ସାତ ଦିନ ମଧ୍ୟରେ ଖୋଲାଯିବ। ଏହା ପରେ ମଧ୍ୟ ଟ୍ରମ୍ପ ଆଉ ଏକ କାରନାମା କରିଛନ୍ତି। ସେ ଷ୍ଟ୍ରେଟ୍ ଅଫ୍ ହର୍ମୁଜର ପୁନଃ […]

ଏଆଇର ଭୁଲ ବ୍ୟବହାର ନେଇପାରେ ୧୦୦ କୋଟି ଲୋକଙ୍କ ଜୀବନ :ବିଲ୍ ଗେଟ୍ସଙ୍କ ପରାମର୍ଶ

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି ଯେ, ଭୁଲ୍ ଲୋକଙ୍କ ହାତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଏତେ ଶକ୍ତିଶାଳୀ ହୋଇପାରେ ଯେ ଏହା ଯୋଗୁଁ ୧୦୦ କୋଟି ଲୋକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ହୋଇପାରେ।ବିଲ୍ ଗେଟ୍ସ ଏକ ସାକ୍ଷାତକାରରେ ଏହି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ AI ଉପକରଣ ଗୁଡ଼ିକୁ କ୍ଷତିକାରକ ବ୍ୟକ୍ତି ମାନଙ୍କ ସହିତ ମିଶ୍ରଣ କରିବା ଯେକୌଣସି ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ । […]

ଓଡ଼ିଶାରେ ବନ୍ୟା ଆଶଙ୍କା: ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଛି

ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ । ଝାଡ଼ଖଣ୍ଡରୁ ପାଣି ଆସି କେନ୍ଦୁଝର ପ୍ରଭାବିତ ହୋଇଛି । ବାଲେଶ୍ୱର, ଯାଜପୁର, ଭଦ୍ରକ ପ୍ରଭାବିତ ହେବ । ଛତିଶଗଡ ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିଛି । ୪୮ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଆଗାମୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ […]

ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମର ଭିଡ଼ିଓ ବୈଠକରେ ପ୍ରଦର୍ଶିତ କରାଯାଇଥିଲା। ଯାହାକିଛି ଅସଙ୍ଗତି ଏବଂ ତ୍ରୁଟି ବିଚ୍ୟୁତି ସୃଷ୍ଟି ହୋଇଥିଲା ତାହାର ସମୀକ୍ଷା କରାଯାଇଥିବା ବେଳେ ଆଗାମୀ ରଥଯାତ୍ରାରେ ଯେଭଳି ଏହି ତ୍ରୁଟି ବିଚ୍ୟୁତି ନହୁଏ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।ଆସନ୍ତା ସେପ୍ଟେମ୍ବର ୩୦ ତାରିଖରୁ ଭକ୍ତଙ୍କ […]

SBI ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ ଦେବାକୁ ….

ସେପ୍ଟେମ୍ବର ୨୮ ଅର୍ଥାତ ସୋମବାରଠାରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିଆୟୁ) ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତୁ ୩ ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବାକୁ ପ୍ରସ୍ତାବ ଦେଇଛି । ଅନ୍ୟପଟେ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI (ଭାରତୀୟ ଷ୍ଟେଟ ବ୍ୟାଙ୍କ) ଏକ ବଡ଼ ଘୋଷଣା କରିଛି।ବ୍ୟାଙ୍କ ନିଷ୍ପତ୍ତି ନେଇଛି ଯେ, ସେପ୍ଟେମ୍ୱର ୨୮ ରୁ […]

ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ

ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ବୈଠକରେ ଶ୍ରୀମନ୍ଦିରର ବିଭିନ୍ନ ନୀତି ନିର୍ଦ୍ଧାରଣ ସହ ଏକାଧିକ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ପାଇଁ ନୂଆ ସୁନାବେଶ ସେଟ୍‌ ନିର୍ମାଣ, ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲିବା, ଦିବ୍ୟାଙ୍ଗ ଓ ପୁରୀବାସୀଙ୍କ ଦର୍ଶନ ବ୍ୟବସ୍ଥା ସହ ସେବାୟତ କଲ୍ୟାଣ ଓ ଆଦର୍ଶ ଗୁରୁକୁଳ ନେଇ ମଧ୍ୟ ଆଲୋଚନା ହୋଇଛି ।। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର […]

‘ଅଙ୍ଗନ୍ କା ଉତ୍ସବ’ ଅଭିଯାନର ଉଦ୍‌ଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

ବଢ଼ିଲା ଅଙ୍ଗନବାଡ଼ି ଦିଦିଙ୍କ ଶାଢ଼ୀ ଟଙ୍କା। ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଶାଢ଼ୀ ପାଇଁ ୧୩୯୦ ଟଙ୍କା ମିଳୁଥିଲା। ଏବେ ଏହି ରାଶିକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମର […]

କଟକ ବାଲିଯାତ୍ରା ପାର୍କିଂ ଷ୍ଟାଣ୍ଡ୍‌ ପାଇଁ ଟେଣ୍ଡର ଡାକିଲା ପ୍ରଶାସନ

ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ତେବେ ସହରର ବିଭିନ୍ନ ସ୍ଥାନରେ ଚିହ୍ନଟ ପାର୍କିଂଷ୍ଟାଣ୍ଡ୍ ଗୁଡ଼ିକୁ ଅସ୍ଥାୟୀ ଲିଜ୍ ପ୍ରଦାନ ଓ ନିଲାମ ନିମନ୍ତେ ଇଚ୍ଛୁକ ବ୍ୟକ୍ତି, ଫାର୍ମ ଓ ଅନୁଷ୍ଠାନ ମାନଙ୍କଠାରୁ ସିଲ୍ ଟେଣ୍ଡର୍ ଆହ୍ୱାନ କରାଯାଇଛି । ପାର୍କିଂ ସ୍ଥଳଗୁଡ଼ିକ “ଯେପରି ଅଛି, ଯେଉଁଠାରେ ଅଛି’ ଭିତ୍ତିରେ ନିଲାମ […]

ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ

ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା – ୨୦୨୬ର ପ୍ରସିଦ୍ଧ ଆଜ୍ଞା ଲଡୁ ନିଲାମ ଶେଷ ହୋଇଛି।ଚଳିତ ବର୍ଷ ପ୍ରଭୁଗଜାନନଙ୍କ ଏହି ବିଶାଳକାୟ ୪୦୦୦ କେଜି (୪ ଟନ) ଓଜନର ଆଜ୍ଞା ଲଡୁ ୧୭ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ଭସାଣିର ଗୋଟିଏ ଦିନ ପୂର୍ବରୁ ତାଳଚେର ଗଣପର୍ବ ଗଣେଷ ପୂଜାର ଏହି ଲଡୁ ନିଲାମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାର୍ଚ୍ଚନା କରି ବିଶାଳ ଶୋଭା ଯାତ୍ରାରେ ସହର ପରିକ୍ରମା କରି ଏକ ଟ୍ରକରେ ଏହି ଲଡୁକୁ […]

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା

ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣଙ୍କ ଆଶ୍ରମର ଚତୁର୍ଥ ମହଲାରୁ ପଡ଼ି ମୃତ୍ୟୁ ଘଟିଛି। ଏହି ଘଟଣା ବୃନ୍ଦାବନ ଅଞ୍ଚଳର ଗୁରୁ କୃପା କୁଞ୍ଜରେ ଘଟିଛି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ଦୀପକ ରସିକ ଦୁଲାରୀ ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ତାଙ୍କ ମୁଣ୍ଡ ଏବଂ ଶରୀରରେ ଗମ୍ଭୀର ଆଘାତ ଲାଗିଥିଲା। ଆଶ୍ଚର୍ଯ୍ୟଜନକ ଭାବରେ, ତାଙ୍କ ଗୁପ୍ତାଙ୍ଗ କଟି ଯାଇଥିଲା। କୋଠାରୁ ପଡ଼ିବା ପରେ ତାଙ୍କୁ […]

ପଠାଣୀ ସାମନ୍ତ ମହାବିଦ୍ୟାଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ମାଇଁ ଭାରତ, ନୟାଗଡ଼ ଆନୁକୂଲ୍ୟରେ ଖଣ୍ଡପଡ଼ାସ୍ଥିତ ପଠାଣୀ ସାମନ୍ତ ମହାବିଦ୍ୟାଳୟ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହିତ ମାଇଁ ଭାରତର ଯୁବ ସ୍ୱେଚ୍ଛାସେବୀ ତଥା ଯୁବ ସମାଜସେବୀ ସଂଗ୍ରାମ କେଶରୀ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ଦେଶ ଗଠନରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଓ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅତିଥିମାନେ ପଣ୍ଡିତ ଦୀନଦୟାଲ […]