ଲାଞ୍ଚ ନେବା ଅଭିଯୋଗରେ ୨ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଲାଞ୍ଚ ନେବା ଅଭିଯୋଗରେ୨ ଗିରଫ ।  ଟିଟିଲାଗଡ଼ ସର୍କଲ୍ କାର୍ଯ୍ୟାଳୟର ୨ ଜଣ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ ।ଗିରଫ ଦୁଇ ଜଣ ସିନିୟର ଆସିଷ୍ଟାଣ୍ଟ ଅନିଲ କୁମାର ପଣ୍ଡା ଓ ପିଅନ୍ ହରେକୃଷ୍ଣ ମାଝୀ । ଉଭୟେ ଟିଟିଲାଗଡ଼ ସ୍ଥିତ ARCS କର୍ମଚାରୀ । ଗତବର୍ଷ ଜାନୁଆରୀରେ ଅବସରପ୍ରାପ୍ତ ଜଣେ କର୍ମଚାରୀଙ୍କ MACP ଅନୁସାରେ ବକେୟା ଦରମା ପାଇଁ ଅନିଲ ପଣ୍ଡା ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।ସୂଚନା ମୁତାବକ ଉକ୍ତ ବିଭାଗରେ କାର୍ଯ୍ୟରତ […]

ପୁଣି ଥରେ ଇସ୍କନର ମନମାନି, ଆମେରିକା ପରେ ମାଲେସିଆରେ କରିବ ରଥଯାତ୍ରା !

ପୁଣି ଥରେ ଇସ୍କନର ମନମାନି ।  ଆମେରିକା ପରେ ମାଲେସିଆରେ କରିବ ରଥଯାତ୍ରା ।  ଆସନ୍ତା ୨୩ ତାରିଖରେ ରଥଯାତ୍ରା ନେଇ ବିଜ୍ଞାପନ ଦିଆଯାଇଛି । ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଶ୍ରୀଜଗନ୍ନାଥ ପ୍ରେମୀ ।ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ମାଲେସିଆ ହାଇକମିଶନରଙ୍କୁ ଚିଠି ଲେଖିଛି ପୁରୀ ଭଏସ ଅଫ କମନ୍ ମ୍ୟାନ୍ ।  ଏଥି ସହ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ,ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏବଂ ଇଣ୍ଡିଆନ ହାଇକମିଶନର ଅବଗତ କରାଯାଇଛି […]

ଯନ୍ତ୍ରୀଙ୍କ ଭଡା ଘରେ ଭିଜିଲାନ୍ସ ଟିମ୍

ରାୟଗଡ଼ା ତା ୨୧/୦୫ (ନିପ୍ର) ପୁଣି ଆଉ ଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ । ଆୟର୍ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭିଜିଲାନ୍ସ ସ୍କାନରରେ କୋଲନରା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ। ଆୟର୍ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଲନରା ବ୍ଲକ୍ ରେ ଥିବା ତାଙ୍କର ସରକାରୀ ଅଫିସ, ରାୟଗଡ଼ା ରୋହିତ କଲୋନୀ ଭଡ଼ା ଘର ସମେତ ବ୍ରହ୍ମପୁରର 6ଟି ଭିନ୍ନ ଭିନ୍ନ […]

ବିଶ୍ୱ ବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ

ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ା କାର୍ଯ୍ୟକୁ ବାଧାମୁକ୍ତ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃନିଯୁକ୍ତି ଦେବା ସହ କ୍ୟାମ୍ପସଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂତନ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅନ୍ୟପଟେ ସରକାରୀ ବିଶ୍ୱ ବିଦ୍ୟାଳୟ ରେ ବେଆଇ ନିଯୁକ୍ତି ନେଇ ତାଗିଦ କରିବା ସହ ସମସ୍ତ […]

୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁ ଯୋଗାଇ ଦିଆଯିବ ପାଇପ୍ ଜଳ

୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ପାଇପ୍ ଜଳ ଯୋଗାଇ ଦିଆଯିବ।ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୪୦୨ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଜୁନ୍ ଶେଷ ସୁଦ୍ଧା ଆହୁରି ୧୪ଟି ପ୍ରକଳ୍ପ ଶେଷ ହେବ। ସେପ୍ଟେମ୍ବର ସୁଦ୍ଧା ୩୫ଟି ମେଗା ପାଇପ୍ ଜଳ […]

ଅବତରଣ ବେଳେ ଦିଲ୍ଲୀ-ବେଙ୍ଗାଲୁରୁ ବିମାନରେ ବାଜିଲା ମାଡ଼ ; ଯାତ୍ରୀ ସୁରକ୍ଷିତ

ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୁଧବାର ବେଙ୍ଗାଲୁରୁ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହାର ପଛପଟ ମାଡ଼ ହୋଇଯାଇଥିଲା। ଫଳରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯିବା ସହିତ ବିମାନ ଚଳାଚଳ ବାତିଲ କରିଦିଆଯାଇଥିଲା। ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଏହି ଏୟାର ଇଣ୍ଡିଆବିମାନରେ ୧୭୯ ଜଣ ଯାତ୍ରୀ ଥିଲେ।। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ବିମାନରେ ଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା […]

ଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ, ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ଗଲା ଜୀବନ

ପାକିସ୍ତାନ ମାଟିରେ ପୁଣି ଜଣେ ଭାରତର ଶତ୍ରୁ ନିହତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଆତଙ୍କବାଦୀ ହାମଜା ବୁରହାନକୁ ଗୁଳି କରି ହତ୍ୟା କରିଛନ୍ତି। କିଛି ଅଜ୍ଞାତ ବନ୍ଧୁକଧାରୀ ତାକୁ ଟାର୍ଗେଟ୍ କରି ଏହି ଏନକାଉଣ୍ଟର କରିଛନ୍ତି।ହମଜା ବୁରହାନ ପାକିସ୍ତାନ ସ୍ଥିତ ଏକ ଆତଙ୍କବାଦୀ ନେଟୱାର୍କ ସହିତ ଜଡିତ ଥିବା ଜଣାପଡିଛି ଏବଂ ପୁଲୱାମା ଆକ୍ରମଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବିଶ୍ୱାସ କରାଯାଉଛି। ୧୪ ଫେବୃଆରୀ, ୨୦୧୯ରେ ଜମ୍ମୁ ଏବଂ କଶ୍ମୀରରେ […]

ନରୱେ ମହାରାଣୀ ଓ ରାଜାଙ୍କୁ ମୋଦୀଙ୍କ ଉପହାରରେ ଓଡ଼ିଶା କଳାର ଝଲକ

ନରୱେ ମହାରାଣୀ ଓ ରାଜାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାରରେ ଓଡ଼ିଶାର କଳାର ଝଲକ । ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ ।ପ୍ରଧାନମନ୍ତ୍ରୀ ମୋଦି ନରୱେ ଗସ୍ତରେ ରାଜଧାନୀ ଓସ୍ଲୋରେ ରାଜା ହାରାଲ୍ଡ ଭି ଏବଂ ମହାରାଣୀ ସୋନଜାଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଜାଙ୍କୁ ତାରକସିର ଡଙ୍କା ଓ ମହାରାଣୀ ସୋନଜାଙ୍କୁ ଏକ ଅତ୍ୟନ୍ତ ସୁନ୍ଦର ଓ ପାରମ୍ପାରିକ ପଟ୍ଟଚିତ୍ର ଉପହାର ଦେଇଥିଲେ ।ତାଳ ପତ୍ର ଉପରେ […]

ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ସରିଲା ୩ରଥର ୪୨ ଚକ ନିର୍ମାଣ କାର୍ଯ୍ୟ

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ରଥ ନିର୍ମାଣର ୩୦ ତମ ଦିନରେ ରଥ ନିର୍ମାଣକାରୀ ସେବକମାନେ ସବୁଦିନ ପରି ରଥଖଳାଠାରେ ପହଞ୍ଚି ରଥ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତିନି ରଥର ୪୨ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ରଥଚାଳିରେ ମହାରଣା ସେବକ ମାନେ ଗରାଗରାର ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି । ରଥ ଅମିନ ଲକ୍ଷ୍‌ମଣ ମହାପାତ୍ର […]

ତାମିଲନାଡ଼ୁରେ କ୍ୟାବିନେଟ୍‌ ସମ୍ପ୍ରସାରଣ: ୨ କଂଗ୍ରେସ ଓ ୨୧ ଟିଭିକେ ବିଧାୟକ ମନ୍ତ୍ରିପଦର ନେଲେ ଶପଥ

ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୫୯ ବର୍ଷ ପରେ କ୍ୟାବିନେଟକୁ ଫେରିଛି କଂଗ୍ରେସ । ୩୩ ଜଣ ମନ୍ତ୍ରୀଙ୍କୁ ନେଇ ନୂଆ କ୍ୟାବିନେଟ୍ ଗଠନ କରିଛନ୍ତି ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ । ଟିଭିକେର ୨୧, କଂଗ୍ରେସର ୨ ଜଣଙ୍କୁ ବିଜୟ କ୍ୟାବିନେଟରେ ସ୍ଥାନ ମିଳିଛି । କ୍ୟାବିନେଟରେ ଅନ୍ୟାନ୍ୟ ସହଯୋଗୀ ଦଳକୁ ୧୦ଟି ଆସନ ମିଳିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉପସ୍ଥିତିରେ […]

ଇବୋଲା ଭୟ, ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର

ଆଫ୍ରିକାରେ ଇବୋଲା ଭାଇରସ ପ୍ରକୋପ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବେ ସତର୍କତା ବୃଦ୍ଧି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ ଏବଂ ଉଗାଣ୍ଡାରେ ଇବୋଲା ପ୍ରକୋପକୁ ଏମରଜେନ୍ସି ଅଫ ଇଣ୍ଟରନ୍ୟାସନାଲ କନସର୍ନ ଘୋଷଣା କରିବା ପରେ ମୋଦି ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ, ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା ପରିବହନ କରୁଥିବା […]

ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ !

ପଶ୍ଚିମବଙ୍ଗର ନବନିର୍ବାଚିତ ବିଜେପି ସରକାର ରାଜ୍ୟରେ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ଦୈନିକ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି ।ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଏହାର ତଦାରଖ କରୁଛି । ଚଳିତ ବର୍ଷ ଫେବୃଆରୀ ମାସରେ କେନ୍ଦ୍ର ସରକାର ‘ବନ୍ଦେ ମାତରମ୍’ କୁ ଜାତୀୟ ସଙ୍ଗୀତ ସହ ସମାନ […]