ରାଜ୍ୟସ୍ତରୀୟ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟା; ‘ବିଶ୍ୱାସର ଆତ୍ମଲିପି’ରେ ଭାବପ୍ରବଣ ହେଲେ ଦର୍ଶକ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟସ୍ତରୀୟ ନାଟ୍ୟମେଳାର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସ୍ବସ୍ତି ଝଙ୍କାର, ରାଉରକେଲା ପ୍ରଯୋଜିତ ନାଟକ ‘ବିଶ୍ୱାସର ଆତ୍ମଲିପି’ । ଅବିଶ୍ୱାସ,ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍‌ଣ-କ୍ଷତାକ୍ତ । ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ମଧ୍ୟରେ କିପରି ସନ୍ଦେହ ଦୁଇଟି ଆତ୍ମାକୁ କ୍ଷତ ବିକ୍ଷତ କରେ ତାହାର ଏକ ସୁନ୍ଦର ପ୍ରତିଫଳନକୁ ନିଖୁଣ ଅଭିନୟ ମାଧ୍ୟମରେ ପରିପ୍ରକାଶ କରିଥିଲେ କଳାକାର ମାନେ।ସନ୍ଦେହ’ ପୁରୁଷର ସହଜାତ ପ୍ରବୃତ୍ତି ଏବଂ ସମର୍ପଣରେ ନାରୀ ହୁଏ ମହନୀୟାମହୀୟସୀ । […]

ପୁଣି ହାତକୁ ଦୁଇ ହାତ ହେବେ ଅନୁଭବ

ବାନ୍ଧବୀ ଜାଗୃତିଙ୍କ ସହ ଦିତୀୟ ଇନିଂସ ଆରମ୍ଭ କରିବେ ସୁପରଷ୍ଟାର ! ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଅନୁଭବ ମହାନ୍ତି । ‘ଆଇ ଲଭ ୟୁ’ ଷ୍ଟାର ଅନୁଭବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚାର କାରଣ ସାଜିଛନ୍ତି ତାଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା । ଆଜି ଭୁବନେଶ୍ବରର ଏକ ତାରକା ହୋଟେଲରେ ଉଭୟଙ୍କ ନିର୍ବନ୍ଧ ହେବ ବୋଲି ମଧ୍ୟ କୁହାଯାଉଛି । ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ […]

ରାଜଭବନ ରାସ୍ତାରେ ମୋହନଙ୍କ ବାସଭବନ

ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୦ ବ୍ରାହ୍ମଣଙ୍କ ଦ୍ବାରା ପୂଜା ପାଠ, ହୋମ ଯଜ୍ଞ ପରେ ପ୍ରଥମେ ଘରେ ପ୍ରବେଶ କରିଥିଲେ ଗୋମାତା ନନ୍ଦା, ନନ୍ଦିନୀ । ଏହାପରେ ମୋହନ ମାଝୀ ନିଜ ଘରେ ପ୍ରବେଶ କରିଛନ୍ତି । ପୂର୍ବରୁ ଗାନ୍ଧୀ ମାର୍ଗ କ୍ବାର୍ଟରରେ ରହୁଥିଲେ […]

ସୁଭଦ୍ରା ପାଇଁ ପୁରସ୍କାର ପାଇବେ ଅଙ୍ଗନବାଡି କର୍ମୀ ଓ ଦିଦି

Anganwadi କର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇଥିବାରୁ ମିଳିବ ବଡ଼ ପୁରସ୍କାର ରାଶି। ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏଥିସହ ଆଜି ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ପାର କରିଛି । ସୁଭଦ୍ରା ସଫଳତାକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଟଙ୍କା ଏବଂ ସହାୟିକା ମାନଙ୍କୁ ୫ଶହ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି […]

୧୯ରୁ ମାଟ୍ରିକ ଖାତାଦେଖା, ମେ’ରେ ରେଜଲ୍ଟ

ପରୀକ୍ଷା କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଶେଷ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ଆଜି ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀଙ୍କ ମୁଣ୍ଡରେ ବଡ ଚିନ୍ତା, କେବେ ବାହାରିବ ଫଳାଫଳ । ତେବେ ଏନେଇ ପରୀକ୍ଷା ସରୁ ସରୁ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।ଆସନ୍ତା ମେ’ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଚଳିତବର୍ଷ ଓ୍ବାଟର ମାର୍କ ଓ କ୍ୟୁାଆର୍‌ […]

କମିଯିବ ପେଟ୍ରୋଲ ଦର!

ଭାରତରେ ଖୁବ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇପାରେ। ଏହାର ଏକ କାରଣ ହେଉଛି ଉପସାଗରୀୟ ଦେଶ ଏବଂ ଆମେରିକାରୁ ଭଲ ଖବର ଆସିଛି। ଉପସାଗରୀୟ ଦେଶଗୁଡ଼ିକରେ ଅଶୋଧିତ ତୈଳର ମୂଲ୍ୟ ଲଗାତାର ତୃତୀୟ ଦିନ ପାଇଁ ବ୍ୟାରେଲ ପିଛା $70 ରହିଛି। ଅନ୍ୟପକ୍ଷରେ, ଆମେରିକୀୟ ଅଶୋଧିତ ତୈଳ ମୂଲ୍ୟ ଦୁଇ ଦିନ ପାଇଁ ବ୍ୟାରେଲ ପିଛା $66 ରେ କାରବାର ହେଉଥିବା ଦେଖାଯାଉଛି।ଆମେରିକାର ଶୁଳ୍କ ଏବଂ ଟ୍ରମ୍ପଙ୍କ ଡ୍ରିଲ କାର୍ଯ୍ୟକ୍ରମ ପରେ, ବଜାରରେ […]

ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ ।

ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଜି ସେ ଏମ୍‌ଭି-୧୦୧ ଗାଁରୁ ସ୍କୁଟିରେ ପାଣ୍ଟ୍ରିପାଣି ପରୀକ୍ଷା କେନ୍ଦ୍ରକୁ ଆସୁଥିବାବେଳେ ରାସ୍ତାରେ ଜୀବନ ହିଁ ଶେଷ ହୋଇଯାଇଛି।ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଛାତ୍ରଙ୍କ ନାଁ ବିକ୍ରମ ସରଦାର ଓ ଗୁରୁତର ଛାତ୍ର ହେଲେ ତାପସ ସରଦାର । ସେପଟେ ଆଜି ମାଟ୍ରିକର ଶେଷ ପରୀକ୍ଷା ଥିଲା । ସୂଚନାନୁଯାୟୀ, ପଦ୍ମଗିରି ବିଦ୍ୟାଳୟ […]

ଡେପୁଟି ଟ୍ରାନ୍ସପୋର୍ଟ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ ।

ଭିଜିଲାନ୍ସ ପଞ୍ଝାରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର। ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ସିବିଆଇ ଚଢାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରାଯାଇଛି । କଟକ ଅଫିସ ସହ ଭୁବନେଶ୍ବର,ନୟାଗଡ,ଖୋର୍ଦ୍ଧା, ପୁରୀ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରିଛି । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରାଯାଇଛି। ୨ଜଣ ଆଡସିନାଲ ଏସପି, ୧୩ ଜଣ ଡିଏସପି, ୧୨ ଇନ୍ସପେକ୍ଟର, […]

ଆଜି ସୁଭଦ୍ରା ପ୍ରଥମ କିସ୍ତି ୫ମ ପର୍ଯ୍ୟାୟ ଟଙ୍କା

ସୁଭଦ୍ରା’ ଯୋଜନାରେ ଗୁରୁବାର ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପ୍ରାୟ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ଡିବିଟିରେ ଏହି ଟଙ୍କା ପ୍ରଦାନ କରାଯିବ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ପଠାଯିବା । ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରୁ ଯେପରି […]

ମାର୍ଚ୍ଚ ୩୦ରୁ ଭୁବନେଶ୍ୱରରୁ ଗାଜିଆବାଦ ଏବଂ ପୋର୍ଟ ବ୍ଲେୟାରକୁ ଉଡ଼ିବ ବିମାନ

ମାର୍ଚ୍ଚ ୩୦ ରୁ ଓଡିଶାର ରାଜଧାନୀ ସହର ଆଉ ଦୁଇଟି ପ୍ରମୁଖ ଗନ୍ତବ୍ୟସ୍ଥଳ – ଉତ୍ତର ପ୍ରଦେଶର ଗାଜିଆବାଦ ଏବଂ ଆଣ୍ଡାମାନ ଏବଂ ନିକୋବରର ପୋର୍ଟ ବ୍ଲେୟାର ସହିତ ବିମାନ ଯୋଗେ ସଂଯୋଗ ହେବ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ଦ୍ୱାରା ଏହା ପ୍ରକାଶ କରାଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହି ଦୁଇଟି ନୂତନ ବିମାନ ରୁଟରେ ଦୈନିକ ବିମାନ ସେବା ଆରମ୍ଭ କରିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି […]

ବୁଡାଗୁଡ଼ା ଆର୍ ଏମ୍ ସି ମଣ୍ଡି ଠାରେ ଚାଷୀ ଅସନ୍ତୋଷ ଘଟଣା,ତଦନ୍ତ ପାଈଁ ଆସିଲେ ଉପରିସ୍ଥ ଅଧିକାରୀ ଅଭିଯୋଗ କରିଥିବା ଚାଷୀଙ୍କ ଏକାଉଣ୍ଟ୍ କୁ ଆସିଲା ଟଙ୍କା

ରାୟଗଡ଼ା/ କଲ୍ୟାଣସିଂହପୁର(୦୫/୦୩ ):- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡ଼ାଗୁଡା ଆର୍ ଏମ୍ ସି ଠାରେ ସୋମବାର ବାର ଦିନ ଚାଷୀଙ୍କ ଏକାଉଣ୍ଟ୍ କୁ ଟଙ୍କା ନ ଆସିଥିବା ନେଇ ହଟ୍ଟଗୋଳ ହେବା ଦେଖିବାକୁ ମିଳିଥିଲା ଏହା ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପରେ ବୁଧବାର ଦିନ ଉପରିସ୍ଥ ଅଧିକାରୀ ଏହାକୁ ଗୁରୁତ୍ଵ ସହ ନେଇ ଏହାର ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିଥିଲେ ଏବଂ ମଙ୍ଗଳ ବାର ହିଁ ଉକ୍ତ ଚାଷୀଙ୍କ ଏକାଉଣ୍ଟ୍ କୁ […]

ସ୍କୁଲରେ ମଧ୍ୟାହ୍ନ ଭୋଜନ ନମିଳିବାରୁ ଧାରଣା ଦେଲେ ଛାତ୍ରଛାତ୍ରୀ

ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷାଧିକାରୀ ଭାବେ ଗୋଟିଏ ପଦବୀରେ ଦୁଇ ଦୁଇଜଣ ଅଧିକାରୀ ଥିବା ସତ୍ତ୍ୱେ ଛାତ୍ରୀଛାତ୍ର ରାଜରାସ୍ତାରେ ଖରାରେ ବସି ଶିଝିବା ଏକ ଲଜ୍ଜାଜନକ ଘଟଣା ପାଲଟିଛି। ଆବଶ୍ୟକ ପରିମାଣରେ ଶ୍ରେଣୀ ଶିକ୍ଷକ ନାହାନ୍ତି । ଯାହା ଫଳରେ ପିଲାଙ୍କ ପାଠପଢା ବ୍ୟାହତ ହେଉଛି । ସୂଚନାନୁସାରେ ଏହି ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଅବସର ନେବେ ତେଣୁ ସେ […]