ଖୋଲିଲା ସୁଭଦ୍ରା ପୋର୍ଟାଲ୍। www.subhadra.odisha.gov.in ୱେବ ପୋର୍ଟାଲରୁ ମିଳିବ ସୁଭଦ୍ରା ଯୋଜନାର ସବୁ ତଥ୍ୟ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏହି ପୋର୍ଟାଲର କରିଛନ୍ତି ଶୁଭାରମ୍ଭ। ଏହି ପୋର୍ଟାଲ୍ ଛଡା ଆଉ କୌଣସି ନକଲି ୱେବସାଇଟ ଦ୍ବାରା ଭ୍ରମିତ ହୁଅନ୍ତୁ ନାହିଁ ।ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି । ଏହା ଦ୍ବାରା ଆପଣମାନେ ସହଜରେ, ସୁବିଧାରେ, ସବୁଠାରେ […]
ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ( ଆର୍ ବି ଆଇ) ଗଭର୍ନର ଶକ୍ତିକାନ୍ତ ଦାସ। ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି। ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସମୟରେ କୌଳିକ ସେବାୟତ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍ପି ପିନାକ ମିଶ୍ର ଉପସ୍ଥିତ ରହିଥିଲେ। ଏଥି ସହିତ ଆର୍ବିଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଉଭୟ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ […]
କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ କୃଷି କ୍ଷେତ୍ର ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ତର୍ଭୁକ୍ତ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତ, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କ୍ୟାବିନେଟ ସୋମବାର ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛି।
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ମଡେଲ ଡିଗ୍ରୀ କଲେଜ ବିଜ୍ଞାନ ସମିତି ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନ ତୃତୀୟ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ନେଇ ଉକ୍ତ ଆଲୋଚନା ଚକ୍ରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ର ସୁନାମଧନ୍ୟ ରସାୟନ ବିଜ୍ଞାନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରମୋଦ କୁମାର ଶତପଥୀ ଯୋଗଦେଇ ବିଶେଷ ଭାବେ କିପରି ଆଜିର ଅସ୍ଥିର ପ୍ରକୃତି କୁ ବିଜ୍ଞାନ ସହାୟତାରେ ସ୍ଥିରତା ଅଣାଯାଇପାରିବ ସେ ସଂକ୍ରାନ୍ତରେ ଆଲୋକପାତ […]
ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ । ୧୭ ସୁଦ୍ଧା ଚୟନ ଯୋଗ୍ୟ ହତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।ଏନେଇ ସୋମବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ […]
ବିଧାନସଭା ଆରମ୍ଭରେ ସେମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଛି। ପରେ ଶୂନ୍ୟ କାଳରେ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉତ୍ତର ରଖିଛନ୍ତି। ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଞ୍ଚଳରେ ଘଟିଛି ଶହେ ହତ୍ୟା। ସେହି ହତ୍ୟା ଘଟଣାରେ ମୋଟ୍ ୩୨୮ ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରା ଯାଇଛି ଏବଂ କୋର୍ଟ ହାଜତକୁ ପଠାଯାଇଛି । ୧୦୦ ମାମଲାରୁ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି।୨୨ଟି ମାମଲାରେ ଦୋଷମୁକ୍ତ, […]
ରାୟଗଡ : ତା ୦୨/୦୯/୨୦୨୪ ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ,ଶ୍ରୀ ହରିଶl ବି.ସି, ଖଣ୍ଡିୟ ବନ ଅଧିକାରୀ ସଚିନ ଆନ୍ନା ସାହେବ ଓହୋଲ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ଶ୍ରୀ ନିହାର […]
ସୋମବାର ଅନୁଷ୍ଠିତ ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟରେ ଆତ୍ମହତ୍ୟା ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶେଷ କରି ଯୁବ ସମାଜରେ ଏଭଳି ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ରାଜ୍ୟରେ୩ ବର୍ଷରେ ଦାୟର ହୋଇଛି ୧୭ ହଜାର ୭ ଶହ ୭୮ ଆତ୍ମହତ୍ୟା ମାମଲା । ୩ ବର୍ଷରେ ୨୧୮ ଛାତ୍ର କରିଛନ୍ତି ଆତ୍ମହତ୍ୟା । ସେହିପରି ୩ ବର୍ଷ ରେ […]
ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି ନେଉଥିଲେ। ଖଣ୍ଡଗିରି ପୋଲିସ ଏଭଳି ଜଣେ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି । ତାର ନାଁ ସୁବାସ ଚନ୍ଦ୍ର କହଁର । ଘର ଭଦ୍ରକ । ସେ ନିଜକୁ ଇନ୍ସପେକ୍ଟର, ମନୋଜ କୁମାର ମିଶ୍ରର ପରିଚୟ ଦେଉଥିଲା। ଇନଷ୍ପେକ୍ଟର ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କୁ ବିବାହ କରିଥିଲେ | ବିବାହ […]
ପୁଣି ଗଲା ହାତୀ ଜୀବନ। ଚନ୍ଦକା ଚନ୍ଦକା ଗୋଡିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ବଲାଙ୍ଗୀର ଦେଓଗାଁରୁ ଆସିଥିବା ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି। ଚନ୍ଦକା ଡମପଡା ଅଭୟାରଣ୍ୟର ଗୋହିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର ଚିକିତ୍ସା ଚାଲିଥିଲା। ସପ୍ତାହେ ହେବ ନନ୍ଦନକାନନ ଓ ଓୟୁଏଟି ଟିମ୍ ତାର ଚିକିତ୍ସାରେ ଲାଗିଥିଲେ।ଶିମିଳିପାଳରେ ହାତୀ ଛୁଆର ମୃତ ଦେହ ଉଦ୍ଧାର। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜେନାବିଲ୍ ରେଞ୍ଜ ଅନ୍ତର୍ଗତ […]
ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ବାର୍ଡ଼ଫ୍ଲୁ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଏଥିରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା ମରିଥିବାବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି। ତେବେ ନିମାପଡ଼ା ଓ ଡେଲାଙ୍ଗରେ ଚାଲିଛି କୁକୁଡାମରା ଅଭିଯାନ। ଆଜି ମଧ୍ୟ ଏହି ଦୁଇ ଅଞ୍ଚଳର ଫାର୍ମରୁ କୁକୁଡା ମରାଯିବ। ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ କୁକୁଡା ମରାଯାଇ ସାରିଲାଣି। ଡେଲାଙ୍ଗରୁ ୧୦ ହଜାରରୁ ଊଦ୍ଧ୍ୱର୍ ଏବଂ ନିମାପଡାରୁ […]
ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି ଗୋଟେ ୧୬.୫ ଫିଟ ଉଚ୍ଚ ବାକ୍ସର ବ୍ୟବସ୍ଥା କରାଯାଇଥିଲା । ଯାହାକୁ ଦୀର୍ଘ ୨୫ ଘଣ୍ଟା ଯାତ୍ରା କରି ୨୫ କିମି ବେଗରେ ଆସି ନନ୍ଦନକାନନ ଜିୟୋଲୋଜିକାଲ ପାର୍କରେ ପହଁଚିଲେ । ବର୍ତ୍ତମାନ ଦୁଇ ଜିରାଫକୁ କ୍ୟେରେନଟାଇନରେ ରଖାଯାଇଛି । ସ୍ୱତନ୍ତ୍ର ଟିମ ତାର ଖାଦ୍ୟ, ରହଣି, ସ୍ୱାସ୍ଥ୍ୟ […]
