ଉପ ଜିଲ୍ଲାପାଳଙ୍କ ମେଗା ଜଳଯୋଗାଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ

ରାୟଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କାଶୀପୁର ବ୍ଲକ ରାଉଳିଘାଟିଠାରେ ନିର୍ମାଣାଧୀନ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉପ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ରବିବାର ପରିଦର୍ଶନ କରିଛନ୍ତି l ଅଯଥା କାଳକ୍ଷେପଣ ନକରି ଏହି କାର୍ଯ୍ୟକୁ ଯଥାଶୀଘ୍ର ସାରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ କଡା ନିର୍ଦେଶ ଦିଆଯାଇଛିl ସେହିପରି ଡଙ୍ଗାସିଲ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀନିବାସର ପାଚେରୀ ନିର୍ମାଣ ସପ୍ତାହେ ମଧ୍ୟରେ ସାରିବାକୁ ଆଇଟିଡିଏର ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି l ଉକ୍ତ ବିଦ୍ୟାଳୟ […]

ବଂଶୀଧର ଫାଉଣ୍ଡେସନ ଦ୍ବାରା ଇକିରି ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ

ନୟାଗଡ଼,(ଓଡିଶା ଦର୍ପଣ):  ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ , ଇଟାମାଟି ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ନୟାଗଡ଼  ବ୍ଲକ୍ ଅନ୍ତର୍ଗତ ଈକିରି ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି  । ଉକ୍ତ ପଞ୍ଚାୟତରେ ପ୍ରତି ଘରକୁ ଘର ଯାଇ ଆମ୍ବ,ପଣସ, ଅଁଳା, ଡାଳିମ୍ବ, ଅଶୋକ, ଜାମୁ, ବାଉଁଶ, ବେଲ […]

ବିପଦପୂର୍ଣ୍ଣ ଅବସ୍ଥାରେ ରେଙ୍ଗାଲଜୁରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ: ୫୩ ବର୍ଷ ର ପୁରୁଣା ଆଜବେଷ୍ଟସ ସ୍କୁଲ ଘରେ ଚାଲିଛି ପାଠପଢ଼ା ।

ପାଟଣାଗଡ଼ ( ଜଗଦିଶ ଭୋଇ) ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କ ପାଇଁ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା କରାଯାଉଛି। ବଲାଙ୍ଗୀର ଜିଲ୍ଲାର ଅନେକ ସ୍କୁଲ ଆଜି ମଧ୍ୟ ଭଙ୍ଗା ଛାତ ତଳେ ଚାଲିଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ରେ ନିର୍ମିତ ପୁରୁଣା ଛପର ଗୋଟାଏ ଶ୍ରେଣୀ ଗୃହ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ […]

ସହଯୋଗ ଫାଉଣ୍ଡେସନ୍ ର ନୂତନ ପ୍ରକଳ୍ପ: “ଆପଣଙ୍କୁ ଯାହା ଦରକାର ନିଅନ୍ତୁ, ଆପଣଙ୍କ ପାଖରେ ଯାହା ଅଧିକ ରଖିଛନ୍ତି ଦାନ କରନ୍ତୁ

ବଲାଙ୍ଗୀର- (ଜଗଦୀଶ ଭୋଇ) ବଲାଙ୍ଗୀର ର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ଆଜି ଗୋଟିଏ ବିଶେଷ ପ୍ରକଳ୍ପ ଆରମ୍ଭ କରିଛି । ଏହି ପ୍ରକଳ୍ପ ଅଧିନରେ, ଚପଲ, ଜାମା, ସ୍କୁଲ୍ ବ୍ୟାଗ୍, ପୁସ୍ତକ, ଛତା ଓ ଶିଶୁମାନଙ୍କ ଖେଳନା ବାଣ୍ଟାଯାଇଛି । ଏହି ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ସାହାଯ୍ୟ କରିବା ଯେଉଁମାନେ ଏହି ସାମଗ୍ରୀ ଦରକାର କରୁଛନ୍ତି ଏବଂ ଯେଉଁମାନେ ଅଧିକ ରଖିଛନ୍ତି ସେମାନେ ଏହାକୁ ସହଯୋଗ ଫାଉଣ୍ଡେସନ୍ କାର୍ଯ୍ୟାଳୟକୁ ଦାନ କରିପାରିବେ […]

ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକସଂଘ ପୁନଃଗଠିତ;ଉମେଶ ସଭାପତି,ପରମାନନ୍ଦ ସମ୍ପାଦକ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକସଂଘର ସାମ୍ବିଧାନିକ ବୈଠକ ଏବଂକର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉମେଶ ଚନ୍ଦ୍ର ସ୍ୱାଇଁ ସଭାପତି ଏବଂ ପରମାନନ୍ଦ ସ୍ୱାଇଁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସମ୍ପାଦକ ଭାବେ ବସନ୍ତ କୁମାର ପରିଡ଼ା, ଉପସଭାପତି ସନ୍ତୋଷ କୁମାରପଣ୍ଡା, ସହ ସମ୍ପାଦକ କାର୍ତ୍ତିକ ଜେନା ଏବଂ କୋଷାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ଦାସ ପ୍ରମୁଖ ମନୋନୀତ […]

ସୋଲାର ଚାଳିତ ନଳକୂପ ଭିତରେ ସାପ ପଶି ମୃତ, ନଳକୂପ ପାଣି ବିଷାକ୍ତ , ଗାଁ ଲୋକେ ଭୟଭୀତ

ପାଟଣାଗଡ଼: ସୋଲାର ଚାଳିତ ନଳକୂପ ଭିତରକୁ ଏକ ବିଷାକ୍ତ ସାପ ପଶି ମରିଯାଇଥିବାରୁ ନୂଳକୂପ ରୁ ବାହାରୁଛି ଦୂର୍ଗନ୍ଧ ବିଷାକ୍ତ ପାଣି। ଫଳରେ ପାଣି ପିଇବେ କି ନାଇଁ ଭୟରେ ରହିଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେଙ୍ଗାଲଜୁରୀ ଗାଁ ରୁ । ଗାଁ ର କେତେ ଜଣ ମହିଳା ନୂଳକୁପ କୁ ପାଣି ଆଣିବାକୁ ଯାଇଥିବା ବେଳେ ଏକ ସାପ ନଳକୂପ ଉପରେ ବୁଲୁଥିବା […]

ଆଜିର ରାଶିଫଳ(୪ ଅଗଷ୍ଟ,୨୦୨୪)

*ମେଷ* *ଆଜି  ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ  କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।* *ବୃଷ* *ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। […]

କାର ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ ଓ ଯାତ୍ରୀ

ନୂଆଗାଁ _ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ସୋରଡ଼ା ନିକଟରେ ବିଳମ୍ବିତ ରାତିରେ ଏକ ସ୍ଵିଫ୍ଟ ଡିଜାର ଗାଡି ନଂ ( ଓଡ଼ି- ୧୫ – ଏସ- ୦୮୭୪)ଭୁବନେଶ୍ୱରରୁ ବୀର ମହାରାଜ ପୁର ଅଭିମୁଖେ ଯାଉଥିବା ବେଳେ ଗାଡି ଚାଳକ ଭାରସାମ୍ୟ ହରାଇ ସୋରଡ଼ା ନିକଟରେ ଏକ ଗଛରେ ପିଟି ଦେଇଥିଲା। ଗାଡ଼ିରେ ବେଲୁନ ବାହାରିବା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଗାଡି ଚାଳକ ଓ ଯାତ୍ରୀ । ଘଟଣା ସ୍ଥଳରେ ନୂଆଗାଁ […]

ମମତାଙ୍କ ଇସ୍ତଫା ପରେ ବିଜେଡିର ଚେତା ପଶିଲା

ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତଙ୍କ ଅତର୍କିତ ଇସ୍ତଫା ପରେ ବିଜେଡିରେ ଛନ୍‌କା ପଶିଯାଇଛି। ଏପରି ଢଙ୍ଗରେ ବିଜେଡି ଉପରେ ହମ୍‌ଲା ହେବ ବୋଲି କେହି ସାମାନ୍ୟ ସୁରାକ୍‌ ବି ପାଇ ନଥିଲେ। ଏବେ ଦଳକୁ ଏକଜୁଟ୍‌ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ନେତାମାନଙ୍କୁ ଡକାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାର ବୈଠକକୁ ଦଳୀୟ ମହଲରେ ଅଧିକ ଗୁରୁତ୍ବ ଦିଆଯାଉଛି। କାରଣ ଏହି ଜିଲ୍ଲାର ନେତ୍ରୀ ମମତା ମହାନ୍ତ ଇସ୍ତଫା […]

୩୦ ଜିଲ୍ଲା ବୁଲି ସାଧାରଣ ଲୋକଙ୍କ ସହ ବରିଷ୍ଠ ମନ୍ତ୍ରୀ କରିବେ ଆଲୋଚନା

ବିଜେପି ସରକାର କ୍ଷମତାକୁ ଆସିବାକୁ ଏହା ଭିତରେ ଦେଢ଼ ମାସ ବିତିଗଲାଣି । ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ନୂଆ ସରକାର ପୂରଣ ବି କଲେଣି । ଆଉ କିଛି ପ୍ରତିଶ୍ରୁତି ପୂରଣ ପାଇଁ ବଜେଟରେ ବ୍ୟୟ ବରାଦ ମଧ୍ୟ କରିଛନ୍ତି ।ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିବେ । ବଜେଟ୍‌ର ବିଭିନ୍ନ ଦିଗ ବାବଦରେ ସାଧାରଣ ଲୋକଙ୍କ ସହ ଚର୍ଚ୍ଚା ଓ ଆଲୋଚନା କରିବେ । ଏହାକୁ ନେଇ ଯୋଜନା ହୋଇଛି । ସରକାରଙ୍କ ବିଭିନ୍ନ […]

କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ

କଟକ କାଠଯୋଡ଼ିରେ କୁମ୍ଭୀର ଦେଖିବାକୁ ଭିଡ଼। ହଠାତ୍ ନଦୀ ପଠାରେ କୁମ୍ଭୀରକୁ ଦେଖି ଅଟକି ଯାଇଥିଲେ ଲୋକେ। ଶନିବାର ଦିନ ପାଖାପାଖି ୨ଟା ସମୟରୁ କୁମ୍ଭୀରଟି ସେହି ଅଞ୍ଚଳରେ ବୁଲୁଥିବା ବେଳେ ବାଲି ପଠାରେ ଶୋଇଥିବା ଦେଖିବାକୁ ମିଳିଥିଲା । କୁମ୍ଭୀରଟି କେଉଁଠାରୁ ଆସିଛି ତାହା ଜଣାପଡି ନଥିବା ବେଳେ କୁମ୍ଭୀରଟିକୁ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଜମିଛି । ସେହିଭଳି ସେତୁ ଉପରେ ପୋଲିସ ଓ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚିଥିବା ଦେଖିବାକୁ […]

ବୁଲା କୁକୁରଙ୍କୁ ଟୀକା, ଓଡିଶା ହେବ ଜଳାନ୍ତକ ମୁକ୍ତ

ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କିଏ ନା କିଏ ବୁଲା କୁକୁରଙ୍କ କାମୁଡାର ଶିକାର ହେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ ଶୀଘ୍ର ‘ବୁଲା କୁକୁର ବନ୍ଧ୍ୟାକରଣ’ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।ଦିନକୁ ଦିନ ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଯେଉଁଥିପାଇଁ ଜଳାନ୍ତକ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି […]