ପୁଣି ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି । ଆଜି ତାଙ୍କର ନିଲମ୍ବନ ଅବଧି ଶେଷ ହେଉଥିବାବେଳେ ଏହାକୁ ଆହୁରି ୬୦ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗତକାଲି ତାଙ୍କର ୧୨୦ ଦିନିଆ ନିଲମ୍ବନ ଅବଧି ଶେଷ ହେଉଥିଲା । ଏହାପୂର୍ବରୁ ଗତ ୨୨ ତାରିଖରେ ଏକ ସ୍ବତନ୍ତ୍ର ରିଭ୍ୟୁ କମିଟି ଏହି ନିଲମ୍ବନକୁ ନେଇ ସମୀକ୍ଷା କରିଥିଲେ। ପୂର୍ବରୁ ମଧ୍ୟ ୨ଥର ତାଙ୍କ ନିଲମ୍ବନ ଅବଧି ବୃଦ୍ଧି କରାଯାଇଥିଲା । […]
ସକାଳୁ ସକାଳୁ ଟ୍ଵିନସିଟିରେ ଘନ କୁହୁଡ଼ି । ଭୁବନେଶ୍ବର, ପୁରୀ, କଟକର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଦେଖାଯାଉନି ରାସ୍ତାଘାଟ । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ତେବେ ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ସୋଆ ଜଳବାୟୁ […]
ରାୟଗଡ:-ତା.୨୪/୦୧/୨୦୨୫ ରିଖ, ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ତଥା ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ତିନି ଗୋଟି ବିଭାଗର ବିଭିନ୍ନ ସରକାରୀ ଯୋଜନାର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ l ପ୍ରାଣୀ ସମ୍ପଦ ବିକାଶ ବିଭାଗର – ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଗୋପାଳନ, ଘାସ ଚାଷ ତଥା ପ୍ରାଣୀ ସମୃଦ୍ଧି ଯୋଜନା ମାଧ୍ୟମରେ […]
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି । ଗତ ଜାନ୍ରୁଆରୀ ୧୭ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ୍ ତାରକା ସୋନୁ […]
ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି। ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେଶାଲ ୧ କେଜି ପ୍ୟାକ୍ କ୍ଷୀରରେ ଏହି ଦର ହ୍ରାସ ଲାଗୁ କରାଯାଇଛି।ଏହି ନିଷ୍ପତ୍ତି ଉତ୍ପାଦନ ବ୍ୟୟ ହ୍ରାସ ଓ ବଜାରରେ ଦୁଗ୍ଧର ଚାହିଦାକୁ ଦୃଷ୍ଟିରେ ରଖି ନିଆଯାଇଛି। ନୂଆ ମୂଲ୍ୟ ଅନୁସାରେ ଏବେ ୧ ଲିଟର ଅମୂଲ ଗୋଲ୍ଡ ପ୍ୟାକେଟ୍ ୬୬ ଟଙ୍କାରେ […]
ରାୟଗଡ଼ ୨୪ ଜାନୁଆରୀ ୨୦୨୫: ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରାଯାଇଛି I ଅଙ୍ଗନବାଡି କେନ୍ଦ୍ର ସ୍ତରରେ, ଗ୍ରାମ ସ୍ତରରେ, ବିଦ୍ୟାଳୟ ସ୍ତରରେ, ଗ୍ରାମ ସଭା ଆୟୋଜନ ମାଧ୍ୟମରେ ଓ ଜିଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରିବା ନିମନ୍ତେ ସ୍ଥିର କରାଯାଇଛି I କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆଜି ୫ଟି କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା କରାଯାଇଥିଲା I […]
ତଟ ସୁରକ୍ଷା ଉପରେ ଗୁରୁତ୍ୱଦେବ ଓଡ଼ିଶା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ତଟ ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବୋର୍ଡ ।ବୋର୍ଡରେ ଓଡ଼ିଶା ପୋଲିସ ଓ କୋଷ୍ଟଗାର୍ଡର ସ୍ୱତନ୍ତ୍ର ଅଧିକାରୀ ରହିବେ । ଏଥିସହ ଅବସରପ୍ରାପ୍ତ କୋଷ୍ଟଗାର୍ଡ଼ ଓ ନୌସେନା ଅଧିକାରୀଙ୍କୁ ଦିଆଯିବ ନିଯୁକ୍ତି ।ସେମାନେ ଅବସର ପରେ ମେରାଇନ୍ ପୋଲିସରେ ନିଯୁକ୍ତି ପାଇବେ ।ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ […]
ନବରଙ୍ଗପୁର ଜିଲା ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ଗତକାଲି ୯ ଜଣ ଛାତ୍ର ଛାତ୍ରୀ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ପରେ ଆଜି ପୁଣି ସମସ୍ତଙ୍କର ଝାଡା ବାନ୍ତି ହେଉଥିବା ଖବର ପାଇ ଏକ ଡାକ୍ତରୀ ଟିମ ବିଦ୍ୟାଳୟ ପହଂଚିବା ବେଳେ ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏଭଳି […]
ଓଡ଼ିଶାରେ ବ୍ୟାପିଲାଣି ପାରଭୋ ଭାଇରସ୍ । କରୋନା, ବ୍ଲାଡ ଫ୍ଲୁ ଭଳି ଏହା ଚିନ୍ତା ବଢ଼ାଇଛି ।ଏହି ରୋଗ ଏବେ ଗୃହପାଳିତ ପ୍ରାଣୀଙ୍କୁ ବିପଦରେ ପକାଇଛି । ଫଳରେ ଗୃହକର୍ତ୍ତାମାନେ ନିଜ ନିଜର ପୋଷା ଜୀବଜନ୍ତୁଙ୍କୁ ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଧାଡ଼ି ଲଗାଇଛନ୍ତି । ଏହିଭଳି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି |ଏହି ରୋଗ ହେଲେ ପଶୁପକ୍ଷୀଙ୍କୁ ଜ୍ୱର, ଥଣ୍ଡା, ବାନ୍ତି, ଝାଡ଼ା ଏବଂ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ । କୁକୁର, ବିଲେଇ […]
ବରଗଡ଼ ଜିଲ୍ଲା ଅତାବିରା ଥାନା ଅଂଚଳରେ ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି। ୩୬ ବର୍ଷୀୟ ବାପା ନିଜ ଜନ୍ମ କଲା ୧୨ ବର୍ଷିୟା ଝିଅକୁ ଦୁଷ୍କର୍ମ କରିବା ଭଳି ଘଟଣା ଦେଖିବାକୁ ମିଳିଛି।ପୀଡିତାଙ୍କ ମାଆଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଅତାବିରା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ‘ବିବାଦ’ ହେତୁ ଅଭିଯୁକ୍ତଙ୍କ ସ୍ତ୍ରୀ ସମ୍ବଲପୁର ଜିଲାରେ ତାଙ୍କ ବାପାମାଙ୍କ ଘରେ ଅଲଗା ରୁହନ୍ତି। ବେଳେ ବେଳେ ୧୨ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ଓଡ଼ିଶା ବିଜ୍ଞାନ ଏକାଡେମୀ ଓ ମଡେଲ ଡିଗ୍ରୀ କଲେଜ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ସଭାରେ ପୌରୋହିତ୍ୟ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜ୍ଞାନ ଏକାଡେମୀ ସଭାପତି ପ୍ରଫେସର୍ ବିଭୁତି ଭୂଷଣ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ବୌଦ୍ଧିକ ବିକାଶ ନିମନ୍ତେ ନିଜକୁ ନିଜେ ପ୍ରଶ୍ନ କରି ଉତ୍ତର ଖୋଜିବା ପାଇଁ ପ୍ରବର୍ତ୍ତାଇଥିଲେ। ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ […]
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍ ବଜେଟ୍ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତିଦେଢ଼ ଲକ୍ଷ ନିଯୁକ୍ତି ନେଇ ସରକାର ପ୍ରତିଶ୍ରୁତି ରଖିଥିଲେ । ଚଳିତ ବର୍ଷ […]
