ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର ।

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ । ଆବାସ ପ୍ଲସ ମୋବାଇଲ୍ ଆପ୍ ଜରିଆରେ ସର୍ଭେ କରାଯିବ । ପିପିଲିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଆରମ୍ଭ କରି ଏପରି କହିଲେ ମନ୍ତ୍ରୀ ରବିନାରାୟଣ ନାୟକ। ମନ୍ତ୍ରୀ କହିଛନ୍ତି, ଯୋଗ୍ୟତାର ମାନ କୋହଳ କରାଯାଇଛି । ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ। ମାସିକ ୧୫ ହଜାରରୁ କମ ଆୟ […]

ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ହଂସିତା-ଅନୀଲ ।

ହଂସିତା-ଅନିଲ ଗିରଫ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇଛି ପୋଲିସ । ଏନେଇ ପୋଲିସ ଖୋଳତାଡ଼ କରିବ । ଝାଡ଼ଖଣ୍ଡରୁ କଲଗାର୍ଲ୍‌ ଆଣି କାହାକୁ ଯୋଗାଇଥିଲେ ହଂସିତା, ତାର ଛାନଭିନ କରିବ କମିଶନରେଟ ପୋଲିସ । ଗତ ଜାନୁଆରୀ ୧୯ ତାରିଖରେ ଇନଫୋସିଟି ଥାନାରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଇନ୍ସପେକ୍ଟର […]

ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା; ବିଦ୍ୟାଳୟ ପାଠରେ ରହିବ ବାଲ୍ୟ ବିବାହ ବିଷୟ

ମହିଳାଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବାଲ୍ୟ ବିବାହ ରୋକିବା ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସହିତ ପିଲାଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବାକୁ ସ୍ଥିର ହୋଇଛି।ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ସେମାନଙ୍କ ପାଠ୍ୟକ୍ରମରେ ବାଲ୍ୟ ବିବାହ ଉପରେ ଏକ ବିଷୟ ଅନ୍ତର୍ଭୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି।ପ୍ରସ୍ତାବିତ ଯୋଜନା ଅନୁସାରେ ଏଣିକି ସବୁ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ […]

ଘରେ ଥିଲେ ଏହି ଜିନିଷ ସରକାର ଦେବେ ଆବାସ!

ଆଜିଠୁ ଆବାସ ସର୍ଭେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ନିମନ୍ତେ ଆଜିଠୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍‌ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡରେ କୋହଳ କରିଛନ୍ତି ସରକାର। ପୂର୍ବରୁ ଥିବା ହିତାଧିକାରୀଙ୍କ ପରିବାରର ମାସିକ ଆୟ ସୀମା ୧୦ ହଜାରରୁ ୧୫ […]

ରାଣୀ ପଣ୍ଡା ଗୁରୁତର : କ୍ୟାମେରା ଆଗରେ କାନ୍ଦିପକାଇଲେ

ପ୍ରଖ୍ୟାତ ଓଡ଼ିଆ ଯାତ୍ରା କଳାକାର ରାଣୀ ପଣ୍ଡା, ଯିଏ ତାଙ୍କ ସାମାଜିକ କାର୍ଯ୍ୟ ଏବଂ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଜଣା, ତାଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ଆଜିକୁ ୫ ଦିନ ହେବ ମେଡିକାଲରେ ଥିଲେ । କାନ ରୋଗ ଜନିତ ସମସ୍ୟା ସହ ଶ୍ବାସ ଓ ମାନସିକ ଚାପ ପୀଡିତ ଥିଲେ ବୋଲି ସୂଚନା । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ରାଣୀଙ୍କ […]

୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ଜୋର୍‌ଦାର ପ୍ରସ୍ତୁତି

ମହାତ୍ମାଗାନ୍ଧି ମାର୍ଗରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆଜି ରାଜ୍ୟସ୍ତରୀୟ ପରେଡ୍‌ ପାଇଁ ଫୁଲ୍ ଡେସ୍ ରିହଲର୍ସଲ କରାଯାଇଛି। ଚଳିତଥର ଝାଡ଼ଖଣ୍ଡ ପୁଲିସର ଏକ ଦଳ ପରେଡ୍‌ରେ ଭାଗ ନେବେ । ଅଭ୍ୟାସରେ ୪୩ଟି କଣ୍ଟିଜେଣ୍ଟ ସାମିଲ୍‌ ହୋଇଥିବା ବେଳେ ସାଧାରଣତନ୍ତ୍ର ଦିବସ ଦିନ ମୋଟ ୪୯ଟି ଦଳ ଭାଗ ନେବେ । ସେଥିରୁ ୨୦ଟି ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ଅଛନ୍ତି । ୧୨୦ ଇନ୍‌ଫାଣ୍ଟ୍ରି ବାଟାଲିୟନ, ସୀମା ସୁରକ୍ଷା […]

ମାତୃଭାଷାରେ ସ୍ନାତକ ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ

ଆଗକୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସ୍ନାତକ ପଢିବେ। ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି।ଉଚ୍ଚଶିକ୍ଷା ବିଭାଗରେ ସ୍ନାତକ(+୩) କ୍ଷେତ୍ରରେ ଏହା ଲାଗୁ ହୋଇ ସାରିଥିବାବେଳେ ଛାତ୍ରଛାତ୍ରୀ ଯେଭଳି ଭାବେ ନିଜ ମାତୃଭାଷାରେ ପାଠ ପଢ଼ିବେ ସେ ଦିଗରେ କାମ ଚାଲିଛି। ପୁସ୍ତକ ଲେଖା ପାଇଁ ରାଜ୍ୟରେ ପ୍ରାୟ ୫୦ ଲେଖକଙ୍କୁ ମନୋନୀତ କରାଯାଇଛି । ଖୁବ୍‌ଶୀଘ୍ର ପୁସ୍ତକ ଲେଖା କାମ ଆରମ୍ଭ ହେବ।ପ୍ରଚଳିତ ପୁସ୍ତକ ଲେଖା ପାଇଁ ୫୦ […]

ଓସ୍କାର ପାଇଁ ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରାଙ୍କ ସିନେମା ‘ଅନୁଜା’ ମନୋନୀତ ।

ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ ‘ଅନୁଜା’ ସାମିଲ ହୋଇଛି। ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ ‘ଅନୁଜା’ ଚଳଚ୍ଚିତ୍ର ବେଷ୍ଟ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଛି। ୮୦ଟି ସିନେମା ମଧ୍ୟରେ ତୀବ୍ର ପ୍ରତିଯୋଗିତା ପରେ ୫ଟି ସିନେମା ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୟନ କରାଯାଇଛି। ଏମାନେ ଏବେ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ । ଏହି ବର୍ଗରେ ଚୟନ ହୋଇଥିବା ଅନ୍ୟ ସିନେମାଗୁଡ଼ିକ ହେଲା ଆଲିଏନ, ଆଇ ଆମ୍‌ ନଟ୍ ଏ ରୋବଟ୍‌, ଦ […]

ଆସନ୍ତା ସୋମବାର ୨୭ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଆସନ୍ତା ସୋମବାର ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜାନୁଆରୀ୨୭ ତାରିଖରେ ୟୁନିଟ୍ -୫ ,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଶୁଣାଣି କାର୍ଯ୍ୟ ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ | ଏହା ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ରାୟଗଡା – ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଏମ ଜଗଦୀଶ୍ଵର ରାଓ , ମୂଖ୍ୟ ବକ୍ତା ଭାବେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ […]

ପୁରୁଷଙ୍କୁ କେମିତି ମିଳିଲା ସୁଭଦ୍ରା ଟଙ୍କା ? -ବିଜେଡି

ସୁଭଦ୍ରା ଯୋଜନାରେ ୧୫୭ ଜଣ ପୁରୁଷ ଆବେଦନକାରୀଙ୍କୁ ଟଙ୍କା ମିଳିବା ନେଇ ବର୍ଷିଛି ବିଜେଡି । ପୁରୁଷଙ୍କୁ କେମିତି ଓ କେଉଁ ପରିସ୍ଥିତିରେ କେବଳ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାରେ ହିତାଧିକାରୀ ଭାବେ ଟଙ୍କା ମିଳିଲା ବୋଲି ପ୍ରଶ୍ନ କରିଛି ବିଜେଡି । ପ୍ରମିଳା କହିଛନ୍ତି, ସୁଭଦ୍ରା ଯୋଜନାରେ ହେଉଁ ପୁରୁଷମାନେ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବଜେପି କର୍ମୀ। ପ୍ରକୃତରେ ୧୫୭ ନହଁନ୍ତି ବରଂ ହଜାରେରୁ ଅଧିକ ପୁଚରୁଷ ଏଥିର୍ପା ଆବେଦନ କରିଛନ୍ତି। ସେମାନଙ୍କ […]

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥଳୀରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ବିଧାନସଭା ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ପାଳିତ ହୋଇଛି । କାଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଅନ୍ୟ ଅତିଥିମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଥିଲେ । ଭାରତମାତା ଆଜିର ଦିନରେ ଦୁଇ ଶ୍ରେଷ୍ଠ ସନ୍ତାନ ଜନ୍ମ ଦେଇଥିଲେ । ଜଣେ ବୀର ସୁରେନ୍ଦ୍ର ସାଏ ଏବଂ ଅନ୍ୟ ଜଣେ ନେତାଜୀ ସୁବାସଚନ୍ଦ୍ର ବୋଷ […]