ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଲେ ବଡ଼ ସୂଚନା। ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନକାର୍ଡଧାରୀ।ପ୍ରତି ଜିଲାରେ ଲକ୍ଷେରୁ ଦେଢ଼ ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଇ-କେୱାଇସି ଜାରି ଥିବା ମନ୍ତ୍ରୀ କହିଥିବା ବେଳେ ଭୂତ ରାସନକାର୍ଡଧାରୀଙ୍କ ଭଳି ଭୂତ ଚାଷୀଙ୍କୁ ଧରାଯିବ ବୋଲି ମଧ୍ୟ କହିଛନ୍ତି। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉ ଥରେ ହେଉଛି ଚାଷୀ ପଞ୍ଜିକରଣ । ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ […]

ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ

ଆସୁଛି ନୂଆବର୍ଷ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ମଧ୍ୟ ଚାହିଁ ବସିଛନ୍ତି ଲୋକ । ସେଥିପାଇଁ ବିଭିନ୍ନ ହୋଟେଲ, ସଂସ୍ଥା ପକ୍ଷରୁ ଏହି ଜିରୋ ନାଇଟ୍ ଆୟୋଜନ କରାଯାଇଥାଏ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ତେବେ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଥିବା […]

ସ୍ଥଗିତ ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ।

ଆସନ୍ତା କାଲି ଓଡିଶା ଆସିବାର ଥିଲା ଗୃହମନ୍ତ୍ରୀ ଅମିତ୍ ଶାହା । ହେଲେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ଅମିତଶାହା୨୮ ତାରିଖ ସାରେ ଭୁବନେଶ୍ବର ଆସିବେ ବୋଲି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଥିଲେ । ଏହା ସହ ସେ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ନାହିଁ ବୋଲି କହିଥିଲେ। କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଶାହ ବୋଲି ସେ କହିଥିଲେ।ସୂଚନା ମୁତାବକ ପୂର୍ବତନ ମନମୋହନ […]

ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି।ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ହୋଇଥିଲେ ଓ ବୀମା ସହାୟତା ପାଇବାକୁ ଚାହୁଁଥିଲେ ‘କୃଷି ରକ୍ଷକ’ ହେଲପଲାଇନ ନମ୍ବରକୁ ଫୋନ୍ କରି ଜଣାଅ । ରାଜ୍ୟ ସରକାର ଆଜି ଚାଷୀମାନଙ୍କୁ ଆଜି ଏଭଳି ପରାମର୍ଶ ଦେଇଛନ୍ତି । ବୀମା ସହାୟତା ପାଇଁ କ୍ଷୟକ୍ଷତିର ୭୨ଘଣ୍ଟା ମଧ୍ୟରେ ‘କୃଷିରକ୍ଷକ’ […]

ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ବଢାଇଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆସନ୍ତା ୩୧ରେ ସରୁଥିଲା।ଜାନୁଆରୀ ମାସରେ ରାଜ୍ୟରେ ରହିଛି ଦୁଇ ବଡ଼ ଇଭେଣ୍ଟ । ଜାନୁଆରୀ ୮ରୁ ୧୦ ଯାଏ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଓ ୨୮-୨୯ତାରିଖରେ ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ । ଏହାର ଆୟୋଜନ ଠାରୁ ପରିଚାଳନାରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଗୁରୁତ୍ବପୂର୍ଣ୍ଣ […]

ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ!

ସାରା ଦେଶରେ ଶୋକର ଛାୟା । ଆଉ ନାହାନ୍ତି ଉଦାରୀକରଣ ଅର୍ଥନୀତିର ସ୍ଥପତି। ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମନମୋହନ ସିଂହଙ୍କ ବିୟୋଗକୁ ଦେଶବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ବିଭାଜନ ପରେ ଦୀର୍ଘ ସାଢ଼େ ୬ ଦଶନ୍ଧି ଧରି ଦେଶର ଆର୍ଥତ୍କ ସ୍ଥିତିକୁ ପରଖିବା ସହ ଅର୍ଥନୀତି […]

ପୋଲିସ ଏଏସଆଇଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସଆଇ ରେଣୁ ପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୂଚନାମୁତାବକ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଏଏସ୍‌ଆଇ ରେଣୁପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାରରୁ ନିଖୋଜ ଥିଲେ। ସେ ଥାନାକୁ ଆସୁ ନ ଥିବା ଏବଂ ତାଙ୍କ ଫୋନ୍‌ କେହି ଉଠାଉ ନ ଥିବାରୁ ତେନ୍ତୁଳିଖୁଣ୍ଟି […]

ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀ ନିଯୁକ୍ତ। ଏଣିକି ମନ୍ତ୍ରୀ ବୁଝିବେ ଜିଲ୍ଲା କଥା: ମୁଖ୍ୟମନ୍ତ୍ରୀ

ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀ ନିଯୁକ୍ତ। କେଉଁ ଜିଲ୍ଲାକୁ କାହାଙ୍କ ଦାୟିତ୍ୱ ମିଳିଛି, ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ୧୩ଜଣ ମନ୍ତ୍ରୀଙ୍କୁ ମୋଟ ୩୦ଟି ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ […]

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବ।

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ବିଶେଷ କରି ବର୍ଷା ଉତ୍ତର-ପଶ୍ଚିମ ଓଡ଼ିଶା ହେବା ନେଇ ଆକଳନ ହୋଇଛି । ପଶ୍ଚିମାଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ଅଦିନିଆ ବର୍ଷାକୁ ନେଇ ଚାଷୀକୂଳ ପୁଣି ଥରେ ଛାନିଆ ହୋଇପଡ଼ିଛି । ବଡ଼ […]

ମନମୋହନ ସିଂହଙ୍କ ବିୟୋଗ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଛି । ଗୁରୁବାର ରାତିରେ ଦିଲ୍ଲୀ ଏମ୍‌ସରେ ମନମୋହନ ସିଂହଙ୍କ ପରଲୋକ ହୋଇଯାଇଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର […]

ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗତକାଲି (୨୬ ଡିସେମ୍ବର ୨୦୨୪) ରାତି ୯.୫୧ରେ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାତି ପ୍ରାୟ ୮ ଟା ସମୟରେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଭାରତର ଜଣାଶୁଣା ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଡ. ମନମୋହନ ସିଂ ବେଶ୍ ଜଣାଶୁଣା ଥିଲେ। ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୧୫ ତମ ଗଭର୍ଣ୍ଣର […]

କାହିଁକି ହାରିଲା ବିଜେଡି; କାରଣ କହିଲେ ନବୀନ

ବିଜେପିର ପ୍ରଚାର ଓ ସୋସିଆଲ ମିଡ଼ିଆ କ୍ୟାମ୍ପେନକୁ କାଉଣ୍ଟର କରିପାରଲାନି ବିଜେଡି। କ୍ଷମତାରୁ ଯିବାର ପ୍ରାୟ ୬ ମାସ ପରେ, ୨୦୨୪ ନିର୍ବାଚନରେ ପରାଜୟର କାରଣ କହିଛନ୍ତି ନବୀନ ପଟ୍ଟନାୟକ।ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ। ମୁଁ ଆଜି ତା’ର ଉତ୍ତର ଦେବି। ମୁଁ କହିବି ଆମେ ହାରି ନାହୁଁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, […]