ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା ଆସିବାକୁ ଯାଉଛନ୍ତି। ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ ଏବଂ ଛତିଶଗଡ଼କୁ ୧୪ ଟି ବାଘ ପଠାଇବେ।ଜଣେ ପ୍ରାଣୀ ଚିକିତ୍ସକଙ୍କ ତତ୍ୱାବଧାନରେ ମଧ୍ୟପ୍ରଦେଶର ବାନ୍ଧବଗଡ, ପନ୍ନା, କାହ୍ନା ଏବଂ ପେଞ୍ଚରେ ଥିବା ବାଘମାନଙ୍କ ବାଘ ସଂରକ୍ଷଣ ସ୍ଥାନରୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ରହିଛି । […]
ବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଦେଖିବାକୁ ମିଳିଛି ଅପ୍ରତିକର ପରିସ୍ଥିତି । କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳା ଚରମରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସ୍ଥିତି ଏପରି ହୋଇଥିଲା ଦଳର ମହିଳା କର୍ମୀ ହାତାହାତି ହୋଇଛନ୍ତି । ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଦଳର ଅନ୍ୟ ଜଣେ ମହିଳା କର୍ମୀ ଚାପୁଡା ମାରିଛନ୍ତି ।ତେବେ କାହିଁକି ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ଏହି ଘଟଣା ପୁଣି ବିଜେଡି ଗୋଷ୍ଠୀ କନ୍ଦଳକୁ ପଦାରେ […]
ଫିଲ୍ମ ଷ୍ଟାଇଲରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀ ପରିଚୟ ଦେଇ ଜଣେ ପୂର୍ବତନ ସେନାଧିକାରୀଙ୍କ ଠାରୁ ସାଇବର ଠକେଇ । ତାହା ପୁଣି ଲକ୍ଷେ, କି 5 ଲକ୍ଷ ନୁହେଁ, ବରଂ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ । ନିଜକୁ କେନ୍ଦ୍ରୀୟ ସଂସ୍ଥା ‘ଏନସିବି’ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଆରେଷ୍ଟ ଧମକରେ ସାଇବରଠକଙ୍କ ଏକ ଗୋଷ୍ଠୀ ଏହି ଲୁଟ୍ କରିଥିବା ଅଭିଯୋଗକାରୀ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ […]
ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ ନବୀନ ଗଣମାଧ୍ୟମ ପ୍ରତିନିଧିଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ବିଜେଡି, ଏଥର ପ୍ରଥମ ଥର ପାଇଁ ବିରୋଧୀ ଆସନରେ ରହିଥିବାବେଳେ ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି । ନବୀନ ନିଜ ଉତ୍ତରାଧିକାରୀ ପ୍ରସଙ୍ଗରେ ଆଜି ଗଣମାଧ୍ୟମକୁ ଉତ୍ତର ଦେଇଥିଲେ । ଆଉ କହିଥିଲେ ଯେ, ମୁଁ ବହୁତ ଲମ୍ବା […]
ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ ରନ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ା ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ। ଜାନୁଆରୀ ୨୦ରୁ ୨୨ ଭିତରେ ଧାଡି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ […]
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥିବା ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି।କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବା ପରେ ଆଜି ଲୋକାର୍ପିତ ହୋଇଛି । ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି । ସେହିପରି ସାତ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି […]
କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୯ତମ ରାଜ୍ୟ ଅଧିବେଶନ । ଏହି ଅଧିବେଶନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ଉପରେ ମୁଖ୍ୟମନ୍ତ୍ରୀ ବଡ଼ ସଂକେତ ଦେଇଛନ୍ତି। ‘ଛାତ୍ର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। ୨୦୧୮ରୁ ରାଜ୍ୟରେ ବନ୍ଧ ଥିଲା ଛାତ୍ର ସଂସଦ […]
ଫସଲ ବୀମା ନେଇ ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ଚେତାବନୀ । ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ କଡା ଆକ୍ସନ ନେବେ ସରକାର । ମନ୍ତ୍ରୀ କହିଲେ ଫସଲବୀମା ନିୟମ କମ୍ପାନୀ ଲାଭ ପାଇଁ ନୁହେଁ । ଏସମୟରେ ବୀମା କମ୍ପାନୀ ମାନେ ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର ।୨୮ ତାରିଖରେ ରାଜସ୍ୱ କୃଷି ସମବାୟ ସହ ଅନ୍ୟ ବିଭାଗ ବୈଠକ ରହିଛି । କ୍ଷୟକ୍ଷତି ରିପୋର୍ଟ […]
ବିଜେଡିର ୨୮ତମ ଫାଉଣ୍ଡେସନ ଡେ । ୨୭ ବର୍ଷର ସେବା ଦେଇଥିବା ବିଡେଡି ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହାସହ ଶଙ୍ଖ ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।ସେ କହିଛନ୍ତି ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସାକୁ ଅତୁଟ ରଖି ବିଜୁ ଜନତା ଦଳ ଦୃଢ଼ତା ସହ ଆଗକୁ ବଢ଼ୁଛି । ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ବିଜୁ ଜନତା ଦଳକୁ ଶ୍ରେଷ୍ଠ ଆଞ୍ଚଳିକ […]
ଦୁଇଦିନ ହେଲା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ବର୍ଷା। ଜାରି ରହିଛି କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା। ବର୍ଷା ଯୋଗୁଁ ବିଲରେ ଅମଳ ଧାନ ଗଜା ହେବା ଅବସ୍ଥାକୁ ଆସିଲାଣି। ଯାହାକୁ ସପ୍ତାହେ ପୂର୍ବରୁ ଦେଖି ଚାଷୀ ଭାଇ ଠୋ ଠୋ କରି ହସୁଥିଲା ଆଜି ସେହି ସୁନାର ଫସଲର ଏପରି ଅବସ୍ଥା ଦେଖି ତା ଛାତିଫାଟିପଡୁଛି । ଚଳିତ ବର୍ଷ ବିଲରେ ଫସଲ ଭଲ ହୋଇଥିବାରୁ ଏଇ ଦିନ ଦୁଇ […]
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ନିକଟରୁ ଠାବ ହୋଇଛି ପ୍ରେମୀ ଯୁଗଳଙ୍କ ମୃତଦେହ । ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ ନିଷ୍ପତ୍ତି ନେଲେ ପ୍ରେମୀଯୁଗଳ । ଖବର ଅନୁଯାୟୀ, ଗୁରୁବାର ଦିନ ସକାଳୁ ସମୟରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ରାସ୍ତା ପାଖ ଜଙ୍ଗଲରେ ଥିବା ଏକ ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକ । ଏହାପରେ ତୁରନ୍ତ ନିକଟସ୍ଥ ପାଟକୁରା ଥାନାକୁ […]
ଭିଜିଲାନ୍ସ ପଞ୍ଝାରେ ବୋରିଗୁମ୍ମା ତହସିଲ ଏଆର୍ଆଇ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆର୍ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ । ଏକାସାଙ୍ଗେ ୮ଟି ଠିକଣାରେ ଚାଲିଛି ଚଢାଉ । ବୋରିଗୁମ୍ମାରେ ଥିବା ଏକ ବିଲ୍ଡିଂ ସହ ସରକାରୀ ଅଫିସ ଚାମ୍ବରରେ ଚଢ଼ାଉ ହୋଇଛି । ବୋରିଗୁମ୍ମାରେ ଆବାସିକ ଦୁଇ ମହଲା ଘରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ଝିଅଙ୍କ ଭଡା ଘର, ରଣସପୁରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର […]
