ବିନା ଅନୁମତିରେ ଜିରୋ ନାଇଟ୍‌ ସେଲିବ୍ରେସନ ମନା ।

ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ନୂଆବର୍ଷକୁ ଆହୁରି ରଙ୍ଗୀନ କରେ ଜିରୋ ନାଇଟ୍ ସେଲିବ୍ରେସନ । କିନ୍ତୁ ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ୍ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଦରକାର । ଅବକାରୀ ବିଭାଗର ଅନୁମତି ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି । ଜାନୁଆରୀ ମଧ୍ୟଭାଗ ଯାଏଁ ଏନେଇ ଯାଞ୍ଚ ଜାରି ରହିବ । […]

ହାଇକୋର୍ଟରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲା ।

ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲାର ଶୁଣାଣି ହୋଇଛି । ଚିଠି ଯଦି ନକଲି ତେବେ ସତ୍ୟପାଠ ଦିଅ । ଆଶ୍ରମକୁ ମିଳିଥିବା ଅନୁମତି ପତ୍ରର ସତ୍ୟତା ଯାଞ୍ଚ କର । ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଉଚ୍ଛେଦ ରୋକିବା ପାଇଁ ବୈକୁଣ୍ଠ ଧାମ ଆଶ୍ରମ ପକ୍ଷରୁ ଚିଠି ପୂର୍ବରୁ କୋର୍ଟରେ ଦର୍ଶାଯାଇଥିଲା । ଏହି ଆଧାରରେ ଉଚ୍ଛେଦ ଉପରେ କଟକଣା ଲାଗିଥିଲା । ତେବେ ଅନୁମତି ପତ୍ର ନକଲି ବୋଲି ସ୍କୁଲ ଓ […]

ସମସ୍ତ ବଣ୍ତା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା -ଉପମୁଖ୍ୟମନ୍ତ୍ରୀ

ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥିତି ପରଖିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି । ‘ସୁଭଦ୍ରା’ ଓ ‘ଆବାସ ଯୋଜନା’ ବାବଦରେ ଲୋକଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ । ‘ସୁଭଦ୍ରା’ରେ ୨୯୩୨ ରିଜେକ୍ଟ ଆବେଦନର ସାନି ବିଚାର ହେବ ବୋଲି ସେ କହିଛନ୍ତି । ସେପଟେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରଖିଛନ୍ତି ସରକାର । ଡିସେମ୍ବର ୨୫ ତାରିଖରେ ଏହି ଟଙ୍କା ମିଳିବାର ଥିଲା । ଏବେ ଯାଞ୍ଚ ପ୍ରକ୍ରିୟା […]

ଟିକେଟ୍‌ ଯାଞ୍ଚ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ଟିଟିଇ

ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟିଟିଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌ରୁ ଟିଟିଇଙ୍କ ମୃତଦେହ ଉଦ୍ଧାର କରିଛି ଜିଆରପି। ମୃତ ଟିଟିଇ ଜଣଙ୍କ ହେଲେ ଛତିଶଗଡ ଭାଟାପଡ଼ାର ରାଜେନ୍ଦ୍ର କୁମାର ନିର୍ମଳ କର। ସୂଚନାମୁତାବକ ପ୍ରତ୍ୟେକ ଦିନ ଭଳି ସେ ଆଜି ମଧ୍ୟ ରାୟପୁରରୁ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରୀଙ୍କ ଟିକେଟ୍‌ ଚେକ୍‌ କରିବା ପାଇଁ ଚଢ଼ିଥିଲେ। ହେଲେ ଖରିଆର ରୋଡ୍‌ରେ ସେ ଅସୁସ୍ଥ ଅନୁଭବ କରିବାରୁ ଟ୍ରେନ୍‌ରେ ହଠାତ୍‌ ପଡ଼ିଯାଇଥିଲେ। ଟିଟିଲାଗଡ଼ ପହଞ୍ଚିବା […]

ଆସିବ ନୂଆ କୃଷି ନୀତି । ଜୈବିକ ଚାଷକୁ ଦିଆଯିବ ଗୁରୁତ୍ୱ ।

ଆସିବ ନୂଆ କୃଷି ନୀତି । ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି କୃଷି ନୀତି । ଯେଉଁଥିରେ ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଆଉ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି କରିବା ଲାଗି ପଦକ୍ଷେପ ନିଆଯିବ । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ସରକାର । ଏଥିପାଇଁ ଡେଡିକେଟେଡ୍ କାର୍ଗୋ ଫ୍ଲାଇଟ୍ ବ୍ୟବହାର ହେବା ଦରକାର ।ଯେଉଁଥି ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ […]

ଅବକାରୀ ନୀତି ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ପ୍ରସ୍ତୁତି ଜୋର । ତେବେ ଏ ଭିତରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।ଅବକାରୀ ପଲିସି ନମାନିଲେ ହେବ କାର୍ଯାନୁଷ୍ଠାନ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଯିଏ ବି ଏଥିରେ ଜଡ଼ିତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆଉ ଦିନ କେଇଟା ପରେ ଆସୁଛି ଇଂରାଜୀ ନୂଆବର୍ଷ। ଏହି ସମୟରେ ଲୋକେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିବା […]

ଆଜିର ସୁନାଦର ବିଷୟରେ ଜାଣନ୍ତୁ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦ ହଜାର ୬୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭ ହଜାର ୧୨୦ ଟଙ୍କା ରହିଛି।ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୦,୭୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୭,୧୨୦ଟଙ୍କା ରହିଛି ।ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭0,୬୯୦ ଟଙ୍କା ଓ ୭୭ ,୧୨୦ ଟଙ୍କା […]

ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ

ଯୁକ୍ତ ୨ ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ଅର୍ଥାତ୍ ଡିସେମ୍ବର ୨୦ରୁ ୨୮ ତାରିଖ ଯାଏ ସାମ୍‌ସ ପୋର୍ଟାଲ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୩୦ ତାରିଖରେ କଲେଜ ସ୍ତରରେ ସମସ୍ତ ଆବେଦନର ଯାଞ୍ଚ ହେବ । ସାମ୍‌ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ତାରିଖ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ କରିବେ । ଜାନୁଆରୀ ୩ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସମସ୍ତ […]

ରାଉରକେଲାରେ ଲଜ୍ଜା;ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ

ଷ୍ଟିଲ ସିଟିରେ ପୁଣି ଲଜ୍ଜା। ନାବାଳିକାକୁ ଗଣ ଦୁଷ୍କର୍ମ ନେଇ ଉଦିତ ନଗର ଥାନାରେ ଅଭିଯୋଗ ହୋଇଛି |ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ୩ ଧରି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୌନ ପିପାସୁଙ୍କ କବଳରୁ ଖସି ଆସି ଉଦିତ ନଗର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା |ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଅପରାହ୍ନରେ ଷ୍ଟେସନ ଅଞ୍ଚଳର ନାବାଳିକା ବୁଲା ବୁଲି କରୁଥିଲେ। ଏହି ସମୟରେ ଖାଇବାକୁ ଦେବାକୁ କହି ଦୁଇ ଯୁବକ […]

ଟୁଇନସିଟିରେ ଗତବର୍ଷ ତୁଳନାରେ ଚଳିତବର୍ଷ ବଢ଼ିଛି ଅପରାଧ

ଟୁଇନ ସିଟିରେ ଅପରାଧ ନିୟନ୍ତ୍ରଣ ନେଇ ସମୀକ୍ଷା କଲେ ପୋଲିସ କମିଶନର । ଗତବର୍ଷ ୨୦୨୩ ରେ ବିଭିନ୍ନ ଥାନାରେ ୧୭ ହଜାର ୬୭୫ କେସ ରୁଜୁ କରାଯାଇଥିଲା । ତେବେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୨୦ ହଜାର ୧୯ ଟି କେସ ରୁଜୁ ହୋଇଛି । କଟକରେ ମାମଲା ସଂଖ୍ୟା ପ୍ରାୟତଃ ସମାନ ଥିବାବେଳେ ଭୁବନେଶ୍ୱରରେ କେସ ବଢିଛି । କଟକରେ ସ୍ଥିର ରହିଛି ମାମଲା। ହତ୍ୟା, ଦୁଷ୍କର୍ମ, ହିଂସା, ନାରୀ ନିର୍ଯାତନା ଭଳି […]

ଓଡ଼ିଶାରେ ୧୧୦ ଓଭର ବ୍ରିଜ୍ କରିବ ଇଷ୍ଟକୋଷ୍ଟ ରେଳାବାଈ

ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଇଷ୍ଟକୋଷ୍ଟ ରେଳାବାଈ ବଡ଼ ପଦକ୍ଷେପ ନେଇଛି। ଗୁରୁବାର ଇଷ୍ଟକୋଷ୍ଟ ରେଳାବାଈର ଜେନେରାଲ ମ୍ୟାନେଜର ୧୭୦ ରୋଡ ଓଭର ବ୍ରିଜ(ROB) ଘୋଷଣା କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥିର ହୋଇଛି, ଯାହା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାରେ ଏବଂ ଶୀଘ୍ର ଅନୁମୋଦନକୁ ସକ୍ଷମ କରିବାରେ ସାହାଯ୍ୟ କରିବ । ଏହି ପ୍ରକଳ୍ପଗୁଡିକୁ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଭାବରେ ଡିଜାଇନ୍ […]

ଆଜିଠୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଏହା ପ୍ରବାବରେ ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, […]