dସୁନା-ରୁପା ଦରରେ ଆସିଲା ବଡ଼ ପରିବର୍ତ୍ତନ । ଦେଶର ବିଭିନ୍ନ ବଜାରରେ ସୁନା ଓ ରୁପା ଦର ହ୍ରାସ ପାଇଥିବାରୁ ଗ୍ରାହକଙ୍କ ପାଇଁ ଏହା କିଛିଟା ଆଶ୍ୱସ୍ତି ଆଣିଛି ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୫,୮୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୯୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୫,୮୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୨,୯୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୦,୦୦୦ ଟଙ୍କା ହୋଇଛି ।
