ବରଗଡ଼ ଧନୁଯାତ୍ରା , ଆଖଡ଼ାରେ ଅଭିନୟ ଅଭ୍ୟାସ କଲେ କଳାକାର

ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥିପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ କଳାକାରଙ୍କ ରିହର୍ସଲ (ପୂର୍ବାଭ୍ୟାସ)ର ଶୁଭାରମ୍ଭ ହୋଇଛି।୧୪ ଗୋଟି ରଙ୍ଗମଞ୍ଚରେ ଅଭିନୟ କରିବେ କଳାକାର। ବରଗଡ଼ ଧନୁଯାତ୍ରାରେ ଦର୍ଶକ ମଧ୍ୟ ଜଣେ ଜଣେ କଳାକାର ପାଲଟି ଯାଇଥାନ୍ତି।ଚଳିତ ବର୍ଷ ଧନୁଯାତ୍ରାକୁ ଆହୁରି ଆକର୍ଷଣ କରିବା ପାଇଁ ଜୋରଦାର ପ୍ରସ୍ତୁତ ହୋଇଛି। […]

କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟ ବନ୍ଦ

ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳ ଓ ନଦୀକୁ ସଂଯୋଗ କରୁଥିବା ଅଞ୍ଚଳରେ ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଆସନ୍ତା ଜାନୁଆରି ୧୪ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ।ଏଥିପାଇଁ ପର୍ଯ୍ୟଟକଙ୍କ ଲାଗି ଏହି ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ। ଶୀତ ଅଧିକ ହେଲେ ଛୋଟରୁ ବଡ ପର୍ଯ୍ୟନ୍ତ ସବୁ କୁମ୍ଭୀର […]

ଡିସେମ୍ବର ୨୫ରେ ମିଳିବନି ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର । ଏବେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନାହିଁ। ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାରଙ୍କ ଶେଷ ସୁଯୋଗ । E kyc ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ । ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ଆଶା ରହିଛି। ସବୁ ପ୍ରକାର ଯାଞ୍ଚ ସରିଲେ, ଚତୁର୍ଥ […]

ମଦ ନିଶାରେ ଡାକ୍ତର । ରୋଗୀ ସେବାରେ ସୁଇପର ।

ପୁରୀ ଜ଼ିଲ୍ଲା କଣାସ ବ୍ଲକ ବୀରକେଶରପୁର ଗାଁର ହରଚଣ୍ଡୀ ପ୍ରସାଦ କଣାସ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲିଲା ତାଲା । ରୋଗୀ ସେବା ବାଧାପ୍ରାପ୍ତ । ଆଜିକୁ ୫ଦିନ ଧରି ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଫାଟକରେ ଝୁଲୁଛି ତାଲା । ମେଡିକାଲର ଡାକ୍ତର ସମ୍ବିତ ଜେନା ହସ୍ପିଟାଲରେ ମଦ୍ୟପାନ କରୁଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ ।ସ୍ବାସ୍ଥ୍ୟକେନ୍ଦ୍ରରେ ପୁରୀ କଣାସ ବ୍ଲକ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ପଞ୍ଚାୟତବାସୀ ସ୍ବାସ୍ଥ୍ୟ […]

ଢ଼େଙ୍କାନାଳରେ ଓଡ଼ିଶାର ହେବ ପ୍ରଥମ ସୋଲାର ଏନର୍ଜି କାରଖାନା

ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ୱାରି ସୋଲାର ଏନର୍ଜୀ କାରଖାନା । ଢେଙ୍କାନାଳର ନେଉଳପୋଇରେ ପଚିଶ ହଜାର କୋଟିର ସୋଲାର ପାୱାର କଂପାନୀ ହେବାକୁ ଯାଉଛି । ସୋଲାର ପାୱାର ପ୍ଲାଣ୍ଟର ଭୂମି ପୂଜନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର |ଏହି ଅବସରରେ ଆୟୋଜିତ ଭୂମି ପୂଜନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କୃଷ୍ଣ ପାତ୍ର ଉପସ୍ଥିତ ଜନସାଧରଣଙ୍କୁ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକଶିତ ଓଡିଶାର […]

ଓଡ଼ିଶାର ଜମ୍ମୁ-କାଶ୍ମୀର ପାଲଟିଲା ଶିମିଳିପାଳ ଅଭୟାରଣ୍ୟ ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ଅବପାତର ରୂପ ନେବ। ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ଜାରି ରହିବ। ୧୭ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାରେ ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର […]

ଆଜି ପବିତ୍ର ଧନୁ ସଂକ୍ରାନ୍ତି

ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ଗୋପାଳ ବଲ୍ଲଭ ପରେ ମହାପ୍ରଭୁଙ୍କର ପହିଲି ଭୋଗ ନୀତି କରାଯାଇଛି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ।ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରାତ୍ର ୨ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି କାନ୍ତି ବଢ଼ି ୫ଟା ୩୦ ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି । […]

’ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ

ମହାପ୍ରଭୁଙ୍କ ଭୋଗ କହି ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଛି ଅପମିଶ୍ରିତ ଖଜା, ଯାହାକୁ ନେଇ ସୁଆର-ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ହିଁ ମହାପ୍ରସାଦ । ଯଦି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବାହାରୁ ଖଜା କିଣୁଛନ୍ତି, ତେବେ ଭଲ ଜିନିଷରେ ତିଆରି ଖଜା ନିଅନ୍ତୁ । କିନ୍ତୁ ମହାପ୍ରସାଦ ଭାବି ଏହାକୁ କିଣନ୍ତୁ ନାହିଁ । ବ୍ୟବସାୟୀ ମାନେ ମହାପ୍ରସାଦ କହି ବିକ୍ରି କରନ୍ତୁ ନାହିଁ । ଯଦି ଏଭଳି […]

ନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣିଲେ ଶିବାନୀ ପୁରସ୍କୃତ କଲେ ଦଶପଲ୍ଲା ବିଧାୟକ ଏବଂ ଜିଲ୍ଲାପାଳ

ନୂଆଗାଁ// ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ହାଇସ୍କୁଲର ଛାତ୍ରୀ ଶିବାନୀ ପ୍ରଧାନ ଜିଲ୍ଲାରୁ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିବା ଜଣା ପଡ଼ିଛି।ସୂଚନା ଥାଉକି ନୟାଗଡ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ମାଥମେଟିକାଲ୍ ମଡେଲ ଥିମରେ ପ୍ରକଳ୍ପ “ଜିଓମେଟ୍ରିକ ପାର୍କ” ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।ଜିଲ୍ଲା ଶିକ୍ଷା ଅଧିକାରୀଣି ରାଜଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ […]

ବିଷାକ୍ତ ସାପ ଧରି ମେଡ଼ିକାଲ୍‌ରେ ପହଞ୍ଚିଲେ ଚାଷୀ

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅଞ୍ଚଳରେ ବିଲରେ ଚାଷ କାମ କରୁଥିବା ବେଳେ କାମୁଡ଼ିଲା ସାପ। ତେଣୁ କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲ୍‌ରେ ପହଁଚିଲେ ଚାଷୀ। ବିଲରେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା। ସେ ସଙ୍ଗେ ସଙ୍ଗେ ପାଖ ବିଲରେ କାମ କରୁଥିବା ଚାଷୀଙ୍କୁ ଡାକିଥିଲେ। ସାପଟି ଦଂଶିବା ପରେ ପଳାଇ ଯାଉଥିଲା। ଚାଷୀମାନେ କାଇଦା କରି ସାପକୁ ଧରି ପକାଇଥିଲେ। ପରେ ସାପକୁ ବ୍ୟାଗରେ ପୂରାଇ ଦେଇ ମୁହଁ […]

ହସ୍ପିଟାଲରୁ ସ୍ବାମୀଙ୍କୁ ଗିରଫ ଦାବି କଲେ କନଷ୍ଟେବଳ ସ୍ତ୍ରୀ

ଯାହା ହାତ ଧରି ସାତ ଜନ୍ମର ସାଥୀ ହୋଇଥିଲେ, ସେ ହିଁ ହତ୍ୟା ପାଇଁ କରିଛି ଉଦ୍ୟମ । ସ୍ବାମୀ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ନ୍ୟାୟ ଭିକ୍ଷା କରୁଛି ସ୍ତ୍ରୀ ।ଆକ୍ରମଣ କରିଥିବା ତାଙ୍କ ସ୍ବାମୀ ଜ୍ୟୋତି ପ୍ରଧାନ ମଧ୍ୟ ଜଣେ କନଷ୍ଟେବଲ। ଗତ ସୋମବାର ରାସ୍ତାରେ ଯାଉଥିବା ବେଳେ ସ୍ତ୍ରୀଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଫେରାର ହୋଇ ଯାଇଥିଲେ ଜ୍ୟୋତି ପ୍ରଧାନ।ଗୁରୁତର ଅବସ୍ଥାରେ ମହିଳା କନେଷ୍ଟବଳ ନୁପୁର ବଲାଙ୍ଗୀରର ଏକ ଘରୋଇ […]

ମାଞ୍ଜା ସୂତା ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ

କଟକରେ ଚାଇନିଜ ମାଞ୍ଜା ସୂତା ଧରପଗଡ ଆରମ୍ଭ କରିବ କଟକ କମିସନରେଟ ପୋଲିସ । ଲୁଚା ଛପାରେ ବେଆଇନ ଭାବେ ବିକ୍ରୀ କରାଯାଉଥିବା ମାଞ୍ଜା ସୂତା ଧରିବା ପାଇଁ ସହରର ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ।ଏପରିକି ମାଞ୍ଜା ସୂତା ବ୍ୟାନ ସହ ବିକ୍ରି ଉପରେ ହାଇକୋର୍ଟ ମଧ୍ୟ କଟକଣା ଲଗାଇଛନ୍ତି। ମାଞ୍ଜା ସୂତା ବିକ୍ରି କଲେ ବ୍ୟବସାୟୀଙ୍କୁ ଧରିବାକୁ କଟକ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଚାଇନିଜ ମାଞ୍ଜା ସୂତା […]