ଏଥର ସ୍ୱାଭାବିକ ସମୟରେ ଆସିବ ମୌସୁମୀ

ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ। ଏଥର ସ୍ୱାଭାବିକ ସମୟରେ ଆସିବ ମୌସୁମୀ। ପ୍ରତିବର୍ଷ ମେ ୧୮ ରୁ ୧୯ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ । ଏହା ପରେ ଆଗକୁ ବଢ଼ି କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ। କେରଳ ଛୁଇଁବାର ୧୦ ରୁ ୧୨ ଦିନ ମଧ୍ୟରେ ଓଡିଶାକୁ ଅଗ୍ରସର ହୋଇଥାଏ ମୌସୁମୀ। କିନ୍ତୁ ଚଳିତବର୍ଷ ଏହି ପ୍ରକ୍ରିୟା ସଅଳ ହେବ। ଏପରିକି ସ୍ବାଭାବିକ ଠାରୁ ଅଧିକ […]

ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ପ୍ରକାଶ ପାଇଛି। ଓଡ଼ିଶା ୨୮ ନମ୍ବର ସ୍ଥାନରେ ରହିଛି। ଓଡ଼ିଶାରେ ସାକ୍ଷରତା ହାର ୭୯ ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ଶହେ ଜଣଙ୍କ ମଧ୍ୟରୁ ୭୯ ଜଣ ସାକ୍ଷର । । ସାକ୍ଷରତା ହାର ଅଧିକ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ରହିଛି ଚଣ୍ଡିଗଡ଼, ଗୋଆ, ହିମାଚଳ ପ୍ରଦେଶ, ମିଜୋରାମ, ଲଦାଖ, […]

ଆଜି ଆସିବ ସିବିଏସ୍‌ଇ ଦ୍ୱାଦଶ ଫଳ !

ଆଜି ଆସିପାରେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ । ମଧ୍ୟାହ୍ନ ୧୨ଟାରେ ଫଳ ବାହାରିବା ପରେ ପରୀକ୍ଷାର୍ଥୀମାନେ ‘cbse.gov.in’, ‘cbseresults.nic.in’ ଓ ‘results.cbse.nic.in’. ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ ।ଏଥିସହ ଡିଜିଲକର୍‌ ଓ ଉମଙ୍ଗ୍‌ ଆପ୍‌, ଆଇଭିଆର୍‌ଏସ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ପରୀକ୍ଷାଫଳ ଉପଲବ୍ଧ ହେବ ।ସୂଚନାନୁଯାୟୀ, ଗତମାସ CBSE ଦଶମ ଶ୍ରେଣୀ ପରୀକ୍ଷା ପ୍ରକାଶ ପାଇବା ପରେ ଏବେ CBSE ବୋର୍ଡର ନିଷ୍ପତ୍ତି ଅନୁଯାୟୀ CBSE ଦଶମ ଶ୍ରେଣୀ ୨ୟ ବୋର୍ଡ଼ ପରୀକ୍ଷା ତାରିଖ […]

ଓଡିଶାରେ ଆଇନର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି: ବିଜେଡି

ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାର ଘଟଣାକୁ ଅନୁଧ୍ୟାନ କଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଗୃହ ବିଭାଗର ବିଫଳତା ସମ୍ପୂର୍ଣ୍ଣ ପଦାରେ ପଡିଛି କହି ବିଜେପି ସରକାରକୁ କଡା ସମାଲୋଚନା କରିଛି ବିଜେଡି ।ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ […]

ଚାରି ଲେନ ବିଶିଷ୍ଟ ହେବ ଭବାନୀପାଟଣା-ଖରିଆର ରାସ୍ତା : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭବାନୀପାଟଣାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । କାରଣ ଓଡ଼ିଶା ସରକାର ଭବାନୀପାଟଣା-ଖରିଆର ରାସ୍ତାକୁ ଦୁଇ ଲେନରୁ ଚାରି ଲେନ କରିବାକୁ ଯାଉଛନ୍ତି ।ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇ ହରିଚନ୍ଦନ କହିଛନ୍ତି ଯେ ନୂତନ ଭବାନୀପାଟଣା-ଖରିଆର ରାସ୍ତା ଭବାନୀପାଟଣା ଏବଂ ଖରିଆର ଅଞ୍ଚଳର ଲୋକଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ।ପ୍ରକଳ୍ପ ସମାପ୍ତ ହେବା ପରେ, କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ମଧ୍ୟରେ ସଂଯୋଗୀକରଣ ଦ୍ରୁତ ଏବଂ ସହଜ ହେବ । […]

ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ

ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ। ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି ।ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି। ଯାହା ପୂର୍ବରୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ ମନରେଗା ନାମରେ ଜଣାଶୁଣା ଥିଲା।ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା । ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ […]

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ

ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।ଅଲବରପେଟ ସ୍ଥିତ ଷ୍ଟାଲିନଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ହୋଇଛି ।ସୂଚନା ଅନୁସାରେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା […]

ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି, ୪୫ ଦିନରେ ଭାରତ-ବାଂଲାଦେଶ ସୀମାରେ ବୁଲିବ ତାରବାଡ଼

ମୁଖ୍ୟମନ୍ତ୍ରୀ ଗାଦିରେ ବସୁ ବସୁ ଆକ୍ସନ ମୁଡ୍‌ରେ ଶୁଭେନ୍ଦୁ ଅଧିକାରୀ। ଦୀର୍ଘଦିନ ଧରି ଥିବା ବାଂଲାଦେଶ ସୀମା ବିବାଦର ସମାଧାନର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ ବିଏସଏଫ୍ ଅଧୀନରେ ରହିବ ବୋଲି ସେ କହିଛନ୍ତି । ୮୭୪ […]

ଆମ ସରକାର ଆସିବା ପରେ ସବୁବେଳେ ଅପରାଧୀ ଧରାପଡୁଛନ୍ତି ଏବଂ ଦଣ୍ଡିତ ହେଉଛନ୍ତି: ରାଜସ୍ୱ ମନ୍ତ୍ରୀ

ଆଇନ ଶୃଙ୍ଖଳା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ରାଜସ୍ୱ ମନ୍ତ୍ରୀ ।ରାଜ୍ୟରେ ଅପରାଧ ବଢ଼ି ଯାଉଛି | ସମାଜ ପାଇଁ ଏହା ମଙ୍ଗଳକାର ନୁହେଁ କିନ୍ତୁ ଏ ଦିଗରେ ପୋଲିସ ପ୍ରଶାସନ ସଜାଗ ଅଛି | ବିଗତ ୨୫ ବର୍ଷରେ ଅପରାଧୀ ଅପରାଧ କରି ଧରା ପଡ଼ିନଥୁଲା । ମାତ୍ର ବିଗତ ଦୁଇ ବର୍ଷରେ ଆମ ସରକାର ଆସିବା ପରେ ସବୁବେଳେ ଅପରାଧୀ ଧରାପଡୁଛନ୍ତି ଏବଂ ଦଣ୍ଡିତ ହେଉଛନ୍ତି |ସମୟସୀମା ମଧ୍ୟରେ ବିଚାରକୁ ସମାପ୍ତ କରିଛୁ । […]

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ପଦ୍ମପୁର/ଗୁଣପୁର / ରାୟଗଡ:- ତା.୧୧-୦୪-୨୦୨୬ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୋସେନର ବାର୍ଲା, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ […]

ରାଜ୍ୟସଭା ନିର୍ବାଚନ ଅନିୟମିତତା ଅଭିଯୋଗ : CEOଙ୍କୁ ଭେଟିଲା BJD

ରାଜ୍ୟସଭା ନିର୍ବାଚନରେ ଅମିୟମିତତା ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ବିଧାୟିକା ଉପାସନା ମହାପାତ୍ର ଏବଂ ବିଧାୟକ ପୂର୍ଣ୍ଣ ସେଠୀଙ୍କ ଭୋଟକୁ ନେଇ ଅଭିଯୋଗ ଆଣିଥିଲା ବିଜେଡି ।ଏହି ଦୁଇ ବିଧାୟକ ପ୍ରଥମ ବାଲଟ ପେପରରେ ଭୁଲ ଭୋଟିଂ କରିବାରୁ ଦ୍ଵିତୀୟ ପେପର ଦେଇଥିଲେ ନିର୍ବାଚନ ଅଧିକାରୀ। ବିଜେଡି ଏହାର ପ୍ରତିବାଦ କରିବା ସତ୍ବେ ଶୁଣି ନଥିଲେ ନିର୍ବାଚନ ଅଧିକାରୀ। ଦ୍ଵିତୀୟ […]

ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ୍ ଡିଜିଙ୍କ ପ୍ରତିକ୍ରିୟା: ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା

ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ପୁଲିସ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ଭିନ୍ନ ମୋଡ ଦେଖିବାକୁ ମିଳିଛି। ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି।କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣାରେ ଦୁଇ ମାମଲା ରୁଜୁ କରାଯାଇଛି । କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ବାକି କିଛି ପ୍ରତ୍ୟକ୍ଷଦର୍ଶୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ । […]