ରଣକ୍ଷେତ୍ର ପାଲଟିଲା ରାଜଧାନୀର ରାଜରାସ୍ତା,ପୋଲିସ ଉପରକୁ କଂଗ୍ରେସର ଟମାଟୋ ମାଡ

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସର ଆନ୍ଦୋଳନ। କମିଶନରେଟ ପୋଲିସ କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ। ବାଲିଅନ୍ତା ଭିଡ ହିଂସା ସହ ମବ ଲିଞ୍ଚିଂ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କମିଶନରେଟ ପୋଲିସ କାର୍ଯ୍ୟାଳୟକୁ ଘେରାଉ ସହ ପୋଲିସ ଉପରକୁ ଟମାଟୋ ମାଡ କରାଯାଇଛି ।ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଗୋଟିଏ ସପ୍ତାହରେ କଣାସ-ବାଲିଅନ୍ତା-ବାଲିପାଟଣାରେ ୩ଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିଛି । ଯାହା ପ୍ରମାଣ କରୁଛି […]

ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପରେ ବର୍ଷିଲେ ଅଖିଳେଶ ଓ ରାହୁଲ 

ଇରାନରେ ସଂଘର୍ଷରୁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସୁନା ନ କିଣିବା ଏବଂ ତେଲ ବ୍ୟବହାର କମ କରିବାକୁ ନିବେଦନ କରିଛନ୍ତି । ଏହି ପଦକ୍ଷେପକୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତୀବ୍ର ସମାଲୋଚନା କରିଛନ୍ତି।ବିଜେପିକୁ ‘ଦେଶ ପାଇଁ ସବୁଠାରୁ ବଡ଼ ସଙ୍କଟ’ ବୋଲି ବର୍ଣ୍ଣନା କରିଛନ୍ତି ।ସେ ଜୋର ଦେଇ କହିଛନ୍ତି ଯେ ଯଦି ଭାଜପା ସଦସ୍ୟମାନେ ଶାସନ କରିବାରେ ଅକ୍ଷମ, ତେବେ ଦେଶକୁ ନଷ୍ଟ କରିବାକୁ ଅପେକ୍ଷା […]

ଓଡିଶାକୁ ସାଂସ୍କୃତିକ ରାଜଧାନୀ କରିବା ଆମ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ସୋମନାଥ ଅମୃତ ପର୍ବରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଳାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ଆଜି ଆଧ୍ୟାତ୍ମିକ ଆକାଶରେ ନୂଆ ସୂର୍ଯୋଦୟ ହୋଇଛି  । ପ୍ରଧାନମନ୍ତ୍ରୀ ମୋଦି ବିକାଶ ଓ ବିରାସତର ମନ୍ତ୍ର ଦେଇଛନ୍ତି । ସୋମନାଥ ମନ୍ଦିରରୁ ଆମକୁ ଦୁଇଟି ଶିକ୍ଷା ମିଳିଛି । ଧୈର୍ଯ୍ୟ ଓ ଆତ୍ମସମ୍ମାନ । ବାରମ୍ବାର ଆକ୍ରମଣ କରିବା ସତ୍ତ୍ୱେ ସୋମନାଥ ମନ୍ଦିର […]

ଅସ୍ତରଙ୍ଗ ସମୁଦ୍ରରେ ବିଚିତ୍ର ଦୃଶ୍ୟ, ସମୁଦ୍ରରୁ ଆକାଶ ଯାଏଁ ଲମ୍ବିଲା ବିରାଟ ହାତୀ ଶୁଣ୍ଢ

କାଳବୈଶାଖୀ ବେଳେ ସମୁଦ୍ରରେ ବିଚିତ୍ର ଦୃଶ୍ୟ । କଳାହାଣ୍ଡିଆ ମେଘ ସହ ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ ଲମ୍ୱିଥିଲା ଶୁଣ୍ଢ ।ଏହି ହାତୀ ଶୁଣ୍ଢ ପଡିବା ପରେ ସମୁଦ୍ର ମଧ୍ୟରେ ଆରମ୍ଭ କରିଥିଲା ଜଳଚକ୍ର । ସମୁଦ୍ରରୁ ଟାଣି ନେଉଥିଲା ହଜାର ହଜାର ଲିଟର ଜଳ । ଏହି ବିରଳ ଚିତ୍ର ଦେଖିବାକୁ ମିଳିଥିଲା ସମୁଦ୍ର କୁଳଠାରୁ ମାତ୍ର କେଇ କିଲୋମିଟର ଦୂରରେ । ଏ ଭଳି ଏକ ମହାଜାଗତିକ ଦୃଶ୍ୟକୁ ସମୁଦ୍ର କୂଳରେ ରହିଥିବା ପର୍ଯଟକ ମାନେ […]

ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡ ମାମଲା : ଅଯୋଧ୍ୟାରୁ ୩ ସାର୍ପ ସୁଟର ଗିରଫ, ଆଜି କୋଲକତା କୋର୍ଟରେ କରାଯିବ ହାଜର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ଅଯୋଧ୍ୟାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହେପାଜତକୁ ନିଆଯାଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ । ସୂଚନା ଅନୁଯାୟୀ, ରାଜ ସିଂ ମୂଳତଃ ବଲିଆର ବାସିନ୍ଦା ହୋଇଥିବା ବେଳେ ସେ ବିହାରର ବକ୍ସର ଅଞ୍ଚଳରେ ରହୁଥିଲା । ହତ୍ୟାକାଣ୍ଡ ପରେ ସେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତ୍ମଗୋପନ କରିଥିଲା । କୋଲକାତା ପୁଲିସ ଏବଂ ଅଯୋଧ୍ୟା ପୁଲିସର […]

ବଡ଼ ଦୁର୍ଘଟଣା ଟଳିଲା : ଅବତରଣ ସମୟରେ ବିମାନ ଟାୟାରରେ ନିଆଁ ଲାଗିଲା

ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯାଇଥିଲା । ପୁଲିସ ନିଶ୍ଚିତ କରିଛି ଯେ, ନିଆଁ ଲିଭାଇ ଦିଆଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, କାଠମାଣ୍ଡୁର ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ତୁର୍କୀ ଏୟାରଲାଇନ୍ସର ବିମାନ TK-726 ଇସ୍ତାନବୁଲରୁ କାଠମୁଣ୍ଡ ଆସୁଥିଲା । ବିମାନଟି ଅବତରଣ କରିବା ସମୟରେ ଆଗ ଟାୟାରରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନ […]

ନୟାଗଡ: ପିସିଆରକୁ ଫୋନ୍‌ କରିବାରୁ ଯୁବକଙ୍କୁ ହାଣିଦେଲେ ଖଣି ମାଫିଆ

ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଜଣେ ପୁଲିସ କର୍ମଚାରୀ ଏବଂ ବାଲିପାଟଣାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ରାଜ୍ୟବାସୀ ଭୁଲି ପାରି ନଥିବା ବେଳେ ଆଜି ନୟାଗଡ଼ରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ। ଖବର ଅନୁଯାୟୀ, ଚୋରା ମାଙ୍କଡ଼ା ପଥର ଖଣିକୁ ବିରୋଧ କରି ଆସୁଥିଲେ ସ୍ଥାନୀୟ ଲୋକେ। ମାଙ୍କଡ଼ା ପଥର ବୋଝେଇ ଗାଡ଼ିକୁ ଅଟକାଇ ପିସିଆର୍‌କୁ ଖବର ଦେଇଥିଲେ। ଏହାକୁ ନେଇ ଖଣି […]

ଇରାନ–ଆମେରିକା ଆଲୋଚନା ବିଫଳ , ଅଶୋଧିତ ତୈଳ ଦର ୪% ବୃଦ୍ଧି

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି।ଗୋଟିଏ ପଟେ, ଆମେରିକା ସମାଧାନ ପାଇଁ ଚାପ ପ୍ରୟୋଗ କରୁଛି; ଅନ୍ୟପଟେ, ଇରାନ କ୍ଷତିପୂରଣ ଏବଂ ପ୍ରତିବନ୍ଧକ ଉଠାଇବା ପାଇଁ ତା’ର ଦାବିରେ ଅଟଳ ରହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ପ୍ରତି ତେହରାନର ପ୍ରତିକ୍ରିୟାକୁ ଆମେରିକା ପ୍ରତ୍ୟାଖ୍ୟାନ କରିବା ଫଳରେ ଅଶୋଧିତ ତୈଳ ଦର ୪ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଆଗାମୀ ଦିନରେ ବିଶ୍ବ ବଜାର […]

ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ।ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା । ସେପଟେ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଆଧାରରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. […]

ଆସନ୍ତା ୪୮ ଘଣ୍ଟାରେ ବଙ୍ଗୋପସାଗରେ ସୃଷ୍ଟି ହେବ ଲଘୁଚାପ, ଆସୁଛି ବଡ଼ ବର୍ଷା

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଓଡ଼ିଶାକୁ ବାତ୍ୟାର ଆଶଙ୍କା ସୃଷ୍ଚି କରିଛି ଏହି ଘୂର୍ଣ୍ଣିବଳୟ  କିନ୍ତୁ ଏହା ଓଡ଼ିଶାକୁ କେତେ ଦୁର ପ୍ରଭାବିତ କରିବ ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ । ସେପଟେ ଆସନ୍ତା ୨୪ ଘଂଟାରେ ବିଜୁଳି ଘଡ଼ଘଡ଼ି […]

“ରାୟଗଡ଼ାରେ ଗ୍ୟାଙ୍ଗ ୱାର”ଗୋଡେଇ ଗୋଡେଇ ଗୁଳିକରି ଅପହରଣ ଓ ହତ୍ୟା

ରାୟଗଡ଼ ୧୦/୦୫ ରାୟଗଡା ସହରର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ କରିନେଇଥିବା ଜଣାପଡିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗତକାଲି ରାତି ୧୦.୩୦ ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଯୁବକଙ୍କୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁବକ ଜଣଙ୍କ ଭୟରେ ଦୌଡି […]

ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ।ଏବେ ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର

ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ. ଏପିଜେ ଅବଦୁଲ କଲାମ ଦୀପରୁ ମଲ୍ଟିପଲ୍‌ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେଡ୍‌ ରି-ଏଣ୍ଟ୍ରି ଭେହିକଲ୍‌ (ଏମ୍‌ଆଇଆରଭି) ରୁ ଉନ୍ନତ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।ସାଧାରଣତଃ ଗୋଟିଏ ମିସାଇଲ ଗୋଟିଏ ଲକ୍ଷ୍ୟଭେଦ କରିଥାଏ, କିନ୍ତୁ MIRV ଯୁକ୍ତ ଅଗ୍ନି ମିସାଇଲର ବିଶେଷତ୍ୱ ରହିଛି  ।  ଏହି ଗୋଟିଏ ମିସାଇଲ୍ ଆକାଶକୁ ଯିବା ପରେ ଏଥିରୁ […]