ଆଶ୍ରମରେ ଯୁବତୀଙ୍କୁ ନିଶା ବଟିକା ଖୁଆଇ ଦୁଷ୍କର୍ମ ଅଭିଯୋଗରେ ବାବା ଗିରଫ ।

ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ଯୁବତୀକୁ ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ବାବାକୁ ଗିରଫ କରିଛି ।‌ ସୂଚନାଥାଉକି, ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ଉକ୍ତ ରୋଗର ଚିକିତ୍ସା ପାଇଁ ଗତ କିଛି ମାସ ହେବ ରେଢ଼ାଖୋଲ ଥାନା […]

ଆଜି ଅପରାହ୍ଣରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆଜି ଅପରାହ୍ଣରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ। ବାଙ୍ଗିରିପୋଷି ରେଳ ଷ୍ଟେସନରେ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଆଜି ସକାଳ ୧୦ ଟା ବେଳେ ବାସଭବନ ରୁ ବାହାରି ଦାଣ୍ଡ ବୋଷ ହେଲିପ୍ୟାଡ୍ ଅଭିମୁଖେ ଗସ୍ତ କରିବେ ମହାମହିମ । ହେଲିକପ୍ଟର ଯୋଗେ ବାଙ୍ଗିରୀପୋଷୀ ଆସି ରେଳ ଷ୍ଟେସନ ଠାରେ ଆୟୋଜିତ ସଭାରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, […]

ନିଜ ଗୁରୁଙ୍କୁ ଦେଖି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ନିଜ ଜନ୍ମମାଟିର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଯାଇଥିଲେ। ରାଷ୍ଟ୍ରପତି ବନିଥିବା ଗାଁ ଝିଅଙ୍କୁ ପାଖରେ ପାଇ ଉପରବେଡ଼ାବାସୀ ତ କୃତ୍ୟ କୃତ୍ୟ ହେଲେ। ରାଷ୍ଟ୍ରପତିଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପାଠ ପଢ଼ାଇଥିବା […]

ବିଧାନସଭାରେ ପାରିତ ହେଲା ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ।

ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଶୁକ୍ରବାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ଏହି ବିଲ ମୁତାବକ, ଯଦି କୌଣସି ବ୍ୟକ୍ତି ବା ବ୍ୟକ୍ତିମାନେ ଏହି ଅଧିନିୟମ ଅଧୀନରେ ଅନୁଚିତ ସାଧନ ଏବଂ ଅପରାଧ ଅବଲମ୍ବନ କରନ୍ତି, ତେବେ ସେ ଅତି କମରେ ତିନି ବର୍ଷ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ୟ୍ୟନ୍ତ କାରାବାସ ଏବଂ ଦଶ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ । […]

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ଖୋଲିବ ଆଉ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ। , ଅନୁଗୁଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହେବ।ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ଧର୍ମେନ୍ଦ୍ର କହିଛନ୍ତି, ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ଦେଶରେ ଉତ୍ତମ ଗୁଣାତ୍ମକ […]

BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ସମ୍ପ୍‌ରେ ଫସିଥିବା ଶ୍ରମିକଙ୍କ ମୃତ୍ୟୁ

ଗ୍ୟାସ୍ ପାଇପ୍ ଲିକ୍ ହେଲା । ମରାମତି ପାଇଁ ଯାଇଥିଲେ ଶ୍ରମିକ ଜଣକ । କିନ୍ତୁ ସେ ଜାଣି ନଥିଲେ ସେଠାରେ ସେ ଫସିଯିବେ ବୋଲି । ସେହି କର୍ତ୍ତବ୍ୟ ପଥରେ ହିଁ ଚାଲିଗଲା ଶ୍ରମିକଙ୍କ ଜୀବନ । ସୂଚନାଯୋଗ୍ୟ ଯେ, କଟକ-ପାରାଦୀପ ତାଳଦଣ୍ଡା ନିକଟରେ BPCL ଗ୍ୟାସ୍‌ ପାଇପ୍ ଲାଇନ୍ ମରାମତି କାମ ଚାଲିଥିଲା ।ତେବେ ଏହି ଗ୍ୟାସ୍ ପାଇପ ଲାଇନ ରେ ଲିକ୍ ଯୋଗୁ ଦୁଇଜଣ ଶ୍ରମିକଙ୍କୁ ପାରାଦୀପରୁ ନେଇଥିଲେ ଠିକାଦାର । ସେଠାରେ […]

ଶାଶୁ ଘର ଆଗଣାରେ ଜଳିଲା ବୋହୂର ଜୁଇ

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଗାଁରେ ପହଞ୍ଚିଥିଲେ ସସ୍ମିତା। ଏହି ଖବର ପ୍ରଚାରିତ ହେବା ପରେ ଜମିଥିଲା ଗାଁ ଲୋକଙ୍କ ଭିଡ଼। ତେବେ ଏଠି ପ୍ରଶ୍ନ ଉଠୁଛି ମୃତଦେହ ସତ୍କାର କରିବ କିଏ? କେଉଁଠି ମୃତଦେହ ସତ୍କାର ହେବ? ବାପ ଘର ଲୋକେ ଏନେଇ ଜ୍ୱାଇଁ ରାମକୃଷ୍ଣଙ୍କ ଗାଁର ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ। ଗାଁକୁ ମୃତଦେହ ଆସିଲେ, ଆମେ ସତ୍କାର କରିବୁ ବୋଲି ସରପଞ୍ଚ ପ୍ରସ୍ତାବ ଦେଇଥିଲେ। ହେଲେ ସେମାନେ ଏଥିରେ ରାଜି ହୋଇନଥିଲେ। […]

ଓଡିଶାରେ ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା

ଜାତୀୟ ରାଜଧାନୀ ଠାରୁ ବି ବଳି ଗଲାଣି ଓଡିଶାର ସହର । ତା ମଧ୍ୟରେ ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା ଭାବରେ ମୁଣ୍ଡ ଟେକିଛି । ଯାହାର ଏକ୍ୟୁଆଇ ୩୨୨ ଛୁଇଁଛି । ଏଥିସହିତ ଦେଶର ପ୍ରମୁଖ ୨୦ ପ୍ରଦୂଷିତ ସହର ଭିତରେ ରାଜ୍ୟର ୪ ସହର ଯଥା ଭୁବନେଶ୍ବର, କଟକ, ବାଲେଶ୍ବର ଏବଂ ଅନୁଗୁଳ ରହିଛି ।ଏହି ଗତ ସୋମବାର ରାଜ୍ୟ ରାଜଧାନୀ ଭୁବନେଶ୍ବର ମଧ୍ୟ ଦିଲ୍ଲୀର ବାୟୁ ମାନକୁ ଟପି ଯାଇଥିଲା । ଦେଶର […]

ଭରତପୁର ଥାନା ବିବାଦ : କମିଶନଙ୍କ ନିକଟରେ ହାଜର ହେଲେ ପକ୍ଷ ଓ ପ୍ରତିପକ୍ଷ ଓକିଲ

ଭରତପୁର ଥାନାରେ ପୋଲିସ ଆର୍ମି ମେଜର ଓ ବାନ୍ଧବୀ ବିବାଦ ମାମଲାରେ ଆଜିଠାରୁ କମିଶନଙ୍କ ପ୍ରାରମ୍ଭିକ ଶୁଣାଣି ଆରମ୍ଭ ହୋଇଛି । ଚିତରଞ୍ଜନ ଦାସ କମିଶନଙ୍କ ନେତୃତ୍ବରେ ଶୁଣାଣି ଆରମ୍ଭ ହୋଇଛି । ପ୍ରଥମ ଶୁଣାଣିରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଜେରା କରାଯାଇଛି ।ସେଦିନ ଥାନାରେ କଣ ଘଟିଥିଲା ତାହାକୁ ଥାନାରେ କମିଶନଙ୍କ ଉପସ୍ଥିତିରେ ବର୍ଣ୍ଣନା କରିଥିଲେ ଆର୍ମି ମେଜରଙ୍କ ଓ ତାଙ୍କ ବାନ୍ଧବୀ । ଭରତପୁର ଥାନାରେ ରିସେପ୍ସନ ଠାରୁ ଆରମ୍ଭ କରି […]

ରାଜ୍ୟର ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡ଼ିଛି ୫୦୧୪ଟି ଡାକ୍ତର ପଦବୀ

ରାଜ୍ୟରେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଥିବା ବେଳେ ୫୦୧୪ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ଏହି ସବୁ ଡାକ୍ତରଖାନାଗୁଡ଼ିକରେ ୧୧୧୪ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୫୦ଟି ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମୟୂରଭଞ୍ଜରେ ୩୦୯ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଏହି ଦୁଇ ଜିଲ୍ଲାରେ ଯଥାକ୍ରମେ ୮୭ ଓ ୮୮ଟି ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ୨୮ଟି ସିଏଚ୍‌ସି ଥିବା […]

ମହିଳାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଲେ ରାଷ୍ଟ୍ରପତି

ନିଜ ଜନ୍ମମାଟିରେ ଶୁକ୍ରବାର ଖୁସି ମନାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରର ଉପରବେଡ଼ା ନିଜ ଗାଁ ମହିଳାମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ନାଚିଛନ୍ତି ରାଷ୍ଟ୍ରପତି। ଏହା ସହ ପ୍ରୋଟକଲ ଭାଙ୍ଗି ମହାମହିମ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ।ମାଟିର ଝିଅ ତଥା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଥିଲେ ସ୍ଥାନୀୟ ବାସିନ୍ଦା । ମହାମହିମଙ୍କୁ ସ୍ୱାଗତ କରିଛନ୍ତି ଗାଁ ଲୋକଙ୍କ ସହ ସାଙ୍ଗସାଥି ଓ ପରିବାର ବର୍ଗ ।ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଯେଉଁ ନାଚ […]

କଂଗ୍ରେସ ଏମ୍‌ପି ବସିବା ସିଟ୍‌ରୁ ମିଳିଲା ନୋଟ ବିଡା

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ବେଞ୍ଚରୁ ମିଳିଲା ଟଙ୍କା ବିଡ଼ା। ଟଙ୍କା ବଣ୍ଡଲ ମିଳିବା ପରେ ଗୃହରେ ପ୍ରବଳ ହଙ୍ଗାମା। ରାଜ୍ୟସଭା ଅଧ୍ୟକ୍ଷ ନିଜେ ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି । ଗତକାଲି ଗୃହ ମୁଲତବି ହେବା ପରେ ଯାଞ୍ଚ କରିଥିଲେ ସୁରକ୍ଷା ଅଧିକାରୀ । ରାଜ୍ୟ ସଭା ଆସନ ନମ୍ବର ୨୨୨ରୁ ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା। ଏହି ଆସନରେ ତେଲଙ୍ଗାନାରୁ କଂଗ୍ରେସ ଏମ୍‌ପି ଅଭିଷେକ ମନୁ ସିଂଘଭି ବସନ୍ତି। ତେଣୁ ଏହା ତାଙ୍କୁ […]