ମମତା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କଲେ ବ୍ୟବସାୟୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ ଆଳୁର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଆଳୁର ଅଭାବ ଯୋଗୁ ଓଡିଶା ହାଟ ବଜାରରେ ଆଳୁର ମୂଲ୍ୟବୃଦ୍ଧି ଘଟିଛି l ବଙ୍ଗୀୟ ଆଳୁ ବ୍ୟବସାୟୀମାନେ ସେମାନଙ୍କର ଶୀତଳ ଭଣ୍ଡାରରୁ ଆଳୁ ବିକ୍ରି କରି ନ ପାରି କ୍ଷତି ଆଶଙ୍କାରେ ସେଠାକାର ସରକାରଙ୍କୁ ଘେରିଛନ୍ତି lଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ। ମନ୍ତ୍ରୀଙ୍କ ସହ ଆଲୋଚନା […]

ଚଳିତ ବର୍ଷ ରାଜ୍ୟରେ ଶୀତର ପ୍ରକୋପ କମ୍ ରହିବ

ଚଳିତବର୍ଷ ଜାଡରୁ ମିଳିବ ତ୍ରାହି । ରାଜ୍ୟରେ ଶୀତ ଲହରୀ ଆଦୌ ରହିବନି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି । ଆସନ୍ତା ତିନି ମାସ ଯାଏ ରାତି ତାପମାତ୍ରା ଭଳି ଦିନ ; ରହିବ । ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଦିନ ତାପମାତ୍ରା ଅଧିକ ରହିବ । ସେହିଭଳି […]

 ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ । ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ସୂଚନା ଥାଉକି, ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ଗଞ୍ଜାମ ଏବଂ ଭୁବନେଶ୍ଵରର ୬ଟି ସ୍ଥାନରେ ରେଡ୍ ଚାଲିଛି। ବିଶ୍ଵନାଥଙ୍କ ଜୟପୁର ସ୍ଥିତ ତିନି ମହଲା […]

ରାଜଧାନୀରେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଜଧାନୀର ଲିଙ୍ଗିପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଏଠାରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୁଷ୍କର୍ମ କରିଥିବା ଅଭିଯୁକ୍ତର ନାଁ ଗୌର ନାୟକ। ସେ ସ୍ଥାନୀୟ ଅଞ୍ଚଳରେ ଦିନ ମଜୁରିଆ ଭାବରେ କାମ କରୁଥିଲା। ଏମିତିରେ ଯୁବତୀଙ୍କ ଉପରେ ତା’ର କୁଦୃଷ୍ଟି ପଡ଼ିଥିଲା। ଆଉ ସୋମବାର ଭିନ୍ନକ୍ଷମ ଯୁବତୀଙ୍କୁ ଘରେ କେହି ନଥିବା ଦେଖି […]

ଓଭରବ୍ରିଜ୍‌ରେ ଝୁଲି ରହିଛି ‘ଲକ୍ଷ୍ମୀ’ ବସ୍‌

ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ। ବସରେ ଯାତ୍ରୀ ନ ଥିବାରୁ ଟଳିଲା ବଡ଼ ଅଘଟଣ। ବ୍ରିଜ ତଳେ ଫାଣ୍ଡି ଛକରେ ଦୋକାନ ବଜାର ବନ୍ଦ୍ ହୋଇସାରି ଥିବାରୁ ସୌଭାଗ୍ୟ ବଶତଃ କାହାରି ମୃତ୍ୟୁ ହୋଇନାହିଁ । ସୂଚନା ଯେ, ଲକ୍ଷ୍ମୀ ବସ ନଂ ଓଡି-୦୧ଏଡବ୍ଲୁ ୨୬୩୨ ଟି ଚାନ୍ଦିପୁରରୁ ବାଲେଶ୍ୱର ଆସିଥିଲା। ଫକୀରମୋହନ ଗୋଲାଇରୁ ବସ ଷ୍ଟାଣ୍ଡ ଯାଉଥିବା ସମୟ ରେ ଫାଣ୍ଡି ଛକ ଓଭରବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଥିଲା । […]

ନୟାଗଡ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ନୂଆଗାଁ -( ପୁଷ୍ପଲତା ପ୍ରଧାନ): ଶିକ୍ଷକ ଭବନ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ଉପସଭାପତି ହୃଷିକେଶ ମହାନ୍ତି, ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, […]

ଭୀମଭୋଇ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧି ସଦଭାବନା ଗୃହରେ ଭୀମଭୋଇ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ଡ଼ ଅମୃତ କୁମାର ରାଉଳ, ମହିପୁର ସି ଏଚ୍ ସି ଅଧିକାରୀ ଦେବୀ ପ୍ରସାଦ ପ୍ରଧାନ,ଅତିରିକ୍ତ ତହସିଲଦାର କବିରାଜ ସେଠୀ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ ପ୍ରମୁଖ […]

ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ 

ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ନୌସେନା ଦିବସରେ ଯୋଗଦେବା ପାଇଁ ସବୁ ଦଳର ବିଧାୟକ ପୁରୀ ଯିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ଘୋଷଣା କରିଛନ୍ତି। ମଧ୍ୟାହ୍ନ 12:30 ରେ ବିଧାନସଭା ପରିସରରେ ଲଞ୍ଚ କରି ବସରେ ଯିବେ ସମସ୍ତ ବିଧାୟକ | ଏଥିସହ ପୁରୀ ଠାରୁ କୋଣାର୍କ ଯାଇ କୋଣାର୍କ ମହୋତ୍ସବ ଦେଖି ଫେରିବେ |ସୂଚନା ଯୋଗ୍ୟ, ଭାରତୀୟ ନୌସେନା ଦିବସ ପାଳନ ନେଇ ପୁରୀ […]

୩୩ ସ୍ମାର୍ଟଫୋନ୍‌ରେ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ୍‌

ମେଟା ଦ୍ଵାରା ପରିଚାଳିତ ମେସେଜିଂ ଆପ୍ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା ସଂସ୍କରଣ ପାଇଁ ସପୋର୍ଟ ଶେଷ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ iPhone 5s, iPhone 6 ଓ iPhone 6 Plusରେ ଆସନ୍ତା ବର୍ଷଠାରୁ ହ୍ବାଟ୍ସଆପ୍ କାମ କରିବ ନାହିଁ। WABetaInfoର ଏକ ରିପୋର୍ଟ ଅନୁସାରେ, ୨୦୨୫ ମସିହା ମେ’ ୫ ତାରିଖରୁ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା ଭର୍ସନକୁ ସପୋର୍ଟ କରିବ ନାହିଁ। ଏହି ପରିବର୍ତ୍ତନ ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ରେ ମଧ୍ୟ ଦେଖାଦେବ। […]

ପ୍ରେମିକ ଆଗରେ ତାଙ୍କ ପ୍ରେମିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଲଜ୍ଜା । ପ୍ରେମିକ ଆଗରେ ନାବାଳିକା ପ୍ରେମିକାକୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ। ପ୍ରେମିକ ସହ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ମହୁଲପାଲି ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଏନେଇ ପୋଲିସ ଏକ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ୪ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଠୋରରୁ ଅତି କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି।

ଜଜଙ୍କ ଦଣ୍ଡାଦେଶ ପରେ ୨ ଦୋଷୀ ମାରିଲେ ଚମ୍ପଟ।

ଏଟିଏମ୍‌ ଲୁଟ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ କୋର୍ଟ ରୁମ୍‌ରୁ ଚମ୍ପଟ ମାରିଲେ ଦୁଇ ରାଜ୍ୟ ବାହାର ଲୁଟେରା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ଆଜି ଲୁଟ୍‌ ମାମଲାରେ ରାୟ ପ୍ରକାଶ ପାଇବାର ଥିଲା। ତେଣୁ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସକିଲ ଓ ଶାହାରୁଖ କୋର୍ଟରେ ହାଜର ଥିଲେ। ନିର୍ଦ୍ଧାରିତ ସମୟରେ ବିଚାର ଆରମ୍ଭ ହୋଇଥିଲା। ଜବାଲ ସବାଲ୍‌ ପରେ ସାକ୍ଷ୍ୟ ପ୍ରମାଣ ଆଧାରରେ ନବରଙ୍ଗପୁର CJM କୋର୍ଟ […]

ଆସନ୍ତାକାଲିଠାରୁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ,ସୁରକ୍ଷା ବ୍ୟବସ୍ଥା କଡାକଡି

ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୩ ତାରିଖରୁ ୭ ତାରିଖ ଯାଏଁ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଚିଠିରେ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସୂଚୀ ସାମ୍ନାକୁ ଆସିଛି ।ନିର୍ଦ୍ଧାରିତ ସମୟ ଅନୁସାରେ, ଆସନ୍ତାକାଲି (ମଙ୍ଗଳବାର-୩ ତାରିଖ) ଅପରାହ୍ନ ୨.୩୦ ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ […]