ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଳେଶ୍ଵର ମ୍ୟୁନିସିପାଲିଟି ଅଧୀନସ୍ଥ ସେକବାଡ ଗ୍ରାମରେ ଚୋରା ରେ ବ୍ରାଉନସୁଗାର ବେପାର ଚଳାଇଥିବା ସ୍କୁଟି ଦିଦି ଓରଫ ରୁକସାନା ବିବିଙ୍କ ଘରେ ଚଢ଼ାଉ କରିଛି। ଦୀର୍ଘଦିନ ଧରି ସ୍କୁଟିରେ ବୁଲି ବୁଲି ବ୍ରାଉନସୁଗାର ବେପାର କରୁଥିବା ଏହି ମହିଳାଙ୍କ ଘରୁ ଚଢ଼ାଉ ସମୟରେ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିଲେ […]
କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କମିଲା ମ୍ୟାଚର ଟିକେଟ୍ ଦର । ଟିକେଟ ଦର ବୃଦ୍ଧି ନେଇ ଅସନ୍ତୋଷ ବଢୁଥିବା ବେଳେ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଶ୍ୱସ୍ତି । ଟିକେଟ ଦର ହ୍ରାସ ସାମାନ୍ୟ ହ୍ରାସ ପାଇଛି । ଗ୍ୟାଲେରି-୧ ପାଇଁ ଟିକେଟ ଦର ୧୨ ଶହ ଧାର୍ଯ୍ୟ କରାଯାଇଥିବା ବେଳେ ଶହେ ଟଙ୍କା କମି ୧୧ ଶହ ଟଙ୍କା ହୋଇଛି । ସେହିପରି ଗ୍ୟାଲେରି- ୨ ପାଇଁ ଟିକେଟ ଦର ୧୦୦୦ ଟଙ୍କା ଧାର୍ଯ୍ୟ […]
ରାୟଗଡା/୧୯/୧୧/୨୪ : ଆସନ୍ତା ଡିସେମ୍ବର ମାସ ୧୭ ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ରାୟଗଡ ଜିଲ୍ଳାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ରାୟଗଡ ବିଧାୟକ, ଶ୍ରୀଯୁକ୍ତ କାଦ୍ରାକା ଆପାଳସ୍ୱାମୀ,ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ,ଵିଷମ କଟକ ବିଧାୟକ, ନୀଳମାଧଵ ହିକକା,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି, ଆରୋକ୍ଷୀ ଅଧିକ୍ଷିକା […]
ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଆଗାମୀ ଦିନରେ ଆହୁରି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ଉନ୍ନତମାନର ଚିକିତ୍ସା ସେବା ସହିତ ଅନ୍ୟ ସୁବିଧା ମଧ୍ୟ ଦିଆଯିବାକୁ ଗୁରୁତ୍ବ ଦିଆଯଉଛି।ଆଜି କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ କମିଟି ବୈଠକରେ ହସ୍ପିଟାଲ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସାଂସଦଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ହସ୍ପିଟାଲକୁ ୧ ହଜାର ୪୩୨ଟି ଡାଇଲେସିସ କେସ୍ […]
ଖୋଲୁଛି କଳକୀ ବାବାଙ୍କ ଭାଣ୍ଡାମୀର ଗୁମର। ସାମ୍ନାକୁ ଆସୁଛି ଭଣ୍ଡ କଳ୍କୀ ବାବାଙ୍କୁ ନେଇ ନୂଆ ନୂଆ ତଥ୍ୟ । କୁନି ବାବାଙ୍କୁ ବିଷ୍ଣୁ ଅବତାର ଭାବେ ସଜାଯାଇଥିଲା । ବିଷ୍ଣୁଙ୍କ ଫଟୋ ସହ କୁନି ବାବାଙ୍କ ଫଟୋ ରଖାଯାଇ, ବହି କରି ଅନୁଗାମୀଙ୍କୁ ବଣ୍ଟା ଯାଉଥିଲା । ୩ ବର୍ଷ ବୟସରେ ବୋଲେରୋ ଗାଡ଼ି ଚଳାଉଥିଲେ କୁନି ବାବା । ୪୦ ରୁ ୫୦ କିଲୋମିଟର ବେଗରେ ବୋଲେରୋ ଗାଡ଼ି ଚଳାଇଥିବା ବହିରେ ଲେଖିଛନ୍ତି ବାବାଙ୍କ […]
ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ୩ ହାତୀ ଅପମୃତ୍ୟୁ ଘଟଣା । ନିଜ ଆଡୁ ମାମଲା ଦାୟର କରିଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍ ଆଘାତରେ ୩ ହାତୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ବିଦ୍ୟୁତ୍ ତାର ବିଛାଇଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟଜଣେ ଫେରାର ଥିବା ଜଣାପଡିଛି। ସୋମବାର […]
ବୁଧବାର ଠାରୁ ବରଗଡ଼ରେ ଦାନକିଣା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ କରିଛନ୍ତି । ସମ୍ବଲପୁରରେ ୨୧ ତାରିଖରୁ ଆରମ୍ଭ ହେବ । ଧାନ ସଂଗ୍ରହ ପାଇଁ ନିକ୍ଷୁଣ ବ୍ୟବସ୍ଥା ସରକାର କରିଛନ୍ତି । ପୋଲିସ ପାଟ୍ରୋଲିଂ କରିବ । ଧାନ କିଣା ଆରମ୍ଭ ରୁ ଧାନ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏ ଅଧିକୃତ ଅଧିକାରୀ ରହିବେ ଏବଂ ଦେଖିବେ କଟନୀ ଛଟନୀ ହେଉଛି । ଏହା ସହ ଚାଷୀ ତାହାର ଉପଯୁକ୍ତ ମୂଲ୍ୟ […]
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୧ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା । କ୍ରମେ ଏହା ଘନୀଭୂତ ହୋଇ ୨୩ ତାରିଖରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତିକରି ଅବପାତ ରୂପ ନେଇପାରେ । ତେବେ ଲଘୁଚାପର ପ୍ରଭାବ କିଭଳି ରହିବ, ଏଯାଏଁ ତାହା ସ୍ପଷ୍ଟ ହୋଇନି ।ନଭେମ୍ବର […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଡିଜିପି କନ୍ଫରେନ୍ସରେ ଯୋଗ ଦେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ନଭେମ୍ବର ୨୯ରୁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସବୁ ରାଜ୍ୟର ପୋଲିସ ଡିଜି ବୈଠକରେ ଯୋଗ ଦେବେ ।୨୦୨୬ ସୁଦ୍ଧା ଦେଶର ନକ୍ସଲମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଫୋକସ ରହିଛି । ଓଡିଶାରେ […]
ବିଦେଶ ମାଟିରେ ଆରମ୍ଭ ହେଲା ଓଡ଼ିଆ ଭାଷା ଶିକ୍ଷା। ଏଣିକି ପ୍ରବାସୀ ଓଡ଼ିଆ ଭାରତ ବାହାରେ ଥାଇ ମଧ୍ୟ ଓଡ଼ିଆ ପଢ଼ିବାର ସୁଯୋଗ ପାଇପାରିବେ। ଟୋରଣ୍ଟ୍ ଜିଲ୍ଲା ସ୍କୁଲ୍ ବୋର୍ଡରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି ମିଳିଛି। ପୂର୍ବରୁ ହିନ୍ଦୀ ଭଳି କେତେକ ଭାରତୀୟ ଭାଷା ଶିକ୍ଷା ପାଇଁ ଅନୁମତି ମିଳିଥିବାବେଳେ ପ୍ରଥମଥର ଓଡ଼ିଆ ଭାଷାରେ ଶିକ୍ଷାକୁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ ଏହା ଟମ୍ ଓ ସାଣ୍ଟେର ପବ୍ଲିକ ସ୍କୁଲରେ ଆରମ୍ଭ ହୋଇଛି। ପ୍ରତି ଶନିବାର […]
ନିଶାଗ୍ରସ୍ତ ଅବସ୍ଥାରେ ସୈତାନ ସାଜିଲେ ମା’-ବାପା । ପୁଅକୁ ମାରି ମାଟିରେ ପୋତିଦେଲେ । ନିଜ ଜନ୍ମ କଲା ସନ୍ତାକୁ ହତ୍ୟାକରିବା ପରେ ଏପରି କରିଛନ୍ତି ବାପା ମାଆ । ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ମୁଣ୍ଡା ସାହିର ଘଟଣା ।ଚୌଦ୍ଵାର ପୋଲିସ ଖବର ପାଇ ବାପା ମା ଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହାସହ ପୁଅର ଶବକୁ ଜବତ କରି ପୋଲିସ ସବୁ ଦିଗରୁ ଛାନ୍ଭିନ୍ କରୁଛି । ତେବେ ଏଭଳି […]
ରାଜ୍ୟରେ ଅଛନ୍ତି ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନକାର୍ଡ ହିତାଧିକାରୀ । ବର୍ତ୍ତମାନ ସୁଦ୍ଧା ଇ- କେୱାଇସ କରିଛନ୍ତି ୨ କୋଟି ୬୬ ଲକ୍ଷ ୮୫ ହଜାର ୯୩୮ ହିତାଧିକାରୀ । ଏବେ ବି ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ଇ- କେୱାଇସ କରିନାହାନ୍ତି ।କିନ୍ତୁ ରାଜ୍ୟ ବାହାରେ ରହୁଥିବା ୯୪ ହଜାର ୬୫ ଜଣ ହିତାଧିକାରୀ ଇ-କେୱାଇସି କରିଛନ୍ତି । ଗଂଜାମ ଜିଲ୍ଲାରେ ସର୍ବାଧିକ ୫ ଲକ୍ଷ ୪୨ […]
