ସୁନାମୀ ସୁରକ୍ଷା ନେଇ ଓଡ଼ିଶାର ୬ ଜିଲ୍ଲାର ୨୪ ଗାଁକୁ ଟ୍ୟାଗ୍ ପ୍ରଦାନ କରିଛି ୟୁନେସ୍କୋ ।

ସୁନାମୀ ମୁକାବିଲା ପାଇଁ ପ୍ରସ୍ତୁତ ସମୁଦ୍ର କୂଳିଆ ଗାଁ । ସୁନାମୀ ସୁରକ୍ଷା ନେଇ ଓଡ଼ିଶାର ୬ ଜିଲ୍ଲାର ୨୪ ଗାଁକୁ ଟ୍ୟାଗ୍ ପ୍ରଦାନ କରିଛି ୟୁନେସ୍କୋ । ଏଥିରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲାର ଉପକୂଳବର୍ତ୍ତୀ ୨୪ ଗାଁକୁ ୟୁନେସ୍କୋର ଆନ୍ତ ସରକାରୀ ଓସେନୋଗ୍ରାଫିକ୍ କମିଶନ ସୁନାମୀ ପ୍ରସ୍ତୁତି ପ୍ରମାଣ ପତ୍ର ପ୍ରଦାନ କରିଛି । ୧୧ ନଭେମ୍ବରରେ ଇଣ୍ଡୋନେସିଆରେ ଦ୍ୱିତୀୟ ଗ୍ଲୋବାଲ୍ […]

ଏସସିବି ମେଡ଼ିକାଲରେ ୩ ମାସ ମଧ୍ୟରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ । 

କଟକ ଏସସିବିରେ ହାର୍ଟ ଟ୍ରାନ୍ସପ୍ଲାଣ୍ଡ କରାଯିବ । ଆଗାମୀ ୩ ମାସ ଭିତରେ ଏହା ସମ୍ଭବ ହେବ । ଚେନ୍ନାଇ ଏମଜିଏମ ହସ୍ପିଟାଲ ସହାୟତାରେ ବ୍ୟବସ୍ଥା କରାଯାଇଛି । ଏମଜିଏମ ଡାକ୍ତରୀ ଟିମ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିତ୍ତିଭୂମିକୁ ଅନୁଧ୍ୟାନ କରାଯାଇଛି । ଏମଜିଏମ ଟିମ ଦ୍ୱାରା ରୋଗୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କେନ୍ଦ୍ରରେ ରୋଗୀଙ୍କ ସ୍କ୍ରିନିଂ ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କୁ ଚିହ୍ନଟ କରାଯିବ । ପୂର୍ବରୁ ଏସସିବି ମେଡିକାଲରେ ଲିଭର, କିଡନୀ […]

ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି

ବହୁ ଚର୍ଚ୍ଚିତ ଭରତପୁର ଥାନା ମାମଲାର ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଆସନ୍ତା ନଭେମ୍ବର ୨୨ରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ୩୧ ଜାନୁଆରୀ ୨୦୨୫ ଯାଏଁ ବୃଦ୍ଧି କରାଯାଇଛି ।ସେପ୍ଟେମ୍ବର ୧୪ ତାରିଖ […]

ରାଜ୍ୟରେ ଖୋଲିବ ଆଉ ୩ଟି ଓମ୍‌ଫେଡ୍‌ ଫ୍ଲାଣ୍ଟ

ରାଜ୍ୟରେ ଖୋଲିବ ଓମଫେଡର ୩ଟି ନୂଆ ପ୍ଲାଣ୍ଟ। ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରଠାରେ ଖୋଲିବ ଏହି ୩ଟି ନୂଆ ପ୍ଲାଣ୍ଟ । ଏହାସହ ଓମଫେଡ ମିନେରାଲ ୱାଟର ଓ ଚକଲେଟ ଆସିବ । ସେହିପରି ବିଭିନ୍ନ ଜାଗାରେ ଓମଫେଡ ପାର୍ଲର ଖୋଲାଯିବ । ଓମଫେଡର ସମୀକ୍ଷା ବୈଠକ ହେବା ପରେ ଏନେଇ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱର ଠାରେ ଖୋଲିବ ନୂଆ ପ୍ଲାଣ୍ଟ । ଓମ୍‌ଫେଡ ପାଣି, ଚକୋଲେଟ […]

ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ

ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ଦେଶରେ ପାଳନ କରାଯାଏ। ଏହି ଦିନଟି ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍‌ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା।୧୯୬୬ ମସିହା ଆଜିର ଦିନରେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍‍ କାଉନ୍‍ସିଲ ଗଠନ କରିଥିଲେ । ସମ୍ବାଦପତ୍ର ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଏବଂ ପ୍ରେସ୍‍ କାଉନ୍‍ସିଲ ହେଉଛି ସମ୍ବାଦପତ୍ର ମାନଙ୍କର ନୈତିକ ପ୍ରହରୀ । ସମ୍ବାଦପତ୍ର […]

ଆତ୍ମଘୋଷିତ ବାବା କାଶୀନାଥଙ୍କ କାରନାମା ,ପାଦରେ ତୁଳସୀ ଚଢାଇ ଭଗବାନ ଭାବେ ଚାଲିଛି ପୂଜାର୍ଚ୍ଚନା ।

ସାମ୍ନାକୁ ଆସିଲା ଆତ୍ମଘୋଷିତ ବାବା କାଶୀନାଥଙ୍କ କାରନାମା । ନିଜ ପୁଅକୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦ ତଳେ ତୁଳସୀ ଓ ଗୀତା ରଖିଥିବା ଅଭିଯୋଗ । ଥାନାରେ ଏତଲା ଦେଲା ଓଡ଼ିଶା ସମାଜସେବୀ ମହାସଂଘ । । ପିଲାଟି ପ୍ରଭୁ ଜଗନ୍ନାଥଙ୍କ ଅବତାର ବୋଲି ପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି । ଖଣ୍ଡଗିରିର ଏକ ଆଶ୍ରମରେ ପୂଜା ପାଉଥିବା ଏହି କୁନି ସାରଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉତ୍ତର ଦେଇଛନ୍ତି ଟ୍ରଷ୍ଟି ପାଣ୍ଡବ କୁମାର […]

ଶ୍ଵଶୁର ଘରେ ଜ୍ବାଇଁ ଲୁଚାଇଥିଲା ଚୋରି କରିଥିବା ୨୧ ଲକ୍ଷ ଟଙ୍କା

ବାଲେଶ୍ଵର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡ଼ ମନ୍ଦାରୁଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଖତଗଦାରୁ ମିଳିଛି ୨୧ ଲକ୍ଷ ଟଙ୍କା। ଏହି ଟଙ୍କାକୁ ଜବତ କରିଛି ହାଇଦ୍ରାବାଦ ପୁଲିସ। ଜ୍ବାଇଁ ହାଇଦ୍ରାବାଦର ଏକ କମ୍ପାନୀ ଆଗ୍ରୋ ଇଣ୍ଡଷ୍ଟ୍ରିଜରେ କାମ କରୁଥିବାବେ​‌ଳେ ସେଠାରୁ ଏହି ଟଙ୍କା ଚୋରି ହୋଇଥିଲା। ଅଭିଯୁକ୍ତ ଯୁବକ ଚୋରି ଟଙ୍କାକୁ ନିଜ ଶଳା ହାତରେ ପଠାଇଥିଲେ, ଯାହାକୁ ସେ ନିଜ ଘରେ ଲୁଚାଇ ରଖିଥିଲେ। ଘଟଣା ପରଠୁ ଭିଣୋଇ ଫେରାର୍ ଅଛନ୍ତି । ଟଙ୍କା […]

ରାଜଧାନୀରେ ଲଜ୍ଜା: ୭ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

ଦିନକୁ ଦିନକୁ ଅସୁରିକ୍ଷିତ ହେବାରେ ଲାଗିଛି ସ୍ମାର୍ଟ ସିଟି ଭୁବନେଶ୍ବର । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଲିଙ୍ଗରାଜ ଥାନା ଅଞ୍ଚଳରେ ୭ ବର୍ଷୀୟ ଝିଅକୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଏତଲା ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ କରୁଛି ପୋଲିସ୍ ।ସକାଳୁ ନିଖୋଜ ଥିଲେ ୭ ବର୍ଷୀୟା ନାବାଳିକା । ପରିବାର ଲୋକେ ଖୋଜାଖୋଜି କରିଥିଲେ । ଖୋଜାଖୋଜି ପରେ ୧ ଘଣ୍ଟା ଭିତରେ ବୈଶିଷ୍ଟ୍ୟ ନଗରରୁ ଉଦ୍ଧାର […]

ଆଠଗଡ଼ ରେଞ୍ଜରେ ହାତୀ ଗଣନା ଆରମ୍ଭ

ଆରମ୍ଭ ହୋଇଛି ଆଠଗଡ଼ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା। ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଏହି ଗଣନା କାର୍ଯ୍ୟରେ ଲାଗିଛନ୍ତି। ଆଠଗଡ଼ ରେଞ୍ଜ ,ଖୁଣ୍ଟୁଣୀ, ବଡ଼ମ୍ବା, ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ନିଜ ନିଜର କ୍ଷେତ୍ରରେ ରହିଥିବା ବିଭିନ୍ନ ସ୍ଥାନରେ ବୁଲି ହାତୀଙ୍କ ଗଣନା ଚାଲିଛି। ଥର୍ମାଲ କ୍ୟାମେରାରେ ଏହି ଶୀତକାଳିନ ଗଣନା ଚାଲିଛି । ବର୍ଷକୁ ଦୁଇଥର ଏହି ହାତୀ ଗଣନା କରାଯାଏ । ଗ୍ରୀଷ୍ମ କାଳିନ […]

ଖୁଆଡ଼ରେ ପ୍ରଥମ ଶିକାର କଲା ଜିନ୍ନତ

ମହାରାଷ୍ଟ୍ରରୁ ଅଣାଯାଇ ଗୁରୁବାର ସନ୍ଧ୍ୟାରେ ସିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିବା ବାଘୁଣୀ ଜିନ୍ନତ ଖୁଆଡ଼ ଭିତରେ ପ୍ରଥମ ଶିକାର କରିଛି। ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଜିନ୍ନତ ରହୁଥିବା ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଏକ ବାରହା ଛଡ଼ାଯାଇଥିଲା। ଯାହାକୁ ଗୋଡ଼ାଇ ଗୋଡ଼ାଇ ଶିକାର କରିଥିଲା ଜିନ୍ନତ। ସିମିଳିପାଳରେ ପହଞ୍ଚିବା ପରେ ଜିନ୍ନତର ଏହା ପ୍ରଥମ ଶିକାର ଥିଲା।ବାର୍‌ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା ବାଘୁଣୀ । ଖାଇ ସାରିବା ପରେ ପାଣି ପିଇ ବିଶ୍ରାମ […]

କଟକ ବାଲିଯାତ୍ରାରେ ରାଗିଲେ ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନେକ ବର୍ଷ ବ୍ୟବଧାନ ପରେ ଜଣେ ମୁଖ୍ୟମନ୍ତ୍ରୀ କଟକ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି । କିନ୍ତୁ ଗତ କାଲି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ ଅତିଥି […]

ଇନ୍ଦୋର, ଡେରାଡୁନକୁ ହେବ ସିଧାସଳଖ ବିମାନ ସେବା

ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ଅଧିକ ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଉ ୫ଟି ସହରକୁ ଓ ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ୪ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍‌, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧା ସଳଖ ବିମାନ ସେବା ଆରମ୍ଭ ହେବ।ସେହିପରି ଝାରସୁଗୁଡା ବୀର […]