ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ଅଧିକ ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଉ ୫ଟି ସହରକୁ ଓ ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ୪ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌକୁ ସିଧା ସଳଖ ବିମାନ ସେବା ଆରମ୍ଭ ହେବ।ସେହିପରି ଝାରସୁଗୁଡା ବୀର […]
ଆଜି ଠାରୁ ଶ୍ରୀମନ୍ଦିର ଚାରି ଦ୍ବାର ଦେଇ ଶ୍ରଦ୍ଧାଳୁ ମାନେ ପ୍ରବେଶ କରିପାରିବେ । ପୁଣି ଥରେ ଶ୍ରୀମନ୍ଦିରରେ ୪ ଦ୍ଵାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଶନିବାର ସଂକ୍ରାନ୍ତିଠାରୁ ଶ୍ରଦ୍ଧାଳୁମାନେ ୪ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। କିନ୍ତୁ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ।ଶ୍ରୀମନ୍ଦିର ନାଟମଣ୍ଡପ ଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଅଛି । ପରବର୍ତ୍ତୀ ସମୟରେ […]
ଗୁଣପୁର/ରାୟଗଡ-ତା. ୧୫/୧୧- ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଣପୁର ଠାରେ ଜନଜାତି ଗୌରବ ଦିବସ ଭାବରେ ପାଳନ କରାଯାଇଛି । ଏହି ଅବସର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୁଣପୁର ତହସିଲ ପଡିଆ ଠାରେ ଏକ ବିରାଟ ସଭା ଆୟୋଜିତ ହୋଇଥିଲା । ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଭଗବାନ ବିର୍ଷା ମୁଣ୍ଡା ଜୟନ୍ତୀକୁ ସାରାଦେଶରେ […]
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ପରମ୍ପରାପକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ, ପୋଖରୀ, ମହୋଦଧିରେ ଡଙ୍ଗା ଭସାଇଛନ୍ତି।ବାଲେଶ୍ୱର ଜିଲା ସୋର ବ୍ଲକ ମାଣତ୍ରୀ ଗାଁରେ ଧୁମ୍ଧାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗାଁର ମଦନମୋହନ ଜୀଉ କମିଟି ପକ୍ଷରୁ ଗାଁ ପୋଖରୀରେ ୧୬୦ ଫୁଟ ଲମ୍ବର ଏକ ଡ଼ଙ୍ଗାକୁ ଭସା ଯାଇଛି । ଏଥିରେ ସଦସ୍ୟ ମାନେ ଦୀର୍ଘ ୨୧ବର୍ଷ ଧରି […]
କଟକ ସଦର ବ୍ଲକ୍ ୪୨ ମୌଜାର ଗୋବିନ୍ଦପୁର ଗାଁରେ ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ଅଘଟଣ । ଅଳ୍ପକେ ମୃତ୍ୟୁ ମୁଖରୁ ସାଧବ ପୁଅ ବେଶଧାରୀ ଯୁବକ ମାନେ ବର୍ତ୍ତିଗଲେ । ଡଙ୍ଗାରେ ବସି ସମସ୍ତେ କାଠଯୋଡ଼ି ନଦୀରେ ବୁଲିବା ବେଳେ ଏଭଳି ଅଘଟଣ ଘଟିଥିଲା । ଭାରସାମ୍ୟ ହରାଇ ହଠାତ ଡଙ୍ଗା ସହିତ ୭ ଜଣ ସାଧବ ପୁଅ ବେଶଧାରୀ ଯୁବକ ପାଣିରେ ବୁଡିଯିବା ଦେଖିବାକୁ ମିଳିଥିଲା । ସେମାନେ ପହଁରି ପହଁରି କୂଳକୁ […]
ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ ପହଞ୍ଚିଛି। କିନ୍ତୁ ସେପଟେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନ ଏବେ ଏହି ଟ୍ରଫିକୁ ପାକିସ୍ତାନ ଅଧିକୃତ କାଶ୍ମୀର (ପୋକ୍) କୁ ପଠାଇ ପାରିବେ ନାହିଁ। ନଭେମ୍ବର ୧୬ରୁ ନଭେମ୍ବର ୨୪ ତାରିଖ ଯାଏଁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସୂଚନା ମିଳିଛି। ଫଳରେ ବିମାନଟି ଝାଡ଼ଖଣ୍ଡର ଦେଓଘର ବିମାନବନ୍ଦରରେ ଅଟକି ରହିଛି। ଏଥିଯୋଗୁ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିବା ସୂଚନା ମିଳିଛି।ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିହାର ଗସ୍ତରେ ଯାଇଥିଲେ। ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ (ଜନଜାତୀୟ ଗୌରବ ଦିବସ) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ବିହାରର ଜାମୁଇଠାରେ ଆଦିବାସୀମାନଙ୍କ ଲାଗି ଉଦ୍ଦିଷ୍ଟ ଅନେକ ଉନ୍ନୟନମୂଳକ […]
ଜନତା ମଇଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପେସା ଆଇନ ଲାଗୁ ହେବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର । ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା ହେବ। ପେସା ଆଇନ କିପରି କାର୍ଯ୍ୟକାରୀ ହେବ ସେ ନେଇ ବିସ୍ତୁତ ଆଲୋଚନା କରାଯିବ। ଅନ୍ୟପକ୍ଷେ ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ପୋର୍ଟାଲର ଶୁଭରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଣେ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଡୋମିନିକା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଗୁୟାନାରେ ହେବାକୁ ଥିବା ଇଣ୍ଡିଆ-କାରିକମ୍ ସମ୍ମିଳନୀରେ ରାଷ୍ଟ୍ରପତି ସିଲଭାଇନ ବର୍ଟନ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ। ୨୦୨୧ ଫେବ୍ରୁଆରିରେ ପିଏମ୍ ମୋଦୀ ଡୋମିନିକାର ଏକ ବହୁମୂଲ୍ୟ ଉପହାର ଦେଇ କରୋନା ଭ୍ୟାକ୍ସିନ ଆଷ୍ଟ୍ରାଜେନିକାର ୭୦ ହଜାର ଡୋଜ ପଠାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦାରତା ଯୋଗୁଁ ଡୋମିନିକା ସରକାର […]
ଶିଶୁ ଦିବସରେ ଶିଶୁଙ୍କୁ ନିର୍ଯତନା । ସେ ବି ପୁଣି ନିଜ ଜନ୍ମକଲା ମାଆ ଆଗରେ । ଆଉ ମାଆ ସାଜିଥିଲା ନିରବଦ୍ରଷ୍ଟା । ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି । ଦୁଇ ପିଲାଙ୍କୁ ଗରମ ଷଣ୍ଢୁଆଶୀରେ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହି ଘଟଣାରେ ପୁଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି।ବାପା ଅନୁପସ୍ଥିତିରେ […]
ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଦେଶରେ ପ୍ରଥମ ଥର ସାଟେଲାଇଟ-ଟୁ-ଡେଭିସ ସର୍ଭିସ ଆରମ୍ଭ କରିଛନ୍ତି, ଯାହା ଦେଶର ସବୁଠୁ ଦୁର୍ଗମ ଅଞ୍ଚଳରେ ମଧ୍ୟ କନେକ୍ଟିଭିଟି ପ୍ରଦାନ କରିବ। ଦୂର ସଞ୍ଚାର ବିଭାଗ (ଡିଓଟି) ଏହି ଘୋଷଣା କରିଛନ୍ତି ଓ କହିଛନ୍ତି ଏହି ସର୍ଭିସ୍ ଆମେରିକୀୟ କମ୍ପାନୀ ଭାୟାସାଟ୍ କୋଲାବରେସନରେ ଆରମ୍ଭ କରାଯିବ। ଏହି ନୂଆ ଟେକ୍ନୋଲଜିର ଉଦ୍ଦେଶ୍ୟ ଏପରି କ୍ଷେତ୍ରକୁ କନେକ୍ଟିଭିଟି ପ୍ରଦାନ କରିବ ଯେଉଁଠାକୁ ସାଧାରଣ ମୋବାଇଲ ନେଟୱାର୍କ ପହଞ୍ଚି ନ ପାରୁଛି। ଏହି […]
ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଆର୍ଦ୍ରତା ପାଇଁ ରାତି ତାପମାତ୍ରା ମଧ୍ୟ କମୁନାହିଁ । ବାତ୍ୟା ଦାନା ପ୍ରଭାବରେ ଏବେ ବି ଉପକୂଳ ଓଡ଼ିଶାରେ ରାତିରେ ଗରମ ଅନୁଭୂତ ହେଉଛି । ଆଜିଠାରୁ ପବନର ଦିଗ ପରିବର୍ତ୍ତନ ହେବ । ବିଶେଷ କରି ଉତ୍ତର ଦିଗରୁ […]
