ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ

ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଜେଡିର ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପଟ୍ଟଶାଣୀଙ୍କ ବଡ଼ ବୟାନ । ପ୍ରସନ୍ନ କହିଲେ, ମୁଁ ବିଜେଡି ଲୋକ, ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦୁର୍ଭାଗ୍ୟ ଦଳ ଗଢିକି ଦଳ ଛାଡିଲା ବେଳେ ବଡ ଦୁଃଖ […]

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। 

ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସନ୍ତା ୨୩ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ । ଏହି ଅବସରରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ପରେ ୨୪ତାରିଖ ସକାଳ ୯ଟାରୁ ବାହାରି ପୁରୀ ଜିଲାସ୍ଥିତ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭୁବନେଶ୍ୱରସ୍ଥିତ […]

ବାକି ଆବେଦନକାରୀଙ୍କୁ ଦୀପାବଳିରେ ମିଳିବ ସୁଭଦ୍ରା ଟଙ୍କା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନିଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। କେନ୍ଦୁଝର ସର୍କିଟ ହାଉସ ଓ ମଣ୍ଡୁଆସ୍ଥିତ ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ପାଖାପାଖି ୨୫୦ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ ପତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତ୍ୟକ୍ଷଭାବେ ଏହା ଗ୍ରହଣ କରି ସମସ୍ୟାର ସମାଧାନ […]

ଜିଲ୍ଲାପାଳଙ୍କ ଉପସ୍ଥିତିରେ ଭାରତରତ୍ନ ଡ.ଅବଦୁଲ କାଲାମଙ୍କ ୯୩ତମ ଜନ୍ମବାର୍ଷିକ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର ମିଶାଇଲ ମ୍ୟାନ,ପ୍ରଥମ ବୈଜ୍ଞାନିକ ରାଷ୍ଟ୍ରପତି  ଭାରତରତ୍ନ  ସ୍ୱର୍ଗତ ଡ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୩ତମ ଜନ୍ମବାର୍ଷିକୀ  ଅବଦୁଲ କାଲାମ ସ୍ମୃତି କମିଟି ଏବଂ ଶିକ୍ଷକ ସମାଜ ପକ୍ଷରୁ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ,ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ […]

ରେଡ୍‌ ପାଇଁ ଯାଇଥିବା ବେଳେ ଅବକାରୀ କନଷ୍ଟେବଲଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ।

ବ୍ରହ୍ମପୁର ଟାଉନ୍‌ ଥାନା ଅଞ୍ଚଳରେ ଅଘଟଣ । ଚଢାଉ ବେଳେ ଅବକାରୀ କର୍ମଚାରୀଙ୍କୁ ମାଡ । ସଂଘବଦ୍ଧ ଆକ୍ରମଣରେ ଜଣେ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି । ଆହତ ପରେ କର୍ମଚାରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସଂଧ୍ୟାରେ କନଷ୍ଟେବଲ ସବ୍ୟସାଚୀ ସୂଚନା ପାଇ ମଦ ଦୋକାନ ନିକଟକୁ ଯାଇଥିଲେ । ସେହି ବନ୍ଦ ମଦ ଦୋକାନ ନିକଟରେ କିଛି ଦୁର୍ବୃତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ଭିଡିଓ […]

” ଲାଖମରା” ଏକ ଅନନ୍ୟ ପରମ୍ପରା

ରାୟଗଡ ତା ୧୪/୧୦ ଭାରତବର୍ଷ ଏକ ବହୁ ପୁରାତନ ଦେଶ ଯେଉଁଠି ଅନେକ ସାମ୍ପ୍ରଦାୟିକ ପରମ୍ପରା ଓ ସଂସ୍କୃତି ଦେଖିବାକୁ ମିଳିଥାଏ। ଏହିଭଳି ଏକ ଅନନ୍ୟ ପରମ୍ପରା ହେଉଛି ରାୟଗଡ ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଏହି ଲାଖବିନ୍ଧା । ସାଧାରଣତଃ ରାଜାରାଜୁଡ଼ାଙ୍କ ଅମଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ଆଜି ଆମେ ସାଧାରଣତଃ ବିଶ୍ୱସ୍ତରରେ ଏକ କ୍ରୀଡା ରୂପେ ମଧ୍ୟ ଦେଖି ଆସୁଛୁ। ଏହି ଲଖମରା ବିଜୟଦଶମୀ ତଥା ଦଶହରା ଦିନ ଅତି ନୀତି ନିୟମର […]

ପ୍ରେମ ବିଚ୍ଛେଦ ଯୋଗୁଁ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଜଣେ ଯୁବ ଇଞ୍ଜିନିୟର ୮ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ତାଙ୍କ ନାମ ରୋନିତ ଜେନା(୨୩) । ସେ ଖାରବେଳନଗର ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ୍‌ରେ ସପରିବାର ରହୁଥିଲେ । ପୁଅର ମୃତ୍ୟୁ ପାଇଁ ପ୍ରେମିକାକୁ ଦାୟୀ କରି ପରିବାର ଲୋକେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଖରାବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ପୂର୍ବର ଘଟଣା ସିସିଟିଭିରେ କଏଦ ହୋଇଛି ।ଛାତ ଉପରକୁ ସିଡିରେ ଯାଉଥିବା ଦୃଶ୍ୟ […]

ନାବାଳିକାଙ୍କୁ ଛୁରି ଦେଖାଇ ସାରା ରାତି ଦୁଷ୍କର୍ମ

ମାଲକାନଗିରି ଜିଲ୍ଲା କାଲିମେଳାରେ ଜଣେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି |ଶନିବାର ରାତି ପ୍ରାୟ ୮ଟାରେ ଅଭିଯୁକ୍ତ ଯୁବକ ମୋଟୁ ଥାନା ଅଞ୍ଚଳର ଏକ ଗାଁ ମୁଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ମାଛ ଧରିବାକୁ ବାହାରକୁ ଯାଇଥିବା ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ନାବାଳିକା ଝିଅ ଏକାକୀ ଥିବା ସମୟରେ ଘରେ ପଶି ତାଙ୍କୁ ଏକ ଛୁରି ଦେଖାଇ ଭୟଭୀତ କରିଥିଲେ। ପାଟି କଲେ ହତ୍ୟା ଧମକ ଦେଇଥିଲେ। ଏହାପରେ ସାରା ରାତି ନାବାଳିକାଙ୍କୁ ବଳାତ୍କାର କରିବା […]

ଗିରଫ ହେଲେ ୟୁ ଟ୍ୟୁବର ଶଙ୍କର ଓମ୍‌ ସରଣ ।

ଗିରଫ ହେଲେ ୟୁ ଟ୍ୟୁବର ଶଙ୍କର ଓମ୍‌ ସରଣ । ଭୁବନେଶ୍ୱର କମିଶନରେଟ୍‌ ପୁଲିସର ସାଇବର ଥାନା ପୁଲିସ ତାଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ଶଙ୍କର ଓମ୍‌ ନିଜ YouTube ଚ୍ୟାନେଲରେ ବିଭିନ୍ନ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ କଟୁ ଶବ୍ଦ ବ୍ୟବହାର କରିଥିଲେ। ଏଥିସହ ଆକ୍ଷେପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଜଣେ ମହିଳା ଗତ ୧୨ ତାରିଖରେ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ […]

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବଡ଼ଧରଣର ବିସ୍ଫୋରଣ

ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ସୋମବାର ବିସ୍ଫୋରଣ ଘଟିଛି। ବ୍ଲାକ ଫରନେସ ଫାଟିବା ସହ ଗ୍ୟାସ ଲିକ ହୋଇ ନିଆଁ ଲାଗି ଯାଇଛି। ଘଟଣାରେ କେହି ମୃତାହତ ହୋଇ ନଥିବା ଜିନ୍ଦଲ ପକ୍ଷରୁ ସୂଚନା। କିନ୍ତୁ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ।ଜରୁରୀକାଳୀନ ସୁରକ୍ଷା ପାଇଁ କମ୍ପାନୀ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପରିସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଣରେ ଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ନିଶା […]

‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଲୁଟି ଧରାପଡ଼ିଲେ ସାଇବର ଠକ

ପୁଲିସ୍‌ ବେଣାମୁଣ୍ଡା ଓ ରାଇସୁଆଁ ମୋ’ ସେବା କେନ୍ଦ୍ରରେ ତଦନ୍ତ କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା। ଏହି ଦୁଇ ମୋ ସେବାର କର୍ମଚାରୀଙ୍କୁ ଜେରା ବେଳେ ସେମାନେ ସବୁ ସତକଥା କହିପକାଇଥିଲେ।ଗତ ୪ ତାରିଖରେ ତେଲକୋଇ ଥାନା ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ରରେ ସୁଭଦ୍ରା ହିତାଧିକାରୀମାନେ ଆଧାର ସହିତ ମୋବାଇଲ ନମ୍ୱର ଲିଙ୍କ କରୁଥିବା ବେଳେ ସେମାନଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ୍‌ ହୋଇଯାଇଥିଲା। ପ୍ରାୟ ୨୦ରୁ ୨୫ ମହିଳା ଏହି ଠକାମୀରେ […]

ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ପାଇଁ ଟାସ୍କଫୋର୍ସ ଗଠିତ

ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ, ମିଶନଶକ୍ତି, ପର୍ଯ୍ୟଟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମାନ୍ୟବର ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ସଦସ୍ୟ ଭାବରେ ରହିଛନ୍ତି । ଏହି […]