‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଲୁଟି ଧରାପଡ଼ିଲେ ସାଇବର ଠକ

ପୁଲିସ୍‌ ବେଣାମୁଣ୍ଡା ଓ ରାଇସୁଆଁ ମୋ’ ସେବା କେନ୍ଦ୍ରରେ ତଦନ୍ତ କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା। ଏହି ଦୁଇ ମୋ ସେବାର କର୍ମଚାରୀଙ୍କୁ ଜେରା ବେଳେ ସେମାନେ ସବୁ ସତକଥା କହିପକାଇଥିଲେ।ଗତ ୪ ତାରିଖରେ ତେଲକୋଇ ଥାନା ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ରରେ ସୁଭଦ୍ରା ହିତାଧିକାରୀମାନେ ଆଧାର ସହିତ ମୋବାଇଲ ନମ୍ୱର ଲିଙ୍କ କରୁଥିବା ବେଳେ ସେମାନଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ୍‌ ହୋଇଯାଇଥିଲା। ପ୍ରାୟ ୨୦ରୁ ୨୫ ମହିଳା ଏହି ଠକାମୀରେ […]

ଦାଦନ ଜନିତ ବିସ୍ଥାପନ ସମସ୍ୟା ନିରାକରଣ ପାଇଁ ଟାସ୍କଫୋର୍ସ ଗଠିତ

ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ, ମିଶନଶକ୍ତି, ପର୍ଯ୍ୟଟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମାନ୍ୟବର ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ସଦସ୍ୟ ଭାବରେ ରହିଛନ୍ତି । ଏହି […]

‘ବ୍ରିକ୍ସ ବିଜିନେସ୍ ଫୋରମ୍ ୨୦୨୪’ରେ ଯୋଗଦେବେ ଲେଖକ ଶୁଭ୍ରାଂଶୁ ପଣ୍ଡା

ନୟାଗଡ଼, (ଓଡ଼ିଶା ଦର୍ପଣ): ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥ‌ିବା ‘ବ୍ରିକ୍ସ ବିଜିନେସ୍ ଫୋରମ୍ ୨୦୨୪’ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥ‌ିବା ବେଳେ ଏଥ‌ିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ ଅଛନ୍ତି। ଅକ୍ଟୋବର ୨୨ରୁ ୨୪ ଯାଏଁ ରୁଷିଆର କଜାନ୍‌ଠାରେ ‘ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪’ ହେବାକୁ ଥ‌ିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ […]

କବାଡ଼ି ଖେଳୁଖେଳୁ ଚାଲିଗଲା ଜୀବନ ।

ଏମିତି ବି ଆସେ ମୃତ୍ୟୁ । କବାଡ଼ି ଖେଳିବା ବେଳେ ଚାଲିଗଲା ଖେଳାଳୀଙ୍କ ଜୀବନ । ନୂଆପଡ଼ାରେ କବାଡି ଖେଳିବା ବେଳେ ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି ।ମୃତ ଯୁବକ ହେଲେ ଛତିଶଗଡ଼ ରାଜ୍ୟ ମହାସମୁନ ଜିଲ୍ଲା ସରେଇପାଲି ଥାନା ଡୁଡୁମଚୂଆ ଗ୍ରାମର ଖଗେଶ୍ବର ରାଠିଆ (୨୬)।ପ୍ରତିବର୍ଷ ପରି ଚଳିତବର୍ଷ ଦୁର୍ଗା ପୂଜା ଉପଲକ୍ଷେ କୋମନା ଥାନା ତରବୋଡ ଗାଁରେ ହୋଇଥିଲା ଆନ୍ତଃ ରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟ। ଏଥିରେ ବିଭିନ୍ନ ରାଜ୍ୟର ୨୧ଟି ଟିମ୍‌ […]

ରଙ୍ଗିଲା ବାବାର ଡବଲ ଆଧାର କାର୍ଡ ଥିବା ଖୁଲାସା

ଢେଙ୍କାନାଳ ଜିଲ୍ଲାର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ପରେ ବିବାଦରେ ଫସିଥିଲା ବାବା କୈବଲ୍ୟ ଜାନୀ । ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ଶନିବାର ଅପରାହ୍ନରେ ଆଶ୍ରମରେ ପୂଜା କରୁଥିବା ବେଳେ ବାବାକୁ ଢେଙ୍କାନାଳ ପୁଲିସ୍‌ ଉଠାଇ ପଚରାଉଚରା କରୁଛି। ହେଲେ ଆଶ୍ରମରୁ ଯୁବତୀଙ୍କୁ ପାଇନଥିଲା। ଶେଷରେ ସେହିଦିନ ବିଳମ୍ୱିତ ରାତିରେ ଢେଙ୍କାନାଳ ପୁଲିସ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ଉ କରି ଯୁବତୀଙ୍କୁ ଉଦ୍ଧାର କରିଛି।ଏବେ ଧିରେ ଧିରେ ଖୋଲୁଛି ରଙ୍ଗିଲା ବାବା କୈବଲ୍ୟ […]

ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୭ ଦଫା ଦାବି ପତ୍ର ପ୍ରଦାନ

ରାୟଗଡ଼ା : ତା : ୧୪/୧୦/୨୪ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ […]

ରେରା ଆଇନରେ ହେବ ବଡ ପରିବର୍ତ୍ତନ

ରାଜ୍ୟରେ ରେରା ଆଇନରେ ହେବ ବଡ ପରିବର୍ତ୍ତନ । ବିଭାଗ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି । ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ । ଜମିର କିଛି ଅଂଶ ମଧ୍ୟ ବିକ୍ରି କରିପାରିବେ । ସେନେଇ ରେରାର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ ।ଏହାସହ ଦଲାଲ ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । କହିଛନ୍ତି, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ […]

‘ଅମର ଦଳ ଛାଡିଦେଲେ କିଛି  ଫରକ୍ ପଡିବନି’

ବିଜେଡିରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି। ଦଳର ବରିଷ୍ଠ ନେତାମାନେ ଜଣେ ଜଣଙ୍କୁ ଆକ୍ଷେପ ପ୍ରତି ଆକ୍ଷେପ କରି ଚାଲିଛନ୍ତି। ବରିଷ୍ଠ ବିଜେଡି ନେତା ଅମର ଶତପଥୀଙ୍କୁ ସାଂଘାତିକ ଭାବେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି, ‘ ଦଳରେ ଯଦି ଅମର ଶତପଥୀ ଶ୍ୱାସରୁଦ୍ଧ ହୋଇଯାଉଛନ୍ତି ତେବେ ଦଳ ଛାଡି ଚାଲିଯାଆନ୍ତୁ । ସେ ନିଜ ପୁତୁରାଙ୍କୁୁ ପୂର୍ବରୁ ବିଜେପିକୁ ପଠାଇଦେଇଛନ୍ତି ଏବେ ନିଜେ ଲାଇନରେ […]

ଶ୍ରୀମନ୍ଦିରେ ମାଗଣା ମିଳିବ ଅଭଡ଼ା : ଆଇନ ମନ୍ତ୍ରୀ

ଚାରିଧାମ ଭିତରେ ଜଗନ୍ନାଥ ଧାମ ହେଉଛି ଶ୍ରେଷ୍ଠ ଧାମ । ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥାନ୍ତି । ତେବେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବଡ଼ ଘୋଷଣା। ମାଗଣା ମିଳିବ ମହାପ୍ରସାଦ କୁଡୁଆ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି |ମନ୍ତ୍ରୀ କହିଛନ୍ତି, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ଯୋଜନା କରାଯାଉଛି। ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି […]

ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ହବିଷ୍ୟାଳିଙ୍କୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । ହବିଷ୍ୟାଳିଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଯେପରି ମା ମାନଙ୍କ କୌଣସି ଅସୁବିଧା ହେବ ନାହିଁ ସେ ନେଇ ବ୍ୟବସ୍ଥା କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ତର୍ଜମା ଏବଂ ସମୀକ୍ଷା କରାଯାଇଛି । ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ […]

ସିସିଟିଭିକୁ ଶାଢ଼ୀରେ ଢାଙ୍କି ଲୁଟିନେଲେ ନଗଦ ଟଙ୍କା ସହିତ ସୁନା ଅଳଙ୍କାର

ମୟୁରଭଞ୍ଜ ଉଦଳାରେ ଲୁଟ୍‌ର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସିସିଟିଭିରେ ଶାଢି ଢାଙ୍କି ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ଏନ୍‌ଏସି ୪ନମ୍ବର ୱାର୍ଡର ଜଣେ ଶିକ୍ଷକଙ୍କ ଘରୁ ଦୁର୍ବୃତ୍ତ ଏହି ଲୁଟ୍‌ କରିଛନ୍ତି । ଲୁଟେରାମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଘରେ ପଶିବା ସହିତ ଘର ଭିତରେ ଥିବା ଗଡ଼ରେଜ ଏବଂ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା […]

ମାର୍ଗଶୀର ମାସରୁ ବାହାର କାଠରେ ୬ ଟିକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ସହ ରାଧାଦାମୋଦର ବେଶ କରାଯିବ । ତେବେ ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା । ବରିଷ୍ଠ ନାଗରିକ ଏବଂ ଦିବ୍ୟଙ୍ଗ ଓ ମହିଳା ଙ୍କ ପାଇଁ ହେବ ସ୍ୱତନ୍ତ୍ର […]