ଭୁବନେଶ୍ୱର ଗଣଦୁଷ୍କର୍ମ ଘଟଣା : ୩ ଗିରଫ

ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି।ଘଟଣାରେ ୨ ଜଣ ନୁହେଁ ୩ ଜଣଙ୍କ ସଂପୃକ୍ତି ରହିଛି । ତେବେ ୨ ଜଣ ଘର ଭିତରକୁ ଯାଇଥିଲେ, ଜଣେ ବାହାରେ ଥିଲା । ବାହାରେ ଥିବା ଲୋକଟି ୨ ଅଭିଯୁକ୍ତଙ୍କୁ ସହାୟତା କରିଛି ।ସୂଚନାନୁଯାୟୀ, ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟକୁ ଚୋରି କରିବା ପାଇଁ କିଛି ଦୁର୍ବୃତ୍ତ ଆସିଥିଲେ। […]

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ନୟାଗଡ଼, (ଓଡ଼ିଶା ଦର୍ପଣ): ଦଶପଲ୍ଲା ରାମମନ୍ଦିର ପରିସରରେ ଜିଲ୍ଲା ଏବଂ ଦୌରାଜଜ୍ ତଥା ଜିଲ୍ଲା ଆଇସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନେତୃତ୍ବରେ ଜିଲ୍ଲା ଆଇସେବା ପ୍ରାଧ‌ିକରଣତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇବରିଷ୍ଠ ନାଗରିକମାନଙ୍କ ପାଇଁ ଆଇନ୍‌ରେ ଥ‌ିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି […]

ଗାନ୍ଧୀ ଦର୍ଶନ ଏବଂ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନାଚକ୍ର, ତ୍ରିରଙ୍ଗା ଯାତ୍ରା

ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୫ ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ୭୮ ବର୍ଷ ଦେଶ ସ୍ୱାଧୀନତା ସ୍ମାରକୀ ଭାବେ ୭୮ ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ପତାକା ସହ ଗାନ୍ଧୀ ବିଚାରଧାରା କୁ ସମ୍ମାନ ଦେଉଥିବା ଶହଶହ ଗାନ୍ଧୀ ପ୍ରେମୀ ତ୍ରିରଙ୍ଗା ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ଥାନୀୟ ବ୍ଲକ ଯାଏଁ ଆସିଥିଲେ […]

ନୀତିକାନ୍ତିରେ ବିଭ୍ରାଟ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ- ଆଇନମନ୍ତ୍ରୀ

ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ ପଦକ୍ଷେପ । ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ୟ୍ୟାନୁଷ୍ଠାନ। ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ଲୁହା କଡ଼େଇ ଅବଢ଼ା ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ।ସେ କହିଛନ୍ତି, ଉକ୍ତ ମାମଲାର ଏବେ ବି ସମୀକ୍ଷା ଚାଲିଛି। ଯିଏ ବି ସମ୍ପୃକ୍ତ ଥିବା ଜଣାପଡ଼ିବ ତାଙ୍କୁ ନିସ୍ତାର ମିଳିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ କଠୋର ପଦକ୍ଷେପ […]

୪ ତାରିଖରେ ବେଳକୁ ଲଘୁଚାପ!

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବୁଧବାର ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। କ୍ରମଶଃ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ। ହେଲେ ଏହା ଅଧିକ ଘନୀଭୂତ ଆଶଙ୍କା କମ୍। ବାତ୍ୟା ଆକଳନ ହୋଇନି,ଏଲିନୋ ସକ୍ରିୟ ନାହିଁ, ଲାଲିନା ଚାଲିଛି। […]

ପୁଣି ଆଇପିିଏସ ସ୍ତରରେ ଅଦଳବଦଳ

ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍‌ ବିନୋଦ ପାଟିଲ ହେଲେ ମାଲକାନଗିରି ଏସ୍‌ପି । ପୂର୍ବରୁ ବିନୋଦ ପାଟିଲ୍‌ କେସିଙ୍ଗାର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିଲେ । ସେହିପରି ମିହିର କୁମାର ପଣ୍ଡା ହେଲେ ନବରଙ୍ଗପୁର ଏସ୍‌ପି । ମିହିର କୁମାର ପଣ୍ଡା ଏବେ ଓଡିଶା ପୋଲିସ ହେଡକ୍ୱାର୍ଟରରେ ନିଯୁକ୍ତ ଥିଲେ । ବାକି ଆଇପିଏସ୍‌ ରାହୁଲ ଗୋଏଲ୍‌ଙ୍କୁ କଟକ ରେଲଓ୍ୱ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି […]

ଭାଜପା ଉପରେ ବର୍ଷିଲେ ନବୀନ

ବିଜେଡି ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ କିଭଳି ଭାବେ ପୁର୍ନବାର ଦଳ ଲୋକଙ୍କ ଆସ୍ଥାଭାଜନ ହୋଇପରିବ , ତାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। ତେବେ ପଦଯାତ୍ରା ଆରମ୍ଭରୁ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମିଛ କହି ଭାଜପା କ୍ଷମତାକୁ ଆସିଛି। ପଦ ଯାତ୍ରାରେ ଭାଜପା ସରକାରକୁ ନିଶାନା କରିଛନ୍ତି ନବୀନ। ସେମାନେ ବିଏସକଓ୍ବୋଇ ନାଁ ବଦଳାଇଛନ୍ତି, […]

ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।

ଆଜି ପବିତ୍ର ମହାଳୟା । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବା ପିତୃପକ୍ଷଙ୍କ ଆବାହନର ଅନ୍ତିମ ଦିବସ ପବିତ୍ର ମହାଳୟା । ଆଜି ହେଉଛି ସେହିଦିନ ଯେବେ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳୀୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଆଜି ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରିଛନ୍ତି । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ […]

କାର୍ଯ୍ୟରେ ଅବହେଳା ପାଇଁ ASI ସମେତ ୨ପୁଲିସ ନିଲମ୍ବିତ

କନ୍ଧମାଳ ପୁଲିସ୍ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗୋଚ୍ଛାପଡା ଥାନା ଡାଙ୍ଗଣାମ୍ ଘାଟିରୁ ଜ୍ୟେଷ୍ଠ ବଣ୍ଡକୀ ନାମକ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାରେ ୫ ପୁଲିସ୍ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗୋଚ୍ଛାପଡା ଥାନା ଏଏସଆଇ, ହାବିଲଦାର ଓ ୩ ହୋମଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଅତିରିକ୍ତ ଏସପି ବଳଭଦ୍ର ଦୀପ ଏହି ସୂଚନା ଦେଇଛନ୍ତି।ଏହି ୫ ଜଣ ପୁଲିସ୍ ପାଟ୍ରୋଲିଂ ଏବଂ ଗାଡି ଯାଞ୍ଚ ବେଳେ […]

ହବିଷ୍ୟାଳୀଙ୍କ ପାଇଁ ଅଢେଇ କୋଟି ମଞ୍ଜୁର

କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ବ୍ରତ ପାଳନ ନିମନ୍ତେ ରାଜ୍ୟ ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି। ଏହା ସହିତ ହବିଷ୍ୟାଳୀ ମା’ଙ୍କୁ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ହବିଷ୍ୟାଳି ମା’ମାନଙ୍କ ପାଇଁ ଦୀର୍ଘ ଏକ ମାସ ଧରି ପୁରୀରେ ବିଭିନ୍ନ ହବିଷ୍ୟାଳି କେନ୍ଦ୍ର ମାନଙ୍କରେ ସୁରକ୍ଷିତ […]

ଭଦ୍ରକରେ ୪ ଦିନ ପରେ ଆସିଲା ଇଣ୍ଟରନେଟ୍

ଭଦ୍ରକରେ ସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ୪ ଦିନ ପରେ ମଙ୍ଗଳବାର ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବଭାବିକ ହୋଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା।ହେଲେ ଏବେ ଏହି କଟକଣାକୁ ହଟାଇଛି ପ୍ରଶାସନ । ଅନ୍ୟପଟେ କିନ୍ତୁ ଜିଲ୍ଲାର ପୁରୁଣା ବଜାର , ଧାମନଗର ଓ ଦୋବଲ୍ ରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୬୩ ଧାରା ବଳବତ୍ତର ରହିଛି। ସୂଚନାମୁତାବକ ସୋଶାଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ […]

ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଇ

ଆଜି ପବିତ୍ର ମହାଳୟା । ମାଆ ଜଗତଜନନୀ ଦୁର୍ଗାଙ୍କ ଆଗମନ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତିପୀଠ ଗୁଡିକରେ ମାଆଙ୍କୁ ଭିନ୍ନ ଭିନ୍ନ ରୂପରେ ଆରାଧନା କରାଯାଉଛି। ଆଜି ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି । ବର୍ଷର ସମସ୍ତ ଦିନ ଓ […]