ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଅଧ୍ୟକ୍ଷକଙ୍କୁ ଚିଠି

ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୨୦୨୫ ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍‌, କେନ୍ଦ୍ର ସୁପରିଟେଣ୍ତେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି। ପରିଷଦ ମୁଖ୍ୟାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନାର ତଦାରଖ କରାଯିବାକୁ ଥିବାରୁ ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଇବେ। ଯେଉଁଠାରେ ସିସିଟିଭି ନ ଲାଗିଛି ତୁରନ୍ତ ଲଗାଇବା, ଯେଉଁଠି କାର୍ଯ୍ୟକ୍ଷମ ହେଉ ନାହିଁ ତାହାକୁ ମରାମତି କରିବା, ପ୍ରଶ୍ନପତ୍ର ପହଞ୍ଚିବା କ୍ଷଣି ତାହାକୁ କ୍ୟାମେରା ନଜରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ବିଦ୍ୟାଳୟ ଧାର୍ଯ୍ୟ ସମୟରେ ନିର୍ଦେଶ ପାଳନ ନକରିବେ ସେଠାରେ ପରୀକ୍ଷା ବାତିଲ କରିବାକୁ ସରକାରଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital