ରାଜା ଚକ୍ରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । 

ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଗିରଫ । ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ରାଜା ଚକ୍ର ନାଁରେ ୧୫୦ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ରାଜା ଚକ୍ରର ୪୨ ଟି ଗାଡି ଜବତ ସହ କେଉଁଝରର ଦୁଇଟି କମ୍ପାନୀ ସିଲ ହୋଇଛି । ରାଜାଙ୍କ ୨୫ ଲକ୍ଷ ଟଙ୍କା ଫ୍ରିଜ କରିଛି ଇଓଡବ୍ୟୁ । ଏହି ମାମଲାରେ ପୂର୍ବରୁ ମାନସ ବାରିକ ଓ ଉତ୍କଳ ଦାସ ଗିରଫ ହୋଇଥିଲେ ।ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଜେଡି ନେତା ରାଜା ଚକ୍ରଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନ ସମେତ କେନ୍ଦୁଝରସ୍ଥିତ ରାଜାଙ୍କ ଘରେ ଇଓଡବ୍ଲ୍ୟୁର ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ଗଠିତ ଟିମ୍ ଚଢ଼ଉ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ ।

ଅଧିକ ପଢନ୍ତୁ