ଜାତି ଭିତ୍ତିକ ଜନଗଣନା ନହେଉ ନିର୍ବାଚନୀ ଷ୍ଟଣ୍ଟ କହିଲା ବିଜେଡି

ଭାରତ ବର୍ଷରେ ସମସ୍ତ ସାମାଜିକ ନ୍ୟାୟ ସଂଗଠନ ଓ ବ୍ୟକ୍ତି ଏବଂ ରାଜନୈତିକ ଦଳଙ୍କ ଦାବି ପୂରଣ ହୋଇଛି । ଜାତିଭିତିକ ଜନଗଣନାକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର । ଜାତି ଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିଜେଡି ସ୍ୱାଗତ କରିବା ସହ ଏହି ନିଷ୍ପତ୍ତି ନିର୍ବାଚନୀ ଷ୍ଟଣ୍ଟ ନହେଉ ବୋଲି କହିଛି ବିଜେଡି । ବିଜେଡ଼ିର ଦାବି ହେଲା ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗକୁ ଜାତିଭିତ୍ତିକ ଜନଗଣନା ସମୟରେ ଚିହ୍ନଟ କରାଯାଉ । ସଂରକ୍ଷଣ ଲିମିଟ୍ ୫୦ ପ୍ରତିଶତରୁ ଅଧିକ କରାଯାଉ । ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଉ । ଆର୍ଥିକ ଅନଗ୍ରସରଙ୍କୁ ଅଗ୍ରାଧିକାର ଦିଆଯାଉ । ଯାହାର ସଂଖ୍ୟା ଯେତେ, ତାର ଭାଗ ସେତେ ହେବା ଦରକାର ବୋଲି ଅରୁଣ ସାହୁ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି, ‘ଶିକ୍ଷା କ୍ଷେତ୍ରରେ ଏସସି ଏବଂ ଏସଟିଙ୍କର ସଂଖ୍ୟା ମୋଟ ଜନସଂଖ୍ୟାର 38.75 ପ୍ରତିଶତ ହେଲା ବେଳେ ସଂରକ୍ଷଣ 20 ପ୍ରତିଶତ ମିଳୁଛି । ଓବିସିଙ୍କ ସଂଖ୍ୟା 54 ପ୍ରତିଶତ ଥିଲା ବେଳେ ନିଯୁକ୍ତି କ୍ଷେତ୍ରରେ 11.25 ପ୍ରତିଶତ ସଂରକ୍ଷଣ ମିଳୁଛି । କିନ୍ତୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳୁନାହିଁ । କେନ୍ଦ୍ରର ନିଷ୍ପତ୍ତିକୁ ଦଳର ସଭାପତି ସ୍ୱାଗତ କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital