ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି। ହାଇଦ୍ରାବାଦସ୍ଥିତ ଘରୋଇ ମହାକାଶ କମ୍ପାନୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ବିକ୍ରମ-୧ ରକେଟ ଏହାର ପ୍ରଥମ କକ୍ଷପଥ ମିଶନ ପାଇଁ ଉତକ୍ଷେପଣ କରିଛି। ସୂଚନାମୁତାବକ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଉତ୍କ୍ଷେପଣ କରାଯିବାକୁ ଧାର୍ୟ୍ୟ କରାଯାଇଥିଲା। ତେବେ ଧାର୍ୟ୍ୟ ସମୟର ୫ ମିନିଟ୍ ପୂର୍ବରୁ ରକେଟ୍ରେ କିଛି ଯାନ୍ତ୍ରିକ ସମସ୍ୟା ଚିହ୍ନଟ ହେବା ପରେ ଉତ୍କ୍ଷେପଣକୁ କିଛି ସମୟ ପାଇଁ ବିଳମ୍ବ କରାଯାଇଥିଲା ତେବେ ଭାରତର ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ସମ୍ମାନାର୍ଥେ ଏହି ରକେଟକୁ ବିକ୍ରମ-୧ ନାମ ଦିଆଯାଇଛି। ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ପ୍ରକ୍ଷେପଣ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ସାତ ମହଲା ଉଚ୍ଚ ଏହି ରକେଟ ପୃଥିବୀ ପୃଷ୍ଠରୁ ପ୍ରାୟ ୪୫୦ କିଲୋମିଟର ଉଚ୍ଚରେ ଅବସ୍ଥିତ ନିମ୍ନ ପୃଥିବୀ କକ୍ଷପଥ (LEO) ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଡିଜାଇନ କରାଯାଇଛି। ମିଶନର ଉଦ୍ଦେଶ୍ୟ ହେଉଛି ଉପଗ୍ରହଗୁଡ଼ିକୁ ସେମାନଙ୍କର ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରିବା।
