ଦାଦାର କଟାମୁଣ୍ଡ ଧରି ଫାଣ୍ଡିରେ ପୁତୁରାର ଆତ୍ମସମର୍ପଣ ।

କେନ୍ଦୁଝର ଜିଲ୍ଲା ସଦର ଥାନା ତଲକଇଁସାରି ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ହତ୍ୟା ପରେ କଟା ମୁଣ୍ଡକୁ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଲା ପୁତୁରା । ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ସୂଚନାମୁତାବକ ଜମି ବାଡ଼ି ବିବାଦ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗିରହିଥିଲା । ଆଜି ସକାଳେ ପୁଣି ଜମିବାଡ଼ି ବିବାଦ ନେଇ କକା ଓ ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କକାକୁ ଅଭିଯୁକ୍ତ ପୁତୁରା କବି ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ କଟା ମୁଣ୍ଡ ନେଇ ଶୁଆକାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛି ।

ଅଧିକ ପଢନ୍ତୁ

kc ads