ରେଳ ବଜେଟ୍ : ଓଡିଶାକୁ ୧୦,୫୯୯ କୋଟି

ରେଲୱେ ବଜେଟ୍‌ରେ ଓଡ଼ିଶାକୁ ମିଳିଥିବା ଭାଗ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ସାମ୍ୱାଦିକ ସମିଳନୀ କରି ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍‌ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ ନିର୍ମାଣ ହୋଇଛି। ଓଡ଼ିଶାରେ ନବନିର୍ମିତ ଟ୍ରାକ ମାଲେସିଆରେ ଥିବା ଟ୍ରାକଠୁ ଅଧିକ। ଓଡ଼ିଶାରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଛି। ଏହା ଛଡ଼ା ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି। ଓଡ଼ିଶାରେ ୧୮୯୮ କିମି ଟ୍ରାକ୍‌ରେ କବଚ ଲାଗିବା କାମ ମଧ୍ୟ ସରିଛି।

ଅଧିକ ପଢନ୍ତୁ

Odisha Darpan Digital