ରାୟଗଡ଼ା ୨୫/୨୫ (ନିପ୍ର) ହାଇଦ୍ରାବାଦ୍ ରୁ ବାଙ୍ଗାଲୋର ଅଭିମୁଖେ ଆସୁଥିବା ବସ୍ କୁରନୁଲ ଜିଲ୍ଲା ଚିନାଟେକୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ନିଆଁ ଲାଗିବା ଘଟଣାରେ ଓଡ଼ିଶାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଏକ ହୃଦୟ ବିଦାରକ ଖବର ଆସି ପହଁଚିଛି। ଯୁବକ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର କେଙ୍ଗୁଆ ଦୀପକ କୁମାର ସେ ହାଇଦ୍ରାବାଦରେ ନିଜ ଭଉଣୀ ମାନଙ୍କ ସାଙ୍ଗରେ ରହୁଥିବା ବେଳେ ବାଙ୍ଗାଲୋର ରେ ଆଇଟ ସେକ୍ଟର ରେ ସଫ୍ଟୱେର ଇଞ୍ଜୀନିୟର କାମ ପାଇଁ ଗତ ୨୩ ତାରିଖ ଦିନ ହାଇଦ୍ରାବାଦରୁ ବସ ଯୋଗେ ବାଙ୍ଗାଲୋର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ଦୀପକ ବାପା ମାଆର ଗୋଟିଏ ବୋଲି ସନ୍ତାନ ହୋଇଥିବାରୁ ପରିବାର ଏକ ପ୍ରକାର ଭାଙ୍ଗି ପଡିଛନ୍ତି।ତେବେ ଆଜି ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ସହ ଟେଷ୍ଟ ପରେ କେ ଦୀପକ କୁମାର ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଥିବା ବେଳେ ମୃତ ଦେହକୁ ୪୮ଘଣ୍ଟା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଯାହାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅଞ୍ଚଳବାସି ସରକାରୀ ସହାୟତା ପାଇଁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି।
